ପାଟଣା :କେନ୍ଦୁଝର ଜିଲା ପାଟଣା ବନାଞ୍ଚଳ ସାହାରପଡା ଅଞ୍ଚଳକୁ ଆଜି ସନ୍ଧ୍ୟାରେ ଏକ ୨୨ ଟିକିଆ ହାତୀପଲ ପ୍ରବେଶ କରିଛନ୍ତି । ଏହି ହାତୀପଲ ମୟୁରଭଞ୍ଜ ଜିଲା କରଞ୍ଜିଆ ବନାଞ୍ଚଳ ବଡ଼ ଦେଉଳି ଜଙ୍ଗଲରୁ ଦେଓ ନଦୀ ପାର ହୋଇ ଗରାଣ୍ଡିଯୋଡି ବନ ଇଲାକା ଅନ୍ତର୍ଗତ ଗୋଜିଟାଙ୍ଗର ଓ ବାଇକଳା ଆଦି ଗ୍ରାମ ନିକଟରେ ଡେରା ପକାଇଥିବା ଜଣାପଡିଛି। ତେବେ ଗାଁ ନିକଟରେ ହାତୀପଲ ରହିଥିବାରୁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ବନ ବିଭାଗ ହାତୀପଲ ଘଉଡାଇବା କାର୍ଯ୍ୟରେ ନିୟୋଜିତ ଥିବା ଓ ହାତୀପଲ ପଲର ଗତିବିଧି ଉପରେ ନଜର ରଖାଯାଇଥିବା ପାଟଣା ବନାଞ୍ଚଳ ଅଧିକାରୀ ଟିକେଶ୍ବର ମହାନ୍ତ ସୂଚନା ଦେଇଛନ୍ତି ।
Popular Categories



