ମୁମ୍ବଇ: ଶୁକ୍ରବାର ରାତିରେ ଜଣେ ଅଜ୍ଞାତ ବ୍ୟକ୍ତି ପୁଲିସକୁ ଫୋନ କରି ବୋମା ଖଞ୍ଜାଯାଇଥିବା ଧମକ ଦେବାପରେ ମହାନଗରର ତିନିଟି ରେଳ ଷ୍ଟେସନ ଏବଂ ବଲିଉଡ ଅଭିନେତା ଅମିତାଭ ବଚନଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ମୁମ୍ବଇ ପୁଲିସର ନିୟନ୍ତ୍ରଣ କକ୍ଷକୁ ଆସିଥିବା ଏହି ଫୋନ କଲ୍ ରେ ଏହି ଚାରିଟି ସ୍ଥାନରେ ବିସ୍ଫୋରକ ଖଞ୍ଜାଯାଇଥିବା କୁହାଯାଇଥିଲା। ପୁଲିସ ତୁରନ୍ତ ଏ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ ମଧ୍ୟ ବୋମାର ସନ୍ଧାନ ମିଳିନଥିଲା।
ଫୋନ କରିଥିବା ବ୍ୟକ୍ତିଜଣକ ମୁମ୍ବଇର ଛତ୍ରପତି ଶିବାଜୀ ଟର୍ମିନଓ (ସିଏସଏମଟି), ବାଇକୁଲା, ଦାଦର ରେଳ ଷ୍ଟେସନ ଏବଂ ଅମିତାଭ ବଚନଙ୍କ ଜୁହୁସ୍ଥିତ ବଙ୍ଗଳାରେ ବୋମା ଖଞ୍ଜାଯାଇଥିବା ଧମକ ଦେଇଥିଲେ। ଏହି କଲ୍ ପାଇବା ପରେ ସରକାରୀ ରେଳବାଇ ପୁଲିସ, ରେଳ ସୁରକ୍ଷା ବଳ, ବୋମା ନିଷ୍କ୍ରିୟକାରୀ ଦଳ ସନ୍ଧାନୀ କୁକୁର ଏବଂ ସ୍ଥାନୀୟ ଥାନା ଅଧିକାରୀଙ୍କ ସହିତ ଏହି ସ୍ଥାନଗୁଡିକ ଯାଞ୍ଚ କରିଥିଲେ। ତେବେ ତାହା ମିଛ ଜଣାପଡିବା ପରେ କଲ୍ କରିଥିବା ବ୍ୟକ୍ତି ଏବଂ ସ୍ଥାନ ସର୍ମ୍ପକରେ ଜାଣିବାକୁ ପୁଲିସ ଉଦ୍ୟମ ଆରମ୍ଭ କରିଛି।
ମୁମ୍ବଇରେ ବୋମା ଆତଙ୍କ; ୩ଟି ଷ୍ଟେସନ ଓ ଅମିତାଙ୍କ ବାସଭବନରେ ସୁରକ୍ଷା କଡାକଡି
Popular Categories



