www.samajalive.in
Monday, December 15, 2025
26.1 C
Bhubaneswar

ଜେଇଇ ମୁଖ୍ୟ ଫଳ ପ୍ରକାଶ ; ଅମନ ପଣ୍ଡା ଓଡ଼ିଶା ଶ୍ରେଷ୍ଠ

ଭୁବନେଶ୍ବର : ଜାତୀୟ ପରୀକ୍ଷଣ ସଂସ୍ଥା (ଏନ୍‌ଟିଏ) ଦ୍ବାରା ପରିଚାଳିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମୁଖ୍ୟ ତୃତୀୟ ଅଧିବେଶନ (ଏପ୍ରିଲ ସେସନ) ଫଳ ପ୍ରକାଶ ପାଇଛି। ଆନ୍ଧ୍ରପ୍ରଦେଶର କରନାମ ଲୋକେଶ ପ୍ରଥମ ସ୍ଥାନରେ ଥିବା ବେଳେ ଦୁଗେନେନି ଭେଙ୍କଟ ପାନେଶ ଦ୍ବିତୀୟ, ପାସାଲବିର ଶିବ ତୃତୀୟ ଏବଂ କାଞ୍ଚନପଲାଇରାହୁଲ ନାଇଡୁ ଚତୁର୍ଥ ସ୍ଥାନରେ ରହିଛନ୍ତି। ରାଜ୍ୟସ୍ତରୀୟ ଟପ୍ପର ତାଲିକାରେ ଓଡ଼ିଶା ଟପ୍ପର ଅମନ ପଣ୍ଡା ହୋଇଛନ୍ତି। ସେ ୯୯.୯୧ ପ୍ରତିଶତ ଅଙ୍କ (ମାର୍କ) ରଖି ତାଲିକାରେ ରହିଛନ୍ତି। ଜୁଲାଇ ୨୦ରୁ ୨୭ ତାରିଖ ମଧ୍ୟରେ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସାରା ଦେଶରୁ ୭.୦୯ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବା ନିମନ୍ତେ ପଞ୍ଜୀକରଣ କରିଥିଲେ। ୩୩୪ ସହରରେ ୯୧୫ ପରୀକ୍ଷା କେନ୍ଦ୍ର କରାଯାଇଥିଲା। ବି.ଇ ଏବଂ ବି.ଟେକ୍‌ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏହି ପରୀକ୍ଷା ଛାତ୍ରଛାତ୍ରୀ ଦେଉଛନ୍ତି। ୧୩ଟି ଭାଷା‌େ‌ର ପ୍ରଶ୍ନପତ୍ର ଆସିଥିଲା। ଜେଇଇ ମୁଖ୍ୟ ପରୀକ୍ଷା ନିମନ୍ତେ ଓଡ଼ିଶାରୁ ୬୧୮୨ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ପ୍ରଥମ ଦିନ ପରୀକ୍ଷାରେ ରାଜ୍ୟରେ ପଞ୍ଜୀକରଣ କରିଥିବା ବିଦ୍ୟାର୍ଥୀଙ୍କ ମଧ୍ୟରୁ ୧୪୫୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନଥିବା ଜଣାପଡ଼ିଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories