www.samajalive.in
Saturday, December 6, 2025
15.1 C
Bhubaneswar

ପଲ୍ଲୀ ଅଂଚଳର ୯୧ପ୍ରତିଶତ ମାର୍କ ରଖିଥିବା ମେଧାବୀ ଛାତ୍ରଙ୍କୁ ଭେଟିଲେ ଉମରକୋଟ ବିଧାୟକ 

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ର ସାନ ଡ଼ାଇଭଟା ଏକ ପଲ୍ଲୀ ଅଂଚଳର ମେଧାବୀ ଛାତ୍ର ଯିଏକି +୨ବିଜ୍ଞାନ ରେ ୯୧ ପ୍ରତିଶତ ମାର୍କ ରଖି ନିଜ ଅଞ୍ଚଳ ଏବଂ ବାପା ମା ଙ୍କ ନାମକୁ ଟେକ ରଖିବାରେ ସକ୍ଷମ ହୋଇଛନ୍ତି । ସେ ହେଉଛନ୍ତି ସାନ ଡ଼ାଇଭଟା ଗ୍ରାମରଏକ ଗରିବ ପରିବାର ତ୍ରିଲୋଚନ ରନ୍ଧାରୀ ଙ୍କ ପୁଅ ମତିରାମ ନାୟକ । ସେ ପ୍ରମାଣ କରିଦେଇଛନ୍ତି ଯେ ଶିକ୍ଷ ।ଗତ ଯୋଗ୍ୟତା ହାସଲ କରିବା ପାଇଁ ଅର୍ଥ ପ୍ରତିବନ୍ଧକ ନୁହେଁ । ଇଛାଶକ୍ତିର ଆବଶ୍ୟକ ରହିଛି, ସେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଥିବା ବେଳେ ଏହି ଖବର ପାଇ ଉମରକୋଟ ବିଧାୟକ ନୀତିଆ ଗଣ୍ଡ ନବରଙ୍ଗପୁର ଗସ୍ତରେ ଆସିଥିବା ସମୟରେ ମେଧାବୀ ଛାତ୍ର କୁ ତାଙ୍କ ଗ୍ରାମରେ ଯାଇ ଭେଟିବା ସହ  ଶୁଭେଚ୍ଛା ଜଣାଇ ଥିଲେ ଏବଂ ସେ ବଣ ଭିତରେ ଫୁଟିଥିବା ବଣ ମଲ୍ଲୀ କୁ ଭେଟି ଗର୍ବିତ ବୋଲି କହିବା ସହ ଛାତ୍ର ର ପାଠ ପଢା ପାଇଁ ଥିବା ଇଛାଶକ୍ତି ଦେଖି ଖୁସି ହୋଇ ଆଗାମୀ ଦିନର ସୁବିଧା ଅସୁବିଧା ବିଷୟରେ ଜଣେଇବାକୁ ନିବେଦନ କରିଥିଲେ । ମୋତିରାମଙ୍କ ବାପା ଜଣେ ଦିବ୍ୟାଙ୍ଗ ଅଟନ୍ତି । ଯାହାଙ୍କୁ ଆଜି ପର୍ୟ୍ୟନ୍ତ ବିକଳାଙ୍ଗ ପ୍ରମାଣ ପତ୍ର ଖଣ୍ଡେ ମିଳି ପାରୁନଥିବା ଯୋଗୁ ପେନସନ ମିଳି ପାରୁନାହିଁ । ଏପଟେ ମେଧାବୀ ଛାତ୍ର ତାର ବାପାଙ୍କ ପେନସନ କରେଇଦେଲେ ମୁ ଆଗକୁ ପାଠ ପଢିବା କୁ ସୁବିଧା ହେବ ବୋଲି ବିଧାୟକ ଙ୍କୁ ଅନୁରୋଧ କରି ଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories