www.samajalive.in
Sunday, December 7, 2025
26.1 C
Bhubaneswar

ଦେଶରେ ସ୍ଥାପନ ହେଲା ପ୍ରଥମ ଭୂକମ୍ପ ପ୍ରାକ୍‍ ସୂଚନା ବ୍ୟବସ୍ଥା

ଡେରାଡୁନ: ଉତ୍ତରାଖଣ୍ଡରେ ସ୍ଥାପିତ ହୋଇଛି ଭାରତର ପ୍ରଥମ ଭୂକମ୍ପ ଆଦ୍ୟ ସୂଚନା ପ୍ରଦାନକାରୀ ବ୍ୟବସ୍‍ଥା। ବୁଧବାର ଦିନ ଏହା ଉଦଘାଟିତ ହୋଇଛି। ଭୂକମ୍ପ ଅନୁଭୂତ ହେବା କ୍ଷେତ୍ରରେ ଏହା ଉକ୍ତ ଅଞ୍ଚଳ ଜନସାଧାରଣଙ୍କୁ ଫୋନରେ ସତର୍କ ସୂଚନା ପଠାଇବ। ଏହାଦ୍ୱାରା ଲୋକମାନେ ନିରାପଦ ସ୍ଥାନକୁ ଚାଲିଯିବାକୁ ସମୟ ପାଇବେ। ପୂର୍ବରୁ ଜାପାନ, ମେକ୍ସିକୋ ଏବଂ ଆମେରିକାରେ ଏହିଭଳି ଭୂକମ୍ପ ପ୍ରାକ୍‍ ସୂଚନା ପ୍ରଦାନ ବ୍ୟବସ୍ଥା ସ୍ଥାପନ କରାଯାଇସାରିଛି। ସୂଚନାଯୋଗ୍ୟ ଯେ ଏହି ବ୍ୟବସ୍ଥାଗୁଡିକ ବାସ୍ତବ ସମୟ ଭିତ୍ତିରେ ଭୂକମ୍ପ ସମ୍ପର୍କିତ ସମସ୍ତ ବିଷୟକୁ ନିରୀକ୍ଷଣ କରିଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସବୁଠାରୁ ମନ୍ଥର ଭୂକମ୍ପନ ମଧ୍ୟ ଘଣ୍ଟାକୁ ୧୧,୧୦୦ କିଲୋମିଟର ବେଗରେ ଗତି କରିଥାଏ। ଯଦ୍ଦ୍ୱାରା ଏହାର ଉତ୍ପତ୍ତିସ୍ଥଳଠାରୁ ଦୂରରେ ଥିବା ଲୋକମାନେ କିଛି ସତର୍କତା ପଦକ୍ଷେପ ନେବାକୁ କିଛି ସେକେଣ୍ଡ ସମୟ ପାଇବେ। ସେହି କିଛି ସେକେଣ୍ଡ ମଧ୍ୟରେ ଲୋକଙ୍କୁ ସତର୍କ କରାଇ ଦିଆଯିବ। ଏହି ବ୍ୟବସ୍ଥା ପାଇଁ ଉତ୍ତରାଖଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଆଇଆଇଟି-ରୁରକି ଦ୍ୱାରା ଏକ ନୂଆ ଆପ୍ଲିକେସନ ଉତ୍ତରାଖଣ୍ଡ ଭୂକମ୍ପ ଆଲର୍ଟ ଆପ୍‍ ବିକାଶ କରାଯାଇଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories