www.samajalive.in
Saturday, December 13, 2025
27.1 C
Bhubaneswar

୬୨ ଆଦର୍ଶ ବିଦ୍ୟାଳୟରେ ଏକାଦଶ, ଦ୍ବାଦଶ ପାଠପଢ଼ାକୁ ଅନୁମତି

ଭୁବନେଶ୍ବର : ଏଣିକି ରାଜ୍ୟର ୧୪ ଜିଲାରେ ଥିବା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ପଢିପାରିବେ ଏକାଦଶ ଓ ଦ୍ବାଦଶ ପାଠ୍ୟକ୍ରମ। ସିବିଏସ୍‌ଇ ପକ୍ଷରୁ ଏନେଇ ଅନୁମତି ଦିଆଯାଇଛି। ଏହି ଆଦର୍ଶ ବିଦ୍ୟାଳୟଗୁଡ଼ିକ କେନ୍ଦ୍ରୀୟ ପରିଷଦ ସିବିଏସ୍‌ଇ ସହ ଅନୁବନ୍ଧିତ ଥିବାବେଳେ ଏଥି‌େର ଇଂରାଜୀ ମାଧ୍ୟମ ପାଠ ପଢାଯାଉଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟର ସାମଗ୍ରିକ ବିକାଶକୁ ଗୁରୁତ୍ବ ଦେଉଥିବାରୁ ବିଭାଗ ପକ୍ଷରୁ ଦ୍ବାଦଶ ଓ ଏକାଦଶ ପାଠପଢା ପ୍ରସଙ୍ଗକୁ ଗମ୍ଭୀରତାର ସହ ନିଆଯାଇଥିଲା। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଏନେଇ ସିବିଏସ୍‌ଇ ଅଧ୍ୟକ୍ଷ ମନୋଜ ଆହୁଜାଙ୍କୁ ଦିଲ୍ଲୀରେ ଭେଟି ଆଲୋଚନା କରିଛନ୍ତି।
ଏ ସମ୍ବନ୍ଧରେ ଶ୍ରୀ ସାହୁ ସିବିଏସ୍‌ଇ ଅଧ୍ୟକ୍ଷଙ୍କୁ ଅବଗତ କରାଇଥିବାବେଳେ ସାମ୍ପ୍ରତିକ ସ୍ଥିତି ଓ ଏହାର ଆବଶ୍ୟକତା ସମ୍ବନ୍ଧରେ ଜଣାଇଥିଲେ। ଆଲୋଚନା ଫଳପ୍ରଦ ହୋଇଥିବାବେଳେ ସିବିଏସ୍‌ଇ ପକ୍ଷରୁ ୨୦୨୧-୨୨ ଶିକ୍ଷାବର୍ଷରେ ଏକାଦଶ ଓ ଦ୍ବାଦଶ ପାଠପଢା ପାଇଁ ଅନୁମତି ଦିଆଯାଇଛି। ଏଣିକି ୧୪ ଜିଲାରେ ଥିବା ୬୨ ଟି ଆଦର୍ଶ ବିଦ୍ୟାଳୟରେ ଏକାଦଶ ଓ ଦ୍ବାଦଶ ପାଠ ପଢାଯିବ। ଏବେ ଏହି ବିଦ୍ୟାଳୟରେ ଦଶମ ପର୍ଯ୍ୟନ୍ତ ପାଠ ପଢାଯାଉଛି।
ଦୀର୍ଘଦିନ ହେଲା ଏକାଦଶ ଓ ଦ୍ବାଦଶ ପାଠପଢା ପାଇଁ ବିଭିନ୍ନ ଜିଲାର ସ୍ଥାନୀୟ ବିଧାୟକ, ସାଂସଦ ଦାବି କରି ଆସୁଥିବାବେଳେ କିଛି ଦିନ ପୂର୍ବେ ବିଭାଗୀୟ ସଚିବ ଓ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଗସ୍ତ ସମୟରେ ମଧ୍ୟ ଛାତ୍ରଛାତ୍ରୀ ଏନେଇ ଅଭିଯୋଗ କରିଥିଲେ। ମୁଖ୍ୟତଃ ଏହି ୬୨ ବିଦ୍ୟାଳୟ ମଧ୍ୟରୁ ଅଧିକାଂଶ କେବିକେ ଅଞ୍ଚଳରେ ଥିବାରୁ ଏହାକୁ ଗମ୍ଭୀରତାର ସହ ବିଭାଗ ନେଇଥିଲା।
ନୟାଗଡ଼ ଜିଲାର ସଡ଼କ ସୁରକ୍ଷା ସମ୍ବନ୍ଧରେ ସଚେତନ କରି କେନ୍ଦ୍ର ସରକାରଙ୍କ ଦ୍ବାରା ପୁରସ୍କୃତ ହୋଇଥିବା ନୟାଗଡ଼ ଜିଲା ନୋତର ଆଦର୍ଶ ବିଦ୍ୟାଳୟର ବିଦ୍ୟାର୍ଥୀ ଏକାଦଶ ଓ ଦ୍ବାଦଶ ପାଠପଢା ସୁଯୋଗ ଦେବାକୁ ଏକ ଦୃଶ୍ୟଶ୍ରାବ୍ୟ ବାର୍ତ୍ତା ପ୍ରସ୍ତୁତ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟ ଆଦର୍ଶ ବିଦ୍ୟାଳୟରେ ଗରିବ ଶ୍ରେଣୀର ବିଦ୍ୟାର୍ଥୀ ପଢୁଥିବାରୁ ସେମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବାର ଆଶଙ୍କା କରି ଦୀର୍ଘ ଦିନ ଧରି ଦାବି କରି ଆସୁଥିଲେ। ସିବିଏସ୍‌ଇ ପକ୍ଷରୁ ଅନୁମତି ମିଳିଥିବାରୁ ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଖୁସିବ୍ୟକ୍ତ କରିଛନ୍ତି।

Hot this week

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

Related Articles

Popular Categories