www.samajalive.in
Sunday, December 14, 2025
26.1 C
Bhubaneswar

ଏମକେସିଜି କୋଭିଡ ହସ୍ପିଟାଲରୁ କଏଦୀ ଚମ୍ପଟ

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣେ କଏଦୀ ଆଜି ଭୋରୁ ଚମ୍ପଟ ମାରିଛି । ଫେରାର କଏଦୀ ଜଣଙ୍କ ହେଲେ ବାଲିଗୁଡା ଉପ କାରାଗାରର କୀର୍ତ୍ତି ସିଂ(୩୭) ।  କୋଭିଡ ପଜିଟିଭ ଚିହ୍ନଟ ପରେ ୧ ତାରିଖରେ ତାଙ୍କୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ସହ ଏକାଧିକ ପୁଲିସ କର୍ମଚାରୀ ମଧ୍ୟ ଏମକେସିଜିକୁ ଆସିଥିଲେ । ଜଣେ କଏଦୀ ଭାବେ ତାଙ୍କୁ ଦିନ ରାତି ପୁଲିସ ଜଗି ରହୁଥିଲେ । ହେଲେ ଆଜି ଭୋରୁ ସେ ନିଜ ଶଯ୍ୟାରୁ କେଉଁ ଆଡେ ଫେରାର ହୋଇଯାଇଥିଲେ । ଏସକର୍ଟ ଟିମ ଅଭିଯୋଗ ପରେ ବୈଦ୍ୟନାଥପୁର ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ହେବ ବୋଲି ଏମକେସିଜି ଫାଣ୍ଡି ଅଧିକାରୀ ଜନ୍ମେଜୟ ମାଲିକ କହିଛନ୍ତି ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories