www.samajalive.in
Tuesday, December 9, 2025
15.1 C
Bhubaneswar

ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ଡାକିବାକୁ ଆଫଗାନ ବୈଦେଶିକ ମନ୍ତ୍ରୀଙ୍କ ଦାବି

ନୂଆଦିଲ୍ଲୀ: ଆଫଗାନିସ୍ତାନ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଜାତିସଂଘ ସୁରକ୍ଷା ପରିଷଦର ଏକ ଜରୁରୀ ବୈଠକ ଡକାଇବାକୁ ସେ ଦେଶର ବୈଦେଶିକ ମନ୍ତ୍ରୀ ମହମ୍ମଦ ହନିଫ ଆତ୍ମର ଦାବି କରିଛନ୍ତି। ମଙ୍ଗଳବାର ଦିନ ଭାରତର ବୈଦେଶିକ ମନ୍ତ୍ରୀ ଡ. ଏସ ଜୟଶଙ୍କରଙ୍କ ନିକଟକୁ ଟେଲିଫୋନ କରି ଆତ୍ମର ଏହି ଦାବି ଜଣାଇଛନ୍ତି। ସେ କହିଛନ୍ତି ଯେ ତାଲିବାନ ଆତଙ୍କିଙ୍କ ହିଂସା ଏବଂ ଅତ୍ୟାଚାର ରୋକିବାକୁ ଜାତିସଂଘ ଏବଂ ଆନ୍ତର୍ଜାତିକ ସମୁଦାୟ ବୃହତ୍ତର ଭୂମିକା ଗ୍ରହଣ କରିବାର ଜରୁରୀ ଆବଶ୍ୟକତା ଦେଖାଦେଇଛି। ଏହି ଅବସରରେ ସେ ଜାତିସଂଘ ସୁରକ୍ଷା ପରିଷଦର ସଂପ୍ରତି ଭାରତର ନେତୃତ୍ୱ ଭୂମିକାକୁ ଆତ୍ମର ପ୍ରଶଂସା କରିଥିଲେ।
ଆଫଗାନିସ୍ତାନରେ ତାଲିବାନ ଆତଙ୍କି ଗୋଷ୍ଠୀ ଦ୍ୱାରା ବ୍ୟାପକ ହିଂସା, ମାନବାଧିକାର ଉଲ୍ଲଂଘନ ଏବଂ ସେମାନଙ୍କ ସହିତ ବିଦେଶୀ ଆତଙ୍କି ସାମିଲ ହୋଇ ଦେଶରେ ଘଟାଇ ଚାଲିଥିବା ହିଂସାକାଣ୍ଡ ସମ୍ପର୍କରେ ଆତ୍ମର ଆଲୋଚନା କରିବା ସହିତ ଏହା ଉପରେ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ଡକାଯିବାର ଆବଶ୍ୟକତା ଦେଖାଦେଇଛି। ତାଲିବାନ ଆତଙ୍କିଙ୍କ ଦ୍ୱାରା ବର୍ବର କାଣ୍ଡ ବୃଦ୍ଧି ଘଟଣା ଏବଂ ବିଦେଶୀ ଲଢୁଆ ଓ ଆତଙ୍କିଙ୍କ ସହିତ ମିଶି ସେମାନେ ସଂପ୍ରତି ଆଫଗାନିସ୍ତାନରେ ଜୋରଦାର ଆକ୍ରମଣ କରୁଥିବା ସମ୍ପର୍କରେ ମହମ୍ମଦ ହନିଫ ଆତ୍ମର ଆଲୋକପାତ କରିଥିଲେ। ଏହା ଆନ୍ତର୍ଜାତିକ ମାନବାଧିକାର ଆଇନର ବ୍ୟାପକ ଉଲ୍ଲଂଘନ କରୁଛି ଏବଂ ଏହାର ପରିଣତି ଭୟାବହ ହେବ ବୋଲି ସେ ସତର୍କ କରାଇ ଦେଇଥିଲେ।
ଇତିମଧ୍ୟରେ ଜୟଶଙ୍କର କହିଛନ୍ତି ଯେ ଆଫଗାନିସ୍ତାନରେ ଚାଲିଥିବା ମାନବାଧିକାର ଉଲ୍ଲଂଘନ ରୋକିବା ପାଇଁ ଜାତିସଂଘ ସୁରକ୍ଷା ପରିଷଦର ବୈଠକ ଆୟୋଜନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଆତ୍ମରଙ୍କୁ ଭରସା ଦେଇ ସେ କହିଥିଲେ ଯେ ଆଫଗାନିସ୍ତାନର ଏହି ପ୍ରସ୍ତାବ ଉପରେ ଭାରତ ସମୀକ୍ଷା କରିବା ସହିତ ଆଲୋଚନା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ। ସୂଚନାଯୋଗ୍ୟ ଯେ ଭାରତ ଚଳିତ ମାସରେ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories