www.samajalive.in
Wednesday, December 10, 2025
14.1 C
Bhubaneswar

ପୀଡ଼ିତା ନାବାଳିକାକୁ ସହାୟତା

ଚୌଦ୍ୱାର : ଚୌଦ୍ୱାର ଥାନା ବଡ଼ସାମନ୍ତରାପୁର ଅଞ୍ଚଳରେ ଦୁର୍ଷ୍କମର ଶୀକାର ହୋଇଥିବା ଜଣେ ନାବାଳିକାକୁ କଟକ ଜିଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ୫୦ହଜାର ଟଙ୍କାର ଅନୁକମ୍ପା ମୂଳକ ଅର୍ଥରାଶି ପ୍ରଦାନ କରାଯାଇଛି । ଜିଲା ଆଇନ୍ ସେବା ପ୍ରାଧିକରଣ ସମ୍ପାଦିକା ସ୍ୱୟଂପ୍ରଭା ଆଚାର୍ଯ୍ୟ ଓ ପ୍ୟାନେଲ ଆଇନଜୀବି ମାନସ ରଞ୍ଜନ ତ୍ରିପାଠୀ ଉଭୟ ପୀଡ଼ିତା ଓ ଶିଶୁ କନ୍ୟାର ପୁଷ୍ଟି ସାଧନ ଓ ଆନୁସଂଗିକ ଖର୍ଚ୍ଚପାଇଁ ପୀଡ଼ିତା ଜଣକୁ ଅର୍ଥରାଶି ପ୍ରଦାନ କରିଥିଲେ । ସୂଚନାରୁ ପ୍ରକାଶଯେ ନାବାଳିକାଟିର ଅଭାବୀ ମା ଓ ବାପା ପେଟ ପାଟଣା ପାଇଁ କାମକରିବାକୁ ବାହାରକୁ ଚାଲିଯିବାପରେ ଅଞ୍ଚଳର ଜଣେ ଯୁବକ ନାବାଳିକାର ଘରକୁ ଆସି ତାକୁ ବିବାହର ପ୍ରତିଶ୍ରୁତି ଦେଇ ତା ସହିତ ଶାରୀରିକ ସମ୍ପର୍କ ପ୍ରତିଷ୍ଠା କରିଥିଲା । କିଛିଦିନ ପରେ ସେ ଗର୍ଭବତୀ ହେବାରୁ ଯୁବକ ଜଣକ ନାବାଳିକାକୁ ପ୍ରତାରଣା କରି ଫେରାର ହୋଇ ଯାଇଥିଲା । ପୀଡ଼ିତାର ପିତାମାତା ଚୌଦ୍ୱାର ଥାନାରେ ଅଭିଯୋଗକରିବାରେ ଉକ୍ତ ଯୁବକକୁ ଗିରଫ କରାଯାଇ ଜେଲକୁ ପଠାଇ ଦିଆ ଯାଇଥିଲା । ସ୍ଥାନୀୟ ଉଦ୍ଧାର ଫାଉଣ୍ଡେସନର ସଭାପତି ନରୋତ୍ତମ ଦାସଙ୍କ ନେତୃତ୍ୱରେ ସଂଗଠନର ସଦସ୍ୟ ମାନେ ପୀଡ଼ିତାକୁ ନେଇ ପ୍ରଧିକରଣ ଅଧିକାରୀଙ୍କୁ ଭୋଟି ତାର ସମସ୍ୟା ସମାଧାନ ପାଇଁ ଅନୁରୋଧ କରିଥିଲେ । ପୀଡ଼ିତା ଓ ତାର ଶିଶୁକନ୍ୟାର ସ୍ୱାସ୍ଥ୍ୟସେବା ଓ ସୁସମ ଖାଦ୍ୟ ବ୍ୟବସ୍ଥା ପାଇଁ ପ୍ରଧିକରଣ ତରଫରୁ ପ୍ରଥମ ପର୍ଯ୍ୟାୟରେ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିବାବେଳେ ଅଗାମୀ ଦିନରେ ପୁଣି ସମ୍ପୂର୍ଣ୍ଣ ସହାୟତା ରାଶି ପ୍ରଦାନ କରାଯିବ ବୋଲି ସମ୍ପାଦିକା ଶ୍ରୀମତୀ ଆଚାର୍ଯ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories