www.samajalive.in
Monday, December 15, 2025
26.1 C
Bhubaneswar

ଏମିତି ଲଢେଇ ଜାରି ରହୁ : ମୁଖ୍ୟମନ୍ତ୍ରୀ

ଟୋକିଓ: ଟୋକିଓ ଅଲିମ୍ପିକ୍‌ସରେ ଭାରତୀୟ ମହିଳା ହକି ଦଳ ଗ୍ରେଟ୍‌ ବ୍ରିଟେନ ନିକଟରୁ ପରାଜିତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କଲ୍‌ ଯୋଗେ ଖେଳାଳିଙ୍କ ସହିତ କଥା ହୋଇ ଦଳକୁ ଶୁଭେଚ୍ଛା ଜଣାଇବା ସହିତ ପରାଜିତ ହୋଇଥିଲେ ସୁଦ୍ଧା ମନୋବଳ ଦୃଢ କରିବାକୁ କହିଛନ୍ତି। ମ୍ୟାଚ୍ ହାରିବି ଆପଣମାନେ ହୃଦୟ ଜିତିଲେ ବୋଲି ନବୀନ ଟ୍ବିଟ୍‌ କରିଛନ୍ତି।

Odisha Chief Minister Naveen Pattnaik ( File photo)

ଦଳର ଦୁଇ ଓଡ଼ିଆ ଖେଳାଳି ତଥା ଉପ ଅଧିନାୟିକା ଡିଫେଣ୍ଡର ଦୀପ୍‌ଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ଗ୍ରେଟ୍‌ ବ୍ରିଟେନ ସହିତ ଏକ ଲଢୁଆ ପ୍ରଦର୍ଶନ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟ୍ବିଟ୍‌ କରି ‘ଆଗକୁ ମଧ୍ୟ ଏମିତି ଲଢେଇ ଜାରି ରଖିବାକୁ ପରାମର୍ଶ ଦେଇ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମହିଳା ଦଳକୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଉଭୟ ପୁରୁଷଙ୍କୁ ଆସନ୍ତା ୧୬ ତାରିଖରେ ଓ ମହିଳା ଦଳକୁ ଭୁବନେଶ୍ବରରେ ୧୭ରେ ସମ୍ବର୍ଦ୍ଧିତ କରାଯିବ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories