www.samajalive.in
Friday, December 12, 2025
15.1 C
Bhubaneswar

ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନର ଅପ୍ରତିଦ୍ବନ୍ଦ୍ବୀ ନାୟିକା ପି.ଭି. ସିନ୍ଧୁ। ଟୋକିଓ ଅଲିମ୍ପିକ୍‌ସରେ ତାଙ୍କ ସଫଳତା କୋଟିକୋଟି ଭାରତୀୟଙ୍କ ମୁହଁରେ ହସ ଫୁଟାଇଛି। ପ୍ରଥମ ଭାରତୀୟ ମହିଳା ଭାବେ ଅଲିମ୍ପିକ୍‌ସରେ ୨ଟି ପଦକ ହାସଲ କରିଛନ୍ତି। ଟୋକିଓ ଅଲିମ୍ପିକ୍‌ସରେ କାଂସ୍ୟ ପଦକ ବିଜୟୀ ହୋଇଥିବା ସିନ୍ଧୁଙ୍କୁ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି, କଠିନ ପରିଶ୍ରମ ଓ କ୍ରୀଡ଼ା ପ୍ରତି ଉତ୍ସର୍ଗିକୃତ ମନୋଭାବ ତୁମକୁ ସଫଳତା ଆଣିଦେଇଛି। ତୁମର ନିଷ୍ଠା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ରହିବ। ପ୍ରଥମ ଭାରତୀୟ ମହିଳା ଭାବେ ତୁମେ ଅଲିମ୍ପିକ୍‌ସରେ ୨ୟ ପଦକ ଜିତି ଦେଶର ଗୌରବ ପାଲଟିଛ। ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁ ଏହି ଚମତ୍କାର ସଫଳତା ଲାଗି ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତୁମ ପାଇଁ ପ୍ରତ୍ୟେକ ଭାରତୀୟ ଗର୍ବିତ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ତୁମ ପାଇଁ ଉକ୍ତ ଅଲିମ୍ପିକ୍‌ସ ସ୍ମରଣୀୟ ହୋଇ ରହିବ। ତୁମ ପ୍ରଦର୍ଶନ ଦେଶ ପାଇଁ ଗର୍ବ ଓ ଗୌରବ ଆଣିପାରିଛି। ତୁମେ ଦେଶର ଗର୍ବ ଏବଂ ଜଣେ ଅନନ୍ୟ ଅଲିମ୍ପିଆନ୍। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଟ୍ବିଟରରେ ଲେଖିଛନ୍ତି- ଚମତ୍କାର ବିଜୟ ପି.ଭି. ସିନ୍ଧୁ। ତୁମେ ମ୍ୟାଚ୍‌ରେ ପ୍ରାଧାନ୍ୟ ବିସ୍ତାରକରି ଇତିହାସ ସୃଷ୍ଟିକରିଛି। ଭାରତ ତୁମ ପାଇଁ ଗର୍ବିତ ଏବଂ ତୁମ ଫେରନ୍ତାବାଟକୁ ଚାହିଁବସିଛି।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌କରି ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ଅଲିମ୍ପିକ୍‌ସରେ ୨ଟି ପଦକ ଜିତିବା ତୁମ କୃତିତ୍ବ ଉଦାହରଣ ଓ ପ୍ରେରଣାଦାୟୀ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଥମ ମହିଳା ଭାବେ ଅଲିମ୍ପିକ୍‌ସରେ ଦ୍ବିତୀୟ ପଦକ ଜିତି ତୁମେ ଚମ୍ପିଆନର ପରିଚୟ ଦେଇଛ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍‌ ଶାହା, ଭାରତ ଏକମାତ୍ର ଅଲିମ୍ପିକ୍ସ ସ୍ବର୍ଣ୍ଣବିଜେତା ଅଭିନବ ବିନ୍ଦ୍ରା, କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ, ଶିଖର ଧାୱନ, ବୀରେନ୍ଦ୍ର ସେହ୍ବାଗ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories