www.samajalive.in
Tuesday, December 9, 2025
16.1 C
Bhubaneswar

ଅଲିମ୍ପିକ୍ସ ମହିଳା ହକି; ସେମିଫାଇନାଲରେ ପ୍ରବେଶ କରି ଇତିହାସ ରଚିଲା ଭାରତ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ୨୦୨୧ର ମହିଳା ହକି କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତ ପ୍ରତିପକ୍ଷ ଅଷ୍ଟ୍ରେଲିଆକୁ ୧-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ଏଥିସହିତ ଭାରତୀୟ ମହିଳା ହକି ଦଳ ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚି ଏକ ରେକର୍ଡ ସୃଷ୍ଟି କରିଛନ୍ତି। ସୋମବାର ଅନୁଷ୍ଠିତ ଏହି କ୍ୱାର୍ଟର ଫାଇନାଲ ମ୍ୟାଚରେ ୨୨ ମିନିଟ୍‍ ସମୟରେ ଭାରତୀୟ ଖେଳାଳି ଗୁରଜିତ କୌର ପେନାଲଟି କର୍ଣ୍ଣରରୁ ଏକ ଗୋଲ ସ୍କୋର କରିବା ସହିତ ଦଳକୁ ବିଜୟୀ କରାଇଥିଲେ। ପୂର୍ବରୁ ଭାରତୀୟ ଦଳ ପୁଲ୍‍ ଏ ପର୍ଯ୍ୟାୟରେ ଦୁଇଟି ବିଜୟ ଓ ତିନିଟି ପରାଜୟ ସହିତ ଚତୁର୍ଥ ସ୍ଥାନରେ ରହିଥିଲା। ସୂଚନାଯୋଗ୍ୟ ଯେ ମହିଳା ହକିରେ ହଲାଣ୍ଡ ବିଶ୍ୱ ମାନ୍ୟତାରେ ଶୀର୍ଷରେ ଥିବାବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ଦଳ ପୁଲ୍‍ ବି ପର‌୍ୟ୍ୟାୟରେ ସମସ୍ତ ମ୍ୟାଚ ଜିତି ଶୀର୍ଷ ସ୍ଥାନରେ ରହିଥିଲା। ଭାରତୀୟ ଦଳ ସେମାନଙ୍କର ଶେଷ ଗ୍ରୁପ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ପରାସ୍ତ କରିଥିଲେ। ଏହାପରେ ସେମାନଙ୍କୁ ଗତ ଥରର ଚମ୍ପିଆନ ଗ୍ରେଟ ବ୍ରିଟେନ ଏବଂ ଆୟର୍ଲାଣ୍ଡ ମଧ୍ୟରେ ମ୍ୟାଚ ଫଳାଫଳକୁ ଅପେକ୍ଷା କରିବାକୁ ପଡିଥିଲା। ଆୟର୍ଲାଣ୍ଡ ବିଜୟୀ ହୋଇଥିଲେ ଭାରତୀୟ ଦଳର ଆଶା ମଉଳି ଯାଇଥାନ୍ତା। କାରଣ ଏହାଦ୍ୱାରା ଆୟର୍ଲାଣ୍ଡ କ୍ୱାର୍ଟର ଫାଇନାଲକୁ ଅଧିକ ଗୋଲ ସ୍କୋର ଆଧାରରେ ପ୍ରବେଶ କରିଥାନ୍ତା। କିନ୍ତୁ ଉକ୍ତ ମ୍ୟାଚରେ ବ୍ରିଟେନ ତାହାର ପ୍ରତିପକ୍ଷ ଆୟର୍ଲାଣ୍ଡକୁ ୨-୦ ଗୋଲରେ ପରାସ୍ତ କରିବାରୁ ଭାରତ କ୍ୱାର୍ଟରଫାଇନାଲ ଖେଳିବା ବାଟ ଫିଟିଥିଲା।
ଏହା ପୂର୍ବରୁ ରବିବାର ଭାରତୀୟ ପୁରୁଷ ହକି ଦଳ ମଧ୍ୟ ଅଲିମ୍ପିକ କ୍ରୀଡାର ପଦକ ରାଉଣ୍ଡକୁ ପ୍ରବେଶ କରିସାରିଛନ୍ତି। ଏହା ମଧ୍ୟ ୪୧ ବର୍ଷ ପରେ ସମ୍ଭବ ହୋଇଛି। ଭାରତ କ୍ୱାର୍ଟରଫାଇନାଲ ମ୍ୟାଚରେ ଗ୍ରେଟ ବ୍ରିଟେନକୁ ୩-୧ ଗୋଲରେ ପରାସ୍ତ କରିଥିଲା। ଦଳର ଫରୱାର୍ଡ ଖେଳାଳି ଦିଲପ୍ରିତ ସିଂହ, ଗୁରାଜଣ୍ଟ ସିଂହ ଏବଂ ହାର୍ଦ୍ଦିକ ସିଂହ ଭାରତ ପାଇଁ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ଅନ୍ୟପକ୍ଷରେ ଗ୍ରେଟ ବ୍ରିଟେନ ପକ୍ଷରୁ ସାମ ୱାର୍ଡ ଏକମାତ୍ର ଗୋଲ ପେନାଲଟି କର୍ଣ୍ଣରରୁ ସ୍କୋର କରିଥିଲେ। ସେମିଫାନାଲରେ ଭାରତ, ବେଲଜିୟମକୁ ଭେଟିବ। ଏହା ବିରୁଦ୍ଧରେ ବିଜୟୀ ହେଲେ ଭାରତ ୧୯୮୦ ମସ୍କୋ ଅଲିମ୍ପିକ୍ସ ପରବର୍ତ୍ତୀ ସମୟରେ ପ୍ରଥମ କରି ଫାଇନାଲ ଖେଳିବ। ୧୯୮୦ରେ ଭାରତ ତାହାର ପ୍ରତିପକ୍ଷ ସ୍ପେନକୁ ପରାସ୍ତ କରି ଅଲିମ୍ପିକ୍ସ ହକିରେ ଶେଷ ଥର ସ୍ୱର୍ଣ୍ଣ ପଦକ ଜିତିଥିଲା। ୧୯୮୦ରେ ଭାରତୀୟ ଦଳ ମସ୍କୋ ଗେମ୍ସରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ସେହିବର୍ଷ ମହିଳା ହକି ଅଲିମ୍ପିକ୍ସରେ ପ୍ରଥମ କରି ସ୍ଥାନ ପାଇଥିଲା ଏବଂ ତାହା ରାଉଣ୍ଡ ରବିନ ଲିଗ୍‍ ଭିତ୍ତିରେ ଖେଳାଯାଇଥିଲା। ଭାରତୀୟ ମହିଳା ହକି ଦଳ ବୁଧବାର ଦିନ ଆର୍ଜେଣ୍ଟିନା ବିପକ୍ଷରେ ସେମିଫାଇନାଲ ମ୍ୟାଚ ଖେଳିବେ ବୋଲି ଜଣାଯାଇଛି। ୨୦୧୬ ରିଓ ଅଲିମ୍ପିକ୍ସରେ ମୋଟ ୧୨ଟି ଦଳ ଅଂଶଗ୍ରହଣ କରିଥିବାବେଳେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଠାରୁ ୧-୬ ଗୋଲରେ ହାରି ଦ୍ୱାଦଶ ସ୍ଥାନରେ ରହିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories