www.samajalive.in
Sunday, December 14, 2025
16.1 C
Bhubaneswar

ଜାତୀୟ ହସ୍ତତନ୍ତ ଦିବସ: ସୁବର୍ଣ୍ଣପୁର ମା’ ତନ୍ତୁବାୟ ସହଯୋଗ ସମିତି ଲିଃକୁ ପ୍ରଥମ ପୁରସ୍କାର

ଭୁବନେଶ୍ବର: ଉତ୍କର୍ଷ କଳାର ଦେଶ-ଉତ୍କଳ, ଯାହାକି ଆଜି ‘ଓଡିଶା’ ନାମରେ ବିଶ୍ୱବିଦିତ। ଓଡିଶାର କଳା ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରିଛି, ଯୁଗ ଯୁଗରୁ ସୁଖ୍ୟାତି ଅର୍ଜନ କରିଥିବା ଏହାର ‘ବୟନକଳା’ ମୁଖ୍ୟତଃ ‘ବାନ୍ଧବସ୍ତ୍ର’। ଓଡିଶାର ବୁଣାକାରଙ୍କ ହାତର ଯାଦୁକରିରେ ପ୍ରସ୍ତୁତ ‘ହସ୍ତତନ୍ତ ବସ୍ତ୍ର’ ଆଜି କେବଳ ରାଜ୍ୟ କିମ୍ବା ଦେଶ ନୁହେଁ, ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ମାନ୍ୟତା ହାସଲ କରିପାରିଛି। ରାଜ୍ୟ ଏବଂ ଦେଶର ବିଭିନ୍ନ ପ୍ରାନ୍ତରରେ ଥିବା ‘ବୟ[କଳା’କୁ ବଞ୍ଚାଇ ରଖିଛନ୍ତି, ଏଥିରେ ନିୟୋଜିତ ପାରମ୍ପରିକ ବୁଣାକାରମାନେ ଦେଶ ତଥା ରାଜ୍ୟର ବୁଣାକାରଙ୍କ ଉନ୍ନତି କଳ୍ପେ ଏବଂ ହସ୍ତତନ୍ତ ବସ୍ତ୍ରର ସଦିଚ୍ଛୁ ଗ୍ରାହକଙ୍କ ମଧ୍ୟରେ ଏକ ଜାଗରଣ ସୃଷ୍ଟି ପାଇଁ ୨୦୧୫ ମସିହାଠାରୁ ଅଗଷ୍ଟ ୭ ତାରିଖକୁ ସମଗ୍ର ଦେଶରେ ‘ଜାତୀୟ ହସ୍ତତନ୍ତ ଦିବସ’ ରୂପେ ପାଳନ କରାଯାଉଛି । ଅଗଷ୍ଟ ୭କୁ ଜାତୀୟ ହସ୍ତତନ୍ତ ଦିବସରୂପେ ପାଳନ କରିବାର ତାତ୍ପର୍ଯ୍ୟ ହେଲା ୧୯୦୫ ମସିହାରେ ଏହି ତାରିଖ ଦିନ କଲିକତାଠାରେ ଆୟୋଜିତ ସ୍ୱଦେଶୀ ଆନ୍ଦୋଳ[ରେ ସ୍ଥିରୀକୃତ ହୋଇଥିଲା ବିଦେଶୀ ବସ୍ତ୍ର ବର୍ଜନ କରି ସ୍ୱଦେଶ ତିଆରି ଖଦି ବସ୍ତ୍ର ପରିଧାନ ପାଇଁ।


ଆଜି ଭୁବନେଶ୍ୱର ସ୍ଥିତ ବୟନ ଭବନରେ ଆୟୋଜିତ ହୋଇଛି ‘ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ’ ଯାହାକୁ ଉଦ୍‌ଘାଟନ କରିଛନ୍ତି, ଓଡିଶାର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପନ୍ମିନୀ ଦିଆନ। ଏହି ଉତ୍ସବରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ କମିଶନର ତଥା ଶାସନ ସଚିବ ଶୁଭା ଶର୍ମା, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ନିର୍ଦେଶକ ଜ୍ୟୋତି ପ୍ରକାଶ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏହି ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ଏକ ସପ୍ତାହବ୍ୟାପି ଅର୍ଥାତ ଅଗଷ୍ଟ ୧୫ ପର୍ଯ୍ୟନ୍ତ ରାଜ୍ୟବ୍ୟାପି ପାଳନ କରାଯିବ। ବୁଣାକାର ମାନଙ୍କର ଅବଦାନକୁ ସ୍ୱୀକୃତି ପ୍ରଦାନ ସହ ସେମାଙ୍କର ସର୍ବାଙ୍ଗୀନ ଉନ୍ନତିକଳ୍ପେ ଏହି ଜାତୀୟ ହସ୍ତତନ୍ତ ଦିବସରେ କରାଯାଇଥିବା କାର୍ଯ୍ୟକ୍ରମ ମାନ ନିମ୍ନରେ ପ୍ରଦାନ କରାଗଲା ।
୧. ଦସ୍ତଖତ ଅଭିଯାନର ଶୁଭାରମ୍ଭ
୨. ପ୍ରଚାର ଓ ପ୍ରସାର ଗାଡିର ଶୁଭାରମ୍ଭ
୩. ଗୁଣଯୁକ୍ତ ରଙ୍ଗ ପ୍ରଣାଳୀ ପୁସ୍ତକ ଓ ବୟନିକାର ପ୍ରଚାର ଓ ପ୍ରସାର ବହନ କରୁଥିବା ବ୍ୟାଗ୍‌ର ଶୁଭ ଉନ୍ମୋଚନ
୪.ନିରବିଚ୍ଛିନ୍ନ ଭାବେ ୭୫ବର୍ଷରୁ ଅଧିକ ବର୍ଷଧରି ରାଜ୍ୟରେ ବୁଣାକାରଙ୍କ ସେବାରେ କାର୍ଯ୍ୟରତ ଥିବା ନିମ୍ନୋକ୍ତ ତିେନାଟି
ତନ୍ତୁବାୟ ସହଯୋଗ ସମିତିକୁ ସମ୍ମାନ ସହ ପ୍ରତ୍ୟେକଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ ।
କ. ପିପିଲି ଥାନା ପ୍ରାଥମିକ ତନ୍ତୁବାୟ ସହଯୋଗ ସମିତି, ମୌଜିବେଗ, ବଳଙ୍ଗା – ଜିଲ୍ଲା – ପୁରୀ ।
ଖ. ଆସିକା ତନ୍ତୁବାୟ ସହଯୋଗ ସମିତି, ଆସ୍କୋ- ଜିଲା -ଗଞ୍ଜାମ ।
ଗ. କାକଟପୁର ଥାନା, ତନ୍ତୁବାୟ ସହଯୋଗ ସମିତି, ବାଜପୁର- ଜିଲା-ପୁରୀ ।
୫. ବିଗତ ତିନି ବର୍ଷର ହାରାହାରି ବ୍ୟବସାୟକୁ ଆଧାର କରି ସର୍ବାଧିକ ହସ୍ତତନ୍ତ ବସ୍ତ୍ର ବ୍ୟବସାୟ କରିଥିବା ନିମ୍ନୋକ୍ତ। ତିନୋଟି ପ୍ରାଥମିକ ତନ୍ତୁବାୟ ସହଯୋଗ ସମିତିକୁ ସମ୍ମାନ ଓ ପୁରସ୍କାର ପ୍ରଦାନ ।
କ. ମା’ ତନ୍ତୁବାୟ ସହଯୋଗ ସମିତି ଲିଃ, ସୋଗରପୋଲମ, ଜିଲ୍ଲା-ସୁବର୍ଣ୍ଣପୁର – ପ୍ରଥମ ପୁରସ୍କାର-ଟ.୩ ଲକ୍ଷ ଟଙ୍କା
ଖ. ପରମେଶ୍ବରୀ ତନ୍ତୁବାୟ ସହଯୋଗ ସମିତି ଲିଃ, ପିପିଲିକାନି, ଜିଲା-ସୁବର୍ଣ୍ଣପୁର – ଦ୍ୱିତୀୟ ପୁରସ୍କାର-୨ଲକ୍ଷ ଟଙ୍କା
ଗ. ବରପାଲି କୋଷ୍ଟୋ ତନ୍ତୁବାୟ ସହଯୋଗ ସମିତି ଲିଃ, କୋଷ୍ଟୋପଡୋ, ଜିଲା-ବରଗଡ – ତୃତୀୟ ପୁରସ୍କାର- ୧ଲକ୍ଷ ଟଙ୍କା
ଆଜିର ଏହି ଉତ୍ସବକୁ ହସ୍ତତନ୍ତ, ବୟନ ଓ ହସ୍ତତନ୍ତ ବିଭାଗ, ଓଡିଶା ପକ୍ଷରୁ ଆୟୋଜନ କରିଛନ୍ତି। ଏହି ସମାରୋହ ଓଡିଶାର ଅଗଣିତ ବୁଣାକାରଙ୍କ ମନରେ ଦୃଢ ବିଶ୍ୱାସ ଓ ଉଦ୍ଦୀପନା ଜାଗ୍ରତ କରି ରାଜ୍ୟର ହସ୍ତତନ୍ତ କଳାକୁ ଆହୁରି ବିକଶିତ ଓ ସମୃଦ୍ଧ କରାଇବାରେ ସହାୟକ ହେବ ବୋଲି କୁହାଯାଇଛି।

- Advertisement -

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories