www.samajalive.in
Wednesday, December 10, 2025
16.1 C
Bhubaneswar

ଆଣ୍ଟିଲିଆ ବୋମା ଆତଙ୍କ ମାମଲା: ମନସୁଖ ହିରନଙ୍କୁ ହତ୍ୟା ପାଇଁ ଦିଆଯାଇଥିବା ୪୫ ଲକ୍ଷ ଟଙ୍କା

ମୁମ୍ବଇ: ଥାନେସ୍ଥିତ ବ୍ୟବସାୟୀ ମନସୁଖ ହିରନଙ୍କୁ ହତ୍ୟା କରିବାକୁ ଜଣେ ଅଭିଯୁକ୍ତ ୪୫ ଲକ୍ଷ ଟଙ୍କା ଦେଇଥିଲେ। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ ମୁମ୍ବଇର ଏକ ଅଦାଲତରେ ମାମଲାର ଶୁଣାଣି ସମ୍ପର୍କରେ ଏହା କୁହାଯାଇଛି। ଏଥିସହିତ ଆଣ୍ଟିଲିଆ ବୋମା ଆତଙ୍କ ମାମଲା ଏବଂ ମନସୁଖ ହିରନ ହତ୍ୟା ମାମଲାରେ ଅଭିଯୋଗ ଫର୍ଦ୍ଦ ଦାଖଲ ପାଇଁ ଏନଆଇଏ ଆଉ ୩୦ ଦିନ ମହଲତ ଲୋଡିଥିଲା।
ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଫେବ୍ରୁଆରୀ ୨୫ ତାରିଖରେ ବିସ୍ଫୋରକ ବୋଝେଇ ଏକ ଏସୟୁଭିକୁ ଦକ୍ଷିଣ ମୁମ୍ବଇର ମୁକେଶ ଅମ୍ବାନିଙ୍କ ବାସଭବନ ‘ଆଣ୍ଟିଲିଆ’ ବାହାରେ ଠାବ କରାଯାଇଥିଲା। ଉକ୍ତ ଗାଡିର ମାଲିକ ମନସୁଖ ହିରନଙ୍କୁ ମାର୍ଚ୍ଚ ୫ ତାରିଖରେ ହତ୍ୟା କରି ଫିଙ୍ଗି ଦିଆଯାଇଥିଲା। ଏହି ମାମଲାରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିବାକୁ ସ୍ୱତନ୍ତ୍ର ଅଦାଲତ ଜୁନ ୯ ତାରିଖରେ ଏନଆଇଏକୁ ଦୁଇମାସ ବର୍ଦ୍ଧିତ ସମୟ ଦେଇଥିଲେ। ତେବେ ଏନଆଇଏ ପକ୍ଷରୁ ଅଦାଲତରେ କୁହାଯାଇଥିଲା ଯେ ତଦନ୍ତ ସମୟରେ ହିରନଙ୍କୁ ହତ୍ୟା କରିବାକୁ ୪୫ ଲକ୍ଷ ଟଙ୍କା ଦିଆଯାଇଥିବା ବିଷୟ ଜାଣିବାକୁ ମିଳିଛି। ଏହି ଅର୍ଥ କିଏ ଦେଇଛି ତାହା ଜାଣିବାକୁ ସମୟ ଲୋଡା। ଅଦାଲତରେ ଏହା ମଧ୍ୟ କୁହାଯାଇଥିଲା ଯେ ଏପର୍ଯ୍ୟନ୍ତ ଏହି ମାମଲାରେ ୧୫୦ ଜଣ ସାକ୍ଷୀଙ୍କର ବୟାନ ଲିପିବଦ୍ଧ କରାଯାଇସାରିଛି। ଏହି ମାମଲାରେ ପୂର୍ବତନ ବରିଷ୍ଠ ପୁଲିସ ଅଧିକାରୀ ପ୍ରଦୀପ ଶର୍ମା ଏବଂ ସଚିନ ୱେଜଙ୍କୁ ଗିରଫ କରାଯାଇସାରିଛି।
ଜଣାଯାଇଛି ଯେ ହିରନଙ୍କ ହତ୍ୟା ପରେ କିଛି ଅଭିଯୁକ୍ତ ନେପାଳ ଓ ଦୁବାଇ ଚାଲିଯାଇଥିଲେ। ସରକାରୀ ଓକିଲ କହିଥିଲେ ଯେ ଏହି ମାମଲାର ଷଡଯନ୍ତ୍ରକାରୀମାନେ ସେମାନଙ୍କ ଷଡଯନ୍ତ୍ରକୁ ଅଧିକ ପରିବ୍ୟାପ୍ତ କରିବାକୁ ଉକ୍ତ ଗାଡିରେ ଜିଲାଟିନ ଷ୍ଟିକଗୁଡିକ ସହିତ ଏକ ଧମକପୂର୍ଣ୍ଣ ଚିଠି ରଖିଥିଲେ। ପରବର୍ତ୍ତୀ ସମୟରେ ଜୈଶ ଉଲ ହିନ୍ଦ ଦ୍ୱାରା ଅର୍ଥ ଦାବିକରି ଏକ ପତ୍ର ମିଳିଥିଲା, ଯାହା ଅତ୍ୟନ୍ତ ଗମ୍ଭୀର ମାମଲା। ଆତଙ୍କି ସଂପୃକ୍ତି ଉପରେ ତଦନ୍ତ କରିବାକୁ ଅଧିକ ଟିକିନିଖି ତଦନ୍ତର ଆବଶ୍ୟକତା ରହିଛି। ଏହା ମଧ୍ୟ କୁହାଯାଇଥିଲା ଯେ ଜିଲାଟିନ ଷ୍ଟିକଗୁଡିକୁ ଖୋଲା ଅବସ୍ଥାରେ ସଂଗ୍ରହ କରାଯାଇଥିଲା ଏବଂ ସେଗୁଡିକ ନାଗପୁରସ୍ଥିତ ଏକ କମ୍ପାନୀର। ଏହି ମାମଲାରେ ୱେଜ ଏନଆଇଏକୁ ଭ୍ରମିତ କରିଛନ୍ତି। ତାହାସହିତ ଏନଆଇଏର ଏକ ଦଳ ଦିଲ୍ଲୀରେ ମଧ୍ୟ କିଛି ଲୋକଙ୍କର ବୟାନ ରେକର୍ଡ କରୁଛନ୍ତି। ତାହାପରେ ଅଦାଲତଙ୍କୁ ଏହାର ଅଗ୍ରଗତି ସମ୍ପର୍କରେ ଅବଗତ କରାଯିବ।

Hot this week

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

Related Articles

Popular Categories