www.samajalive.in
Monday, December 15, 2025
27.1 C
Bhubaneswar

୨ ଆତଙ୍କବାଦୀ ନିହତ, ୩ ଗିରଫ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ଶ୍ରୀନଗର ସହର ଉପକଣ୍ଠରେ ନିରାପତ୍ତାରକ୍ଷୀଙ୍କ ଗୁଳିରେ ଦୁଇଜଣ ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ବଡ୍‌ଗାଓଁ ଜିଲାରୁ ଅସ୍ତ୍ରଶସ୍ତ୍ର ସହ ତିନିଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି ।

ଗୁରୁବାର ଅପରାହ୍ନରେ ଏହି ଆତଙ୍କବାଦୀମାନେ ସ୍ଥାନୀୟ ବିଜେପି ନେତା ଅନୱାର ଖାଁଙ୍କ ଉପରେ ଆକ୍ରମଣ କରିଥିଲେ। ଅନୱାର ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଥିଲେ ସୁଦ୍ଧା ତାଙ୍କର ବ୍ୟକ୍ତିଗତ ସୁରକ୍ଷାକର୍ମୀ ବିଲାଲ ଅହମ୍ମଦ ଆହତ ହୋଇଥିଲେ। ଆକ୍ରମଣ ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିବା ସହ ନିକଟସ୍ଥ ଏକ କୋଠାଘରେ ଆତ୍ମଗୋପନ କରିଥିଲେ। ନିର୍ଦିଷ୍ଟ ସୂଚନା ପାଇବାପରେ ସିଆରପିଏଫ୍‌ ଯବାନମାନେ ଉକ୍ତ ଘରକୁ ଘେରାଉ କରି ତଲାସି ଆରମ୍ଭ କରିଥିଲେ। ଖସିଯିବାର କୌଣସି ବାଟ ନ ଥିବାରୁ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳିଚାଳନା କରିଥିଲେ। ତେବେ ଯବାନଙ୍କ ପାଲଟା ଆକ୍ରମଣରେ ଦୁଇଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ମୃତ ଆତଙ୍କବାଦୀ ଦ୍ୱୟ ଜାମ୍ମୁ କାଶ୍ମୀର ବାସିନ୍ଦା ହୋଇଥିବାବେଳେ ସେମାନଙ୍କ ନିକଟରୁ ଦୁଇଟି ଏକେ-୪୭ ରାଇଫଲ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

- Advertisement -

ସେହିପରି ଗୁରୁବାର ଜାମ୍ମୁ କାଶ୍ମୀରର ବଡ୍‌ଗାଓଁ ଜିଲାରୁ ତିନିଜଣ ଆତଙ୍କବାଦୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଗିରଫ ଆତଙ୍କବାଦୀମାନେ ହେଲେ ଫୈଜାନ ଉଲ୍‌ ଜମାନ ଭଟ୍ଟ୍‌, ସଜ୍ଜାଦ ଅହମ୍ମଦ ଦର୍‌ ଓ ଅହମ୍ମଦ ଦର୍‌। ଏମାନେ ସମସ୍ତେ ପୁଲୱାମା ଜିଲା ନିବାସୀ ହୋଇଥିବାବେଳେ ଆକ୍ରମଣ ଘଟାଇବା ଲକ୍ଷ୍ୟରେ ବଡଗାଓଁ ଆସିଥିଲେ ବୋଲି ଜଣାପଡିଛି। ଗିରଫ ଆତଙ୍କବାଦୀଙ୍କଠାରୁ ତିନିଟି ପିସ୍ତଲ, ଚାରିଟି ମ୍ୟାଗାଜିନ ଓ ୧୨ ରାଉଣ୍ଡ ଗୁଳି ଜବତ କରାଯାଇଛି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories