www.samajalive.in
Tuesday, December 9, 2025
16.1 C
Bhubaneswar

ବିଜେପି କର୍ମକର୍ତ୍ତାଙ୍କ ଆକ୍ରମଣକାରୀଙ୍କୁ ଗିରଫ ଦାବି

ଆଠଗଡ :  ଆଠଗଡ ବିଜେପି ପକ୍ଷରୁ ଦଳର ସାମାଜିକ ଗଣମାଧ୍ୟମ ସେଲ ସଂଯୋଜକ ତଥା ପରିବେଶବିତ୍ ନିର୍ମଳ ପତ୍ରୀଙ୍କୁ ଆକ୍ରମଣ କରିଥିବା ଧୁରୁକୁଡିଆ ଗ୍ରାମର ଚୋରାକାଠ ବେପାରୀ ଓ ତାଙ୍କ ଦୁଇପୁଅଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଆଠଗଡ ଉପଖଣ୍ଡ ପୁଲିସ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ୩ନଂ ଜୋନ୍ ଘଣ୍ଟିଖାଲ ମଣ୍ଡଳର ସାଧାରଣ ସଂପାଦକ ଥିବା ଶ୍ରୀ ପତ୍ରୀଙ୍କୁ ସଂପୃକ୍ତ ଚୋରାକାଠ ଦଲାଲ ବାରମ୍ବାର ମରଣାନ୍ତକ ଆକ୍ରମଣ ହେଉଥିବାରୁ ଆକ୍ରମଣକାରୀଙ୍କୁ  ଗିରଫ କରାଯାଉନଥିବାରୁ ଆଠଗଡ ବିପେଜିର ବରିଷ୍ଠ ନେତା ତଥା ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟ ତୀବ୍ର ନିନ୍ଦା କରିଛନ୍ତି । ଶ୍ରୀ ରାୟଙ୍କ ନେତୃତ୍ୱରେ ଏକ ୧୦ଜଣିଆ ନେତୃମଣ୍ଡଳି ସୋମବାର ରାତିରେ ଆଠଗଡ ଏସଡିପିଓ ଦେବେନ୍ଦ୍ର କୁମାର ମଲ୍ଲିକଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଏ ସଂପର୍କରେ ଆଲୋଚନା କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଥିଲେ । ନଚେତ୍ ବିଜେପି ରାଜରାସ୍ତାରେ ଆନେ୍ଦାଳନ କରିବାକୁ ବାଧ୍ୟ ହେବ ବୋଲି ସେମାନେ ଚେତାଇ ଦେଇଥିଲେ । ଶ୍ରୀ ରାୟଙ୍କ ସହିତ ବରିଷ୍ଠ ନେତା ଜଗଦାନନ୍ଦ ତ୍ରୀପାଠୀ, ପ୍ରକାଶ କୁମାର ସେଠୀ, ପ୍ରଦୀପ ମହାପାତ୍ର, ରମାକାନ୍ତ ସେନାପତିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories