ରାଜ୍ୟ ପୁଲିସ୍ ମୁଖ୍ୟ କାର୍ଯ୍ୟାଳୟସ୍ଥିତ ଆର୍.କେ. ପାଢୀ ମେମୋରିଆଲ ହଲ୍ ପରିସରରେ ଆରକ୍ଷୀ ମହାନିର୍ଦ୍ଦେଶକ ପ୍ରଶସ୍ତି ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋଭିଡ୍ ନିୟମ ପାଳନ ପୂର୍ବକ ସେହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଯୋଗ ଦେଇ ୧୮ ଜଣ ମିନିଷ୍ଟରିଆଲ୍ ଅଧିକାରୀ ଏବଂ ପୁଲିସ୍ ଅଧିକାରୀଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକ ପ୍ରଶସ୍ତି ପତ୍ର ପ୍ରଦାନ କରିଥିଲେ। ୨୦୨୦-୨୧ ବର୍ଷରେ କାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ନିମନ୍ତେ ସେମାନଙ୍କୁ ପ୍ରଶସ୍ତି ପତ୍ର ପ୍ରଦାନ କରାଯାଇଛି।
ସେଥି ମଧ୍ୟରେ ୧୨ ଜଣ ମିନିଷ୍ଟରିଆଲ୍ ଅଫିସରଏବଂ ୬ ଜଣ ପୁଲିସ୍ ଅଧିକାରୀ ସାମିଲ ରହିଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ଏଷ୍ଟାବିଲ୍ସମେଂଟ ଅଫିସର, ୧ ସେକ୍ସନ୍ ଅଫିସର, ୫ ଜଣ ଏଏସ୍ଓ, ୧ ପି.ଏ., ୨ ଜଣ ସିନିୟର୍ ଷ୍ଟେନୋଗ୍ରାଫର୍, ୨ ଜଣ ଏଏସ୍ଆଇ, ୧ ହାବିଲଦାର, ୧ ଆସିଷ୍ଟାଂଟ ଡ୍ରାଇଭର୍, ୧ ସିପାହୀ ଏବଂ ୧ କନେଷ୍ଟବଳଙ୍କୁ ପ୍ରଶସ୍ତି ପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୁଲିସ୍ ମୁଖ୍ୟ କାର୍ଯ୍ୟାଳୟର ଅନ୍ୟ ବରିଷ୍ଠ ପୁଲିସ୍ ଅଧିକାରୀଗଣ ଉପସ୍ଥିତ ଥିଲେ।



