www.samajalive.in
Saturday, December 13, 2025
26.1 C
Bhubaneswar

ପରିତ୍ୟକ୍ତ ଅବସ୍ଥାରେ ଟ୍ରେଜେରୀ ଅଫିସ ନୂତନ ଗୃହ 

କଣ୍ଟାମାଳ  :  କଣ୍ଟାମାଳ କାର୍ଯ୍ୟାଳୟରେ ଦୀର୍ଘ ୨୦ ବର୍ଷରୁ ଉଦ୍ଧ୍ୱର୍ ଧରି ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ଅସ୍ଥାୟୀଭାବେ କାର୍ଯ୍ୟ କରୁଥିବା ସବୁ ଟ୍ରେଜେରୀ କାର୍ଯ୍ୟାଳୟ ପାଇଁ ନୂତନ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇ ଥିଲେ ହେଁ ଏଯାବତ ଏହାକୁ କାର୍ଯ୍ୟକାରୀ କରାଯାଉ ନଥିବା ହେତୁ ନୂତନ ଗୃହଟି ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ଦେଖିବାକୁ ମିଳିଛି । ସଂପ୍ରତି କଣ୍ଟାମାଳ ଗ୍ରାମ୍ୟ ଉନ୍ନୟନ ବିଭାଗ ତତ୍ତ୍ୱାବଧାନରେ ନିର୍ମାଣ ହୋଇଥିବା ଏହି ଗୃହର କାର୍ଯ୍ୟ ଶେଷ ହୋଇଥିଲେ ହେଁ ଗୃହଟିର ବିଦ୍ୟୁତ ଓ ପରିମଳ କାର୍ଯ୍ୟ ଦୀର୍ଘ ୮ ମାସ ହେଲା ସରି ପାରୁନଥିବା ହେତୁ ନୂତନ ଗୃହଟି ବିଭାଗକୁ ହସ୍ତାନ୍ତର ହୋଇ ପାରୁନଥିବା ଜଣାଯାଇଛି ଫଳରେ ଗୃହ ଚତୁପାଶ୍ୱର୍ ମଇଳା, ଆବର୍ଜ୍ଜନାରେ ପୁରି ରହିଛି । ସେହିପରି ଟ୍ରେଜେରୀ କାର୍ଯ୍ୟାଳୟରେ ପଦବୀ ସଂଖ୍ୟା ଶୂନ ସ୍ତରକୁ ଚାଲି ଆସିଛି । ଟ୍ରେଜେରୀ କାର୍ଯ୍ୟାଳୟରେ ମୋଟ ପଦବୀ ସଂଖ୍ୟା ୫ ରହିଥିବା ବେଳେ ଏଠାରେ ଜଣେ ମାତ୍ର ଅସ୍ଥାୟୀ କର୍ମଚାରୀ ଟ୍ରେଜେରୀ ଅଫସିକୁ ସମ୍ଭାଳୁଥିବା ଦେଖିବାକୁ ମିଳିଛି । ଟ୍ରେଜେରୀ ଅଫିସରଙ୍କୁ ମିଶାଇ ଦୁଇ ଜଣ କିରାଣି ଓ ଦୁଇ ଜଣ ପିଅନ ନିଯୁକ୍ତି ପାଇବାର ଥିଲେ ହେଁ ମାତ୍ର ଜଣେ କିରାଣୀଙ୍କୁ ଡେପୁଟେସନ ଦେଇ କାର୍ଯ୍ୟ ତୁଲାଯାଉଥିବା ବେଳେ କିରାଣୀ ଜଣକ ମଧ୍ୟ ସପ୍ତାହକୁ ମାତ୍ର ଦୁଇ ଦିନ ଆସୁଥିବା ଅଭିଯୋଗ ହୋଇଛି । ଟ୍ରେଜେରୀ କାର୍ଯ୍ୟାଳୟ ସ୍ଥାୟୀ ଗୃହରେ ତୁରନ୍ତ ଆରମ୍ଭ କରିବା ସହ ଆବଶ୍ୟକ ପଦବୀ ପୂରଣ ନିମନ୍ତେ ଦାବୀ ହେଉଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories