ଉତ୍କଳମଣିଙ୍କ କର୍ମପୀଠ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ କାଦୁଆ ଆଶ୍ରମ ପରିସରରେ ସଫେଇ କାର୍ଯ୍ୟକ୍ରମ
ସାକ୍ଷୀଗୋପାଳ : ଉତ୍କଳମଣିଙ୍କ କର୍ମପୀଠ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ କାଦୁଆ ଆଶ୍ରମ ପରିସରରେ ସ୍କାଉଟ ଓ ଗାଇଡ଼, ପୁରୀ ତରଫରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ ସଭାପତି ତଥା ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ନିରଞ୍ଜନ ରଥଙ୍କ ପରାମର୍ଶ କ୍ରମେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପ୍ରାରମ୍ଭରେ ଅତିଥି, ଶିକ୍ଷକ, ପ୍ରଶିକ୍ଷକ ଓ ସ୍କାଉଟ ଓ ଗାଇଡ଼ର ଛାତ୍ରଛାତ୍ରୀ ମାନେ ଆଶ୍ରମ ପରିସରରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ, ସାକ୍ଷୀଗୋପାଳ, ବଳଙ୍ଗା ମହାବିଦ୍ୟାଳୟ, ବଳଙ୍ଗା, ଶ୍ରୀକ୍ଷେତ୍ର ରୋଭର ରେଞ୍ଜର, ପୁରୀର ୪୦ ଜଣ ସ୍କାଉଟ ଓ ଗାଇଡ଼ ଛାତ୍ରଛାତ୍ରୀ କାଦୁଆ ଆଶ୍ରମ ପରିସରରେ ସଫେଇ କରିଥିଲେ । ୟୁନିଟ ଲିଡର ରାଜେନ୍ଦ୍ର ନାରାୟଣ ହରିଚନ୍ଦନ, ଦେବାଶିଷ ମିଶ୍ର, ମିନାକ୍ଷୀ ମିଶ୍ର, ମହେନ୍ଦ୍ର ପ୍ରଧାନ, ବିଦ୍ୟାଧର ମିଶ୍ର ଓ ସତ୍ୟବାଦୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଜିଲ୍ଲା ଶିକ୍ଷାଧିକାରୀ ଡକ୍ଟର ବିଶ୍ୱଜିତ ଘୋଷଙ୍କ ନିର୍ଦ୍ଦେଶ ଅନୁଯାଇ ସତ୍ୟବାଦୀ ମଣ୍ଡଳ ଶିକ୍ଷାଧିକାରୀ ଯତୀନ୍ଦ୍ର ନାଥ ନାୟକ ଏହି ସଫେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ମହେନ୍ଦ୍ର କୁମାର ବିଶ୍ୱାଳ, କାଦୁଆ ଆଶ୍ରମ ସମ୍ପାଦକ ପ୍ରମୋଦ କୁମାର ମହାନ୍ତି, ସଭ୍ୟ ଭବାନୀ ପ୍ରସାଦ ମିଶ୍ର, ସହକାରୀ ପରିଚାଳକ ଲକ୍ଷ୍ମୀକାନ୍ତ ପଟ୍ଟନାୟକ ଓ ପଙ୍କଜ ମହାନ୍ତି ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।
Comments are closed.