www.samajalive.in
Saturday, December 6, 2025
16.1 C
Bhubaneswar

କୂଅରେ ପଡ଼ି ଶିଶୁ ମୃତ

ବେଗୁନିଆ : ଖେଳୁଥିବା ବେଳେ ବାଡ଼ିରେ ଥିବା କୂଅରେ ପଡି ଚାଲିଗଲା କଅଁଳ ଶିଶୁର ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବେଗୁନିଆ ଷ୍ଟେସନ ରୋଡ଼ରେ।

ବେଗୁନିଆ ଥାନା ଅନ୍ତର୍ଗତ ବାଗଲପୁର ଗ୍ରାମର ସୁଦର୍ଶନ ବେହେରା ବେଗୁନିଆ ଷ୍ଟେସନ ରୋଡରେ ଘର କରି ରହୁଥିବାବେଳେ ରବିବାର ତାଙ୍କ ଝିଅ ଶୁଭଶ୍ରୀ ବେହେରା(ଦେଢ଼ ବର୍ଷ) ଖେଳୁଥିବା ସମୟରେ ବାଡ଼ିରେ ଥିବା କୂଅରେ ପଡିଯାଇଥିଲା। ଖବର ପାଇ ବେଗୁନିଆ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳକୁ ଆସି ବହୁ ପରିଶ୍ରମ କରି ଶିଶୁକୁ କୂଅରୁ ଉଦ୍ଧାର କରିବା ପରେ ତାଙ୍କୁ ବେଗୁନିଆ ଡାକ୍ତରଖାନାକୁ ନେଇ ଯାଇଥିଲେ । ବେଗୁନିଆରୁ ତାକୁ ସଙ୍ଗେ ସଙ୍ଗେ ଖୋର୍ଦ୍ଧା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଡାକ୍ତର ଶିଶୁଟକୁ ସେଠାରେ ମୃତ ଘୋଷଣା କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories