www.samajalive.in
Sunday, December 7, 2025
23.1 C
Bhubaneswar

ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଘର ଓ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁଚଢାଉ

ନୂଆପଡ଼ା  : ନୂଆପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ତ୍ରିଲୋଚନ ଧଲଙ୍କ ଘର, କାର୍ଯ୍ୟାଳୟ ଓ କଟକ ନରାଜ ସ୍ଥିତ ପୈତୃକ ଘର ଉପରେ ଏକକାଳୀନ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି।
ସୂଚନା ଯୋଗ୍ୟ  , ତ୍ରିଲୋଚନ ଧଳ କର୍ମଚାରୀ ମାନଙ୍କ ବକେୟା କମ ପାଇଁ ତଥା ବିଭିନ୍ନ ସରକାରୀ ଯୋଜନା ପାଇଁ ଉତ୍କୋଚ ନେଉଥିବା ଅଭିଯୋଗ ହୋଇଆସୁଥିଲା। ସେ ପ୍ରତି ମାସରେ ସଂଗୃହିତ ଟଙ୍କାକୁ ନିଜ କଟକ ଘରକୁ ନେଉଥିଲେ। ଆଜି ମଧ୍ୟ କଟକ ଯିବା ଯୋଜନା ଥିବାରୁ କଳାହାଣ୍ଡି ଉପ ଆରକ୍ଷୀ ଅଧିକ୍ଷକ ସତ୍ୟବାନ୍ ମହାନନ୍ଦଙ୍କ ନେତୃତ୍ଵ ରେ ଠିକ୍ ରାତି ୩ଟା ସମୟରେ  ଧଳ ଘରୁ ବାହାରିବା ପରେ ରାସ୍ତା ଉପରେ ଦୁର୍ନୀତି ନିବାରଣ ବିଭାଗ କାବୁ କରିଥିଲା। ତାଙ୍କ ଗାଡିରୁ ନଗଦ ୨୭୭୦୦୦ ଟଙ୍କା ଓ କାର୍ୟ୍ୟାଳୟ ରୁ ୫୦୦୦୦ ଟଙ୍କା ବିଭାଗ ଜବତ୍ କରିଥିଲା। ଯାହାର ସଠିକ୍ ହିସାବ ସେ ଦେଇପାରିନଥିଲେ। ତାଙ୍କ କଟକ ନରାଜ ସ୍ଥିତ ପୈତୃକ ଘର ମଧ୍ୟ ଚଢାଉ କରାଯାଇଥିବା ବେଳେ ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories