ରେଙ୍ଗାଲିକେମ୍ପ: ବଲାଙ୍ଗୀରରୁ ସମ୍ବଲପୁରକୁ ଏକ କାର ନଂ ଓଡ଼ି ୦୩ ଜେ ୦୨୩୩ ଭଡାରେ ନେଇ ଜେନି ରାଜ୍ ଓ ତାଙ୍କ ସମ୍ପର୍କୀୟ ଆଇବିପିଏସ୍ ପରୀକ୍ଷା ଦେବାକୁ ଯିବା ସମୟରେ ବରଗ ଡ଼ଜିଲା ଅତାବିରା ଥାନା ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥ ଝାଉଁ ନଦୀ ବ୍ରିଜରେ ଉକ୍ତ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ କାରର ବାମ ଚକ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା। ଫଳରେ ଡ୍ରାଇଭର ଛିଟିକି ପଡି ଗୁରୁତର ଆହତ ହୋଇଛନ୍ତି। ଅପରପକ୍ଷରେ ପରୀକ୍ଷାର୍ଥୀ ଜେନି ରାଜ୍ ଓ ତାଙ୍କ ସମ୍ପର୍କୀୟ ମୋନାଲିସା, ମୀନା ଓ ବୀଣା ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ସେମାନେ ପରୀକ୍ଷା ଦେଇ ପାରିନଥିଲେ।
ସେହିପରି ରାଜରାସ୍ତାରେ ଦୀର୍ଘ ସମୟ ଧରି ବରଗଡ଼-ସମ୍ବଲପୁର ୱେ ରାସ୍ତା ବନ୍ଦ ରହିଥିଲା। ଦୁର୍ଘଟଣା ଗ୍ରସ୍ତ କାରକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ରାସ୍ତାରୁ ହଟାଇ ଗୁରୁତର ଡ୍ରାଇଭରକୁ ଉଦ୍ଧାର କରି ୧୦୮ଆମ୍ବୁଲେନ୍ସ ଯୋଗେ ବୁର୍ଲା ଡାକ୍ତର ଖାନାକୁ ପଠାଇ ଦିଆଯାଇଛି। ଖବର ପାଇ ଅତାବିରା ପୁଲିସ ଓ ପାଟ୍ରୋଲିଂ ଟିମ ଘଟଣା ସ୍ଥଳକୁ ପହଞ୍ଚି ଅଧିକରୁ ଅଧିକ ତଦନ୍ତ ଚଳାଇ ଥିବା ଜଣାପଡିଛି।



