www.samajalive.in
Wednesday, December 10, 2025
26.1 C
Bhubaneswar

ବୁଧବାର ରାଶିଫଳ ୦୪.୦୮.୨୦୨୧

ମେଷ: ଆଜିର କାର୍ଯ୍ୟ ଉତ୍ସାହଜନକ ହେବ। ତ୍ୟାଗପୂତ ମନୋଭାବର ହୋଇପାରନ୍ତି। ନୀତିନିଷ୍ଠ ହେବେ। ବିବିଧ ଧନଯୁକ୍ତ ହେବେ। ମୂଲ୍ୟବାନ ଧାତୁ ଦ୍ରବ୍ୟ ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବୃଷ: ଶୌର୍ଯ୍ୟଶାଳୀ ହୋଇପାରନ୍ତି। ସୁଖୀ ହେବେ। ସହନଶୀଳ ହୋଇପାରନ୍ତି। ଶତ୍ରୁହନ୍ତା ହେବେ। ଧନ ସଞ୍ଚୟ କରିବେ। ବିଚକ୍ଷଣ ବୁଦ୍ଧି ଯୁକ୍ତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ।
ମିଥୁନ: ଦେବ କାର୍ଯ୍ୟରେ ଅଧିକ ଧନ ବ୍ୟୟ କରିପାରନ୍ତି। ମୂଲ୍ୟବାନ୍‌ ଧାତୁ ଦ୍ରବ୍ୟ କ୍ରୟ କରିବେ। ଛିଟ ବସ୍ତ୍ର ପରିଧାନ ପାଇଁ ଆଗ୍ରହୀ ହେବେ। ମନ ପ୍ରସନ୍ନ ରହିବ। ପତ୍ନୀଙ୍କୁ ଖୁସି କରାଇ ପାରନ୍ତି। ଯୁଦ୍ଧଯାତ୍ରା କରଣୀୟ।
କର୍କଟ: ପ୍ରବଳ ଉତ୍ସାହ ଉଦ୍ଦୀପନାରେ କାର୍ଯ୍ୟ ସମ୍ପାଦନ କରିବେ। ଗୋ-ଦାନ କରିପାରନ୍ତି। ଧନବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖକର ହେବ। ଅଳଙ୍କାର ଆଚ୍ଛାଦାନରେ ଆଗ୍ରହୀ ହେବେ। ଅସତ୍‌ ସେବାରେ ନିମଗ୍ନ ହେବେ।
ସିଂହ: ଉଚ୍ଚ ଆଶା ଫଳବତୀ ହେବ। ସାଧୁ, ଦେବ ଓ ବ୍ରାହ୍ମଣମାନଙ୍କ ପ୍ରୀତ୍ୟାର୍ଥେ ଧନ ବ୍ୟୟ କରିବେ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବହୁବିଧ ଧନର ଅଧିକାରୀ ହେବେ। ଉତ୍ତମ ଗୁଣର ଆଧାର ହେବେ।
କନ୍ୟା: ପ୍ରବଳ ଉତ୍ସାହ ଉଦ୍ଦୀପନାରେ କାର୍ଯ୍ୟ ସମ୍ପାଦନ କରିବେ। ଗୋ-ଦାନ କରିପାରନ୍ତି। ଧନବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖକର ହେବ। ଅଳଙ୍କାର ଆଚ୍ଛାଦନରେ ଆଗ୍ରହୀ ହେବେ। ଅସତ୍‌ ସେବାରେ ନିମଗ୍ନ ହେବେ।
ତୁଳା: ଅର୍ଥ କଷ୍ଟ ସହିତ ଶାରୀରିକ କ୍ଲେଶ ଭୋଗ କରୁଥିଲେ ମଧ୍ୟ ହାସ୍ୟ ପ୍ରିୟ ହୋଇପାରନ୍ତି। ସ୍ବାଭିମାନ ହୋଇପାରନ୍ତି। ଚଞ୍ଚଳମନା ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।
ବିଛା: ପତ୍ନୀ ଗୁଣବତୀ, ଶାନ୍ତ ସ୍ବଭାବଯୁକ୍ତା ପତିବ୍ରତା, ଆଚାର ବ୍ୟବହାରରେ ଉଦାହରଣ ହେବେ। ଅବିବାହିତମାନଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ। ସ୍ବର୍ଣ୍ଣାଦି ଧାତୁ ଦ୍ରବ୍ୟ ମିଳିପାରେ।
ଧନୁ: ସନ୍‌ମାର୍ଗୀ ହେବେ। କର୍ମକ୍ଷେତ୍ରରେ ସମର୍ପଣ ମନୋଭାବର ହୋଇପାରନ୍ତି। ଆଚରଣ ସୁଦ୍ଧି ସହିତ ବ୍ୟବହାର ପାରଙ୍ଗମ ହେବେ। ବ୍ୟବସାୟ ଲାଭଦାୟକ ହେବ। ସପତ୍ନୀକ ବନ୍ଧୁ ଓ ଅତିଥିପ୍ରିୟ ହେବେ।
ମକର: ସୁଭାଷୀ ହେବେ। ଉତ୍ତମ ବିଦ୍ୟାଯୁକ୍ତ ହୋଇପାରନ୍ତି। ପ୍ରେମୀ, ବିଳାସୀ ଓ ତେଜିୟାନ୍‌ ହେବେ। କର୍ମଚଞ୍ଚଳ ରହିବେ। ବହୁଧନର ଅଧିକାରୀ ହୋଇପାରନ୍ତି। ମୂଲ୍ୟବାନ୍‌ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି।
କୁମ୍ଭ: ନାନା ସୁଖର ଅଧିକାରୀ ହୋଇପାରନ୍ତି। ମୌର୍ଯ୍ୟରୁ, ସେବାରୁ, ବ୍ରାହ୍ମଣ କର୍ମାଦିରୁ ସୁଖ ପାଇବେ। ଯାନବାହନ ସୁଖ ମିଳିବ। କର୍ମବୀର ହେବେ। ସଦ୍‌ବ୍ୟୟୀ ହୋଇପାରନ୍ତି। ରାଜବଂଶ ପୂଜିତ ହେବେ।
ମୀନ: ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ସରକାରୀ କୃପାଲାଭ କରିପାରନ୍ତି। ସୁଲେଖକ ତଥା କବି ହୋଇପାରନ୍ତି। ବ୍ରାହ୍ମଣାନୁରକ୍ତ ହେବେ। ଈଶ୍ବର ନିଷ୍ଠା ଆପଣଙ୍କୁ ମହାନ୍‌ କରିପାରେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories