www.samajalive.in
Friday, December 12, 2025
16.1 C
Bhubaneswar

ଅଲିମ୍ପିକ୍‌ସ ପଦକ ବିଜୟିନୀ ସିନ୍ଧୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍‌ସରେ ବ୍ୟାଡମିଣ୍ଟନ୍‌ ମହିଳା ସିଙ୍ଗଲ୍‌ସ ବିଭାଗରେ ଭାରତ ପାଇଁ ବ୍ରୋଞ୍ଜ୍‌ ପଦକ ଜିତିଥିବା ପି.ଭି ସିନ୍ଧୁଙ୍କୁ ମଙ୍ଗଳବାର କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ସମ୍ବର୍ଦ୍ଧିତ କରିଛନ୍ତି। ମଙ୍ଗଳବାର କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଅନୁରାଗ ଠାକୁରଙ୍କ ବ୍ୟତୀତ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜି. କିଷନ ରେଡ୍ଡୀ, କେନ୍ଦ୍ର କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ନୀଶୀଥ ପାରମାଣିକ, କେନ୍ଦ୍ର କ୍ରୀଡ଼ା ସଚିବ ରବି ମିତ୍ତଲ, କ୍ରୀଡ଼ା ବିଭାଗର ବରିଷ୍ଠ ଅଧିକାରୀ, ପିଭି ସିନ୍ଧୁଙ୍କ ମା’, ବାପା, ସାଂସଦ ଶ୍ୟାମ ବାପୁ ରାଓ, ସଞ୍ଜୟ କୁମାର, ଅରବିନ୍ଦ ଧର୍ମପୁରୀ, ଟିଜି ଭେଙ୍କଟେଶ ପ୍ରମୁଖ ଉପସ୍ଥିତ ଥିଲେ।

କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ସିନ୍ଧୁଙ୍କୁ ଭାରତର ଗର୍ବ ବୋଲି ଦର୍ଶାଇବା ସହ ସେ ଯୁବପିଢ଼ିଙ୍କ ନିମନ୍ତେ ପ୍ରେରଣା ବୋଲି ମତ ଦେଇଥିଲେ। ସେହିପରି କେନ୍ଦ୍ର ସରକାରଙ୍କ ଟାର୍ଗେଟ୍‌ ଅଲିମ୍ପିକ୍‌ ପୋଡିୟମ ଯୋଜନା କେତେ ଫଳଫ୍ରଦ; ତାହା ସିନ୍ଧୁଙ୍କ ସଫଳତାରୁ ଜଣାପଡୁଛି ବୋଲି ସେ କହିଥିଲେ। ନିଜ ପ୍ରତିକ୍ରିୟାରେ ସିନ୍ଧୁ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟପକ୍ଷରେ ତାଙ୍କର କ୍ରୀଡ଼ା ଜୀବନ ଗଢ଼ିବାକୁ ତାଙ୍କ ବାପା ମା’ ଯେଉଁ ତ୍ୟାଗ ସ୍ବୀକାର କରିଛନ୍ତି ତାହା ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ସିନ୍ଧୁ କହିବା ସହ ନିଜ ପ୍ରଶିକ୍ଷକଙ୍କୁ ମଧ୍ୟ କୃତଜ୍ଞତା ଅର୍ପଣ କରିଥିଲେ। ନିର୍ମଳା ସୀତାରମଣ ନିଜ ପ୍ରତିକ୍ରିୟାରେ ସିନ୍ଧୁ ନିଜକୁ ଭାରତର ଅନ୍ୟତମ ଶ୍ରେଷ୍ଠ କ୍ରୀଡ଼ାବିତ୍‌ ବୋଲି ବାରମ୍ବାର ପ୍ରମାଣିତ କରିଥିବା କହିଥିଲେ।

- Advertisement -

କେନ୍ଦ୍ର କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ପାରମାଣିକ ସିନ୍ଧୁଙ୍କ ଏକନିଷ୍ଠ ସାଧନା, ଦୃଢ଼ ମନୋବଳ, ଶୃଙ୍ଖଳିତ ଜୀବନ ଶୈଳୀକୁ ପ୍ରଶଂସା କରିଥିଲେ। ସୂଚନାଥାଉକି ସିନ୍ଧୁଙ୍କ ଅଲିମ୍ପିକ୍‌ସ ପ୍ରସ୍ତୁତି ନିମନ୍ତେ ସରକାର ପାଖାପାଖି ୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସିନ୍ଧୁ ମଙ୍ଗଳବାର ଟୋକିଓରୁ ଆସି ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲେ। ତାଙ୍କ ସହ ସିନ୍ଧୁଙ୍କ ବ୍ୟକ୍ତିଗତ ପ୍ରଶିକ୍ଷକ କୋରିଆର ପାର୍କ ସାଇ ସାଙ୍ଗ୍‌ ମଧ୍ୟ ଆସିଥିଲେ। ସିନ୍ଧୁଙ୍କୁ ବିମାନ ବନ୍ଦର କର୍ମଚାରୀ ଓ ଉପସ୍ଥିତ ଜନସାଧାରଣ କରତାଳି ଦେଇ ସ୍ବାଗତ କରିଥିଲେ। ଭାରତୀୟ ବ୍ୟାଡମିଣ୍ଟନ୍‌ ମହାସଂଘର ସାଧାରଣ ସମ୍ପାଦକ ଅଜୟ ସିଂଘାନିଆ ଓ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ଅଧିକାରୀମାନେ ସିନ୍ଧୁଙ୍କୁ ପାଛୋଟି ନେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories