www.samajalive.in
Wednesday, December 10, 2025
23.1 C
Bhubaneswar

ବିଶ୍ୱ ଆଦିବାସୀ ଦିବସ ପାଳିତ

ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ୍‍ ମହିସାଲଣ୍ଡା ପଞ୍ଚାୟତର ଆଦିବାସୀ ଅଧ୍ୟୁସିତ ଆମ୍ବିଳିଝରୀ ଗ୍ରାମସ୍ଥିତ ଓଡ଼ିଶା ଆଦିବାସୀ ଫାଉଣ୍ଡେସନ୍‍ ତରଫରୁ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇ ଯାଇଛି।ଫାଉଣ୍ଡେସନ୍‍ ସଭାପତି ଗମନ କଳାଙ୍କ ପୌରୋହିତ୍ୟରେ ରାମଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃଷ୍ଣଚନ୍ଦ୍ର ସାଣ୍ଡିଲ,ସୁନାରାମ ସିଦ୍ଧୁ,ବାସନ୍ତୀ ତିୟୁ, ଦମୟନ୍ତୀ ପ୍ରଧାନ,ଉମାକାନ୍ତ ଜେରାଇ,ବୀରବର ପ୍ରଧାନ, ସନାତନ କଳା ପ୍ରମୁଖ ଆଦିବାସୀ ନେତା ଉଦ୍‍ବୋଧନଦେଇ ଲୁପ୍ତ ହୋଇ ଯାଉଥିବା ଆଦିବାସୀ ଭାଷା, କଳା, ସଂସ୍କୃତି, ପରମ୍ପରା, ରୀତିନୀତି ଆଦିର ପୁନରୁଦ୍ଧାର ଓ ସୁରକ୍ଷା ପାଇଁ ସମଗ୍ର ଆଦିବାସୀ ସମାଜ ସୁସଂଗଠିତ ହୋଇ କାର୍ଯ୍ୟ କରିବାକୁ ନିବେଦନ କରିଥିଲେ। ଗୋପିନାଥ ପ୍ରଧାନ, କୁନି ବିରୁଆ, ରଜନୀ ମୁଣ୍ଡା,ବୈଜୟନ୍ତି ଦେହୁରୀ, ଶଂକର୍ଷଣ ପୁର୍ତ୍ତି,ମହେଶ୍ୱର ପ୍ରଧାନ,ସରୋଜ ସିଂ ପ୍ରମୁଖ ଆଦିବାସୀ ଦିବସ ପାଳନର ମହତ୍ୱ ଉପରେ ବକ୍ତବ୍ୟ ରଖିଥିଲେ।ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟର ମେଧା ଛାତ୍ରଛାତ୍ରୀ ଲକ୍ଷ୍ମୀପ୍ରିୟା କଳା, ପୁରୁଷୋତ୍ତମ କଳା ଓ ଆକାଶ ସାଣ୍ଡିଙ୍କୁ ଏହି ଅବସରରେ ମାନପତ୍ର ଦିଆଯାଇ ସମ୍ବଦ୍ଧିତ କରାଯାଇଥିଲା।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories