www.samajalive.in
Friday, December 12, 2025
14.1 C
Bhubaneswar

ସୋମବାର ରାଶିଫଳ ୦୨.୦୮.୨୦୨୧

ମେଷ: ଆଶାବାଦୀ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି। ଭାଷା ମଧୁର ହେବ। ସହନଶୀଳ, ଶାନ୍ତିପ୍ରିୟ, ଉଦାର ଓ ବିଦ୍ୟାପ୍ରେମୀ ହେବେ। ଧନାଗମ ହେବ। ଦାମ୍ପତ୍ୟ ସୁଖ ମିଳିବ।
ବୃଷ: ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ଆଶାନୁରୂପ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଅର୍ଥ ମିଳିବ। ସୁସ୍ଥ ରହିବେ। ରଣାଙ୍ଗନରେ ବିଜୟୀ ହେବେ।
ମିଥୁନ: ପଥରୋଧକୁ ହଟାଇ ଆଗକୁ ମାଡ଼ି ଚାଲିବେ। ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। କର୍ମଚଞ୍ଚଳ ରହିବେ। ଥଣ୍ଡା, କଫଜନିତ ସାମାନ୍ୟ ପୀଡ଼ା ଉପୁଜିପାରେ। ମନ ପ୍ରସନ୍ନ ରହିବ। ମଧୁର କଥା କହି ପରକୁ ଆପଣାର କରିପାରନ୍ତି।
କର୍କଟ: ଆୟ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ମିଳିପାରେ।
ସିଂହ: କର୍ମଚଞ୍ଚଳ ରହିବେ। କୁଳପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ନିଜ ପରିବାର ପ୍ରତି ସ୍ନେହ, ସଦ୍ଦିଚ୍ଛା ଭାବ ରହିବ।
କନ୍ୟା: ଭାଗ୍ୟଶାଳୀ ହେବେ। ଭୋଗ-ବିଳାସ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ପ୍ରବଳ ଉଦ୍ୟୋଗୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ତୁଳା; ପ୍ରତିଶୋଧ ପରାୟଣ ହୋଇପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟରୁ ଲାଭ ମିଳିପାରେ। ଦାନକୁ ବ୍ରତଭାବେ ଗ୍ରହଣ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ହେବ।
ବିଛା: ବନ୍ଧୁ ମିଳନରେ, ଅତିଥି ସତ୍କାରରେ ସୁଯୋଗ ମିଳିବ। ବ୍ୟବସାୟ ଲାଭଜନକ ହେବ। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।
ଧନୁ: ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉତ୍କୃଷ୍ଟତା ପ୍ରତିପାଦନ କରିବେ। ଆଖିରେ ଯନ୍ତ୍ରଣା ଅନୁଭବ ଅନୁଭବ କରିବେ।
ମକର: ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଚଞ୍ଚଳ ଚେଷ୍ଟିତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ର, ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ। ଆର୍ଥିକ ଅବସ୍ଥା ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟ ଲାଭଜନକ ହେବ।
କୁମ୍ଭ: ଉଦାର ପ୍ରକୃତିିର ହେବେ। ଦାନ-ଧ୍ୟାନ ଉପରେ ଗୁରୁତ୍ବ ଦେବେ। ବ୍ୟକ୍ତିତ୍ବ ଅଧିକ ବିକଶିତ ହେବ। ସୁସ୍ଥ ରହିବେ। କୃଷି କର୍ମ ଉପରେ ବିଶେଷ ଧ୍ୟାନ ଦେବେ। ପ୍ରେମୀ ଓ ବୁଦ୍ଧିମାନ୍‌ ହୋଇପାରନ୍ତି।
ମୀନ: କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ମନ ପ୍ରସନ୍ନ ରହିବ। ଆତ୍ମବିଶ୍ବାସୀ ହେବେ। ମଧୁରଭାଷୀ ହୋଇପାରନ୍ତି। ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ। ବୁଦ୍ଧିମାନ ହୋଇପାରନ୍ତି।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories