www.samajalive.in
Wednesday, December 10, 2025
14.1 C
Bhubaneswar

ସରକାରୀ ଅନୁଦାନ ଦାବି

ଭୁବନେଶ୍ବର :  ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ଆନୁକୂଲ୍ୟରେ ଜୟଦେବ ବିହାରସ୍ଥିତ ସଂଘ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ବିଶ୍ୱରଞ୍ଜନ ଦାସଙ୍କ ପୌରୋହିତରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ଜଣାଯାଇଛି । ଜୁନ ୨୦୦୮ରୁ ୨୦୧୩ ମଧ୍ୟରେ ମହାବିଦ୍ୟାଳୟ ପରିଚାଳନା କମିଟି ଦ୍ବାରା ନିଯୁକ୍ତ ସମସ୍ତ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ଅନୁଦାନ ଭୁକ୍ତ ପାଇଁ ୧ ମାସ ମଧ୍ୟରେ ସରକାରୀ ନିର୍ଦେଶାବଳୀ  ପ୍ରକାଶ କରାଯାଉ ବୋଲି ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ଦାବି କରିଛି ।
ଉଚ୍ଚଶିକ୍ଷା ବିଭାଗ ତରଫରୁ ରାଜ୍ୟର ବିଭିନ୍ନ ଆରଡିଇଙ୍କ ଜରିଆରେ ବିଭିନ୍ନ ମହାବିଦ୍ୟାଳୟରୁ କର୍ମଚାରୀ  ମଗାଯାଇ ଉଚ୍ଚଶିକ୍ଷା ନିର୍ଦେଶକ ଏହାର ଏକ ବ୍ୟୟ ଅଟକଳ କରି ସରକାରଙ୍କୁ ଜଣାଇ ସାରିଛନ୍ତି ।  ଅଧିକାଂଶ ମହାବିଦ୍ୟାଳୟରେ ୨୦୧୩ ପରେ ମଧ୍ୟ ପୂର୍ବ ପରିଚାଳନା ଅନୁଯାୟୀ ନିଯୁକ୍ତି ଦିଆଯାଇଛି। ସମ୍ମିଳନୀର ଦାବି ଓଡ଼ିଶାର ପ୍ରାୟ ୩୦୦୦ରୁ ଅଧିକ ଉଚ୍ଚ ଶିକ୍ଷିତ ଅଧ୍ୟାପକ ଏବଂ କର୍ମଚାରୀ ସରକାରଙ୍କ ଦ୍ବାରା ଗଠିତ କମିଟି( ଯାହାର ସଭାପତି ପୂର୍ବରୁ ଆଞ୍ଚଳିକ ବିଧାୟକ ଥିଲେ ଏବଂ ବର୍ତ୍ତମାନ ଉପଜିଲାପାଳ ଅଛନ୍ତି) ଦ୍ବାରା କିମ୍ବା ସରକାରଙ୍କ ଦ୍ବାରା ନିଯୁକ୍ତ ହୋଇଥିଲେ।  ଦୀର୍ଘ ୧୨ ବର୍ଷରୁ ଅଧିକ ସମୟ ଧରି ନିରନ୍ତର ଭାବରେ ଅଧ୍ୟୟନ ଏବଂ ଅଧ୍ୟାପନା ମାଧ୍ୟମରେ ରାଜ୍ୟର ମାନବ ସମ୍ବଳକୁ ପରିପୁଷ୍ଟ କରି ଆସୁଛନ୍ତି ଅଧ୍ୟାପକ ଏବଂ କର୍ମଚାରୀ। ଯାହାକି ଆଜି ସରକାରୀ ଅନୁଦାନରୁ ବଞ୍ଚିତ।  ତେଣୁ ବଞ୍ଚିତ କର୍ମଚାରୀଙ୍କୁ ସରକାର ଅନୁଦାନ ପ୍ରଦାନ କରନ୍ତୁ ବୋଲି ସଂଘର ସଭାପତି  ବିଶ୍ବରଞ୍ଜନ ଦାସ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories