www.samajalive.in
Saturday, December 6, 2025
26.1 C
Bhubaneswar

ସିନ୍ଧ୍ରିମାଲ କସ୍ତୁରବାଗାନ୍ଧୀ ବିଦ୍ୟାଳୟରେ ଛାତ୍ରୀଙ୍କ ଠାରୁ ଟଙ୍କା ଆଦାୟ କରିବା ଘଟଣାର ତଦନ୍ତ ଆରମ୍ଭ

ମାଲକାନଗିରି :  କେନ୍ଦ୍ର ତଥା ରାଜ୍ୟ ସରକାର ଆଦିବାସୀ ତଥା ପଛୁଆ ଅଂଚଳ ମାନଙ୍କର ଶିକ୍ଷାର ବିକାଶ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରି କରିଛନ୍ତିା ବିଶେଷ କରି ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଠ ପଢିବା ନିମନ୍ତେ ଛାତ୍ରାବାସର ବ୍ୟବସ୍ଥା ସହ ପୋଷାକ, ଖାଦ୍ୟ, ପାଠ୍ୟ ଉପକ୍ରମ ସମସ୍ତ ବ୍ୟବସ୍ଥା କରା ଯାଉଅଛିା
ତେବେ କିଛି ଅସାଧୁଙ୍କ ପାଇ ଏହି ଯୋଜନା ବାଟମାରଣା ହେଉଥିବା ଅଭିଯୋଗ ହୋଇଛିା ଗତ କିଛିଦିନ ଧରି ସିନ୍ଧ୍ରିମାଳ ଗ୍ରାମ ପଂଚାୟତ କସ୍ତୁରବାଗାନ୍ଧି ବାଳିକା ବିଦ୍ୟାଳୟରେ ବିଦ୍ୟାଳୟର ଉନ୍ନତି କରଣ ନିମନ୍ତେ ଛାତ୍ରୀଙ୍କ ଠାରୁ ଟଙ୍କା ଆଦାୟ ଘଟଣା ଦୈନିକ ସମାଜରେ ପ୍ରକାଶ ପାଇବା ପରେ ଅଗଷ୍ଟ ୬ ତାରିଖ ଶୁକ୍ରବାର ଦିନ ମାଲକାନଗିରି ବ୍ଲକ ଶିକ୍ଷାଧିକାରୀ କିଶୋର ଚନ୍ଦ୍ର ବେହେରାଙ୍କ ସହ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅଶୋଭ ରଂଜନ ମାଳି ଏହି ବିଦ୍ୟାଳୟ ଗସ୍ତ କରି ତଦନ୍ତ ଆରମ୍ଭ କରିଥିଲୋ
ଏହି ଅଂଚଳରେ ଆସି ପଚାରି ବୁଝିବା ପରେ ପ୍ରକୃତ ତଥ୍ୟ ସାମନାକୁ ଆସିଥିଲ।। ବିଦ୍ୟାଳୟ  ପ୍ରଧାନ ଶିକ୍ଷୟିତ୍ରୀ ଛାତ୍ରୀଙ୍କ ଠାରୁ ଟଙ୍କା ଆଦାୟ ଘଟଣା ସତ୍ୟ ବୋଲି ସେ ପ୍ରକାଶ କରିଛନ୍ତିା ଶନିବାର ଦିନ ସମସ୍ତ ଛାତ୍ରୀଙ୍କ ମତାମତକୁ ଆଧାର କରି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିବେ ବୋଲି ସେ ପ୍ରକାଶ କରିଛନ୍ତିା ପରବର୍ତୀ ସମୟରେ ଏହି ରିପୋର୍ଟ ଆଧାରରେ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ କହିଛନ୍ତି।
ସୁଚନା ଯୋଗ୍ୟ, ମାଲାକନଗିରି ଭଳି ଆଦିବାସୀ ଅଧ୍ୟୁସିତ ପଛୁଆ ଅଂଚଳରେ ଛାତ୍ରଛାତ୍ରୀଙ୍କ ବିକାଶ ନିମନ୍ତେ କେନ୍ଦ୍ର ତଥା ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତିା ସପ୍ତମ ଶ୍ରେଣୀ ଉତିର୍ଣ ହୋଇ ପାଠ ଛାଡି ଦେଉଥିବା ଛାତ୍ରୀଙ୍କ ନିମନ୍ତେ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ  ସ୍ଥାପନ କରା ଯାଇଛିା ଏହି ବିଦ୍ୟାଳୟରେ ଅଧିକାଂଶ ଛାତ୍ରୀ ଅତି ଗରୀବ ସୀମାରେଖା ତଳେ ରହିଥିବା ଜଣାପଡିଛିା ତେବେ ଏହି ଛାତ୍ରୀଙ୍କ ଠାରୁ ବିଦ୍ୟାଳୟ ଉନ୍ନତିକରଣ ନିମନ୍ତେ ପ୍ରତ୍ୟେକ ଛାତ୍ରୀଙ୍କୁ ସାର୍ଟିଫିକେଟ ଦେବା ପରିବର୍ତ୍ତେ ୧୦୦୦ ରୁ ୧୫୦୦ ଟଙ୍କା ଆଦାୟ କରିବା କେତେଦୂର ଯୁକ୍ତି ଯୁକ୍ତ ବୋଲି ସାଧାରଣରେ ଆଲୋଚନା ହୋଇଛିା ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବି ହୋଇଛିା

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories