www.samajalive.in
Friday, December 12, 2025
15.1 C
Bhubaneswar

ପୁରୁଷ ହକି : ଭାରତ-ବେଲ୍‌ଜିୟମ ସେମିଫାଇନାଲ

ଟୋକିଓ: ଟୋକିଓ ଅଲିମ୍ପିକ୍‌ସରେ ମନପ୍ରୀତ ସିଂହଙ୍କ ନେତୃତ୍ବାଧିନ ଭାରତୀୟ ଦଳ ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ିବା​ରେ ଲାଗିଛି। ଟୋକିଓର ସେମିଫାଇନାଲରେ ପହଞ୍ଚି ଭାରତ ୪୧ ବର୍ଷ ପରେ ପଦକ ଲକ୍ଷ୍ୟରେ ଆଉ ପାଦେ ଆଗକୁ ବଢିଛି। ରବିବାର କ୍ବାର୍ଟରଫାଇନାଲ ମ୍ୟାଚରେ ଭାରତ ୩-୧ ଗୋଲରେ ଗ୍ରେଟ୍‌ ବ୍ରିଟେନକୁ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି। ଭାରତ ମଙ୍ଗଳବାର ସେମିଫାଇନାଲ ମ୍ୟାଚ ବିଶ୍ବ ଚମ୍ପିଆନ ବେଲଜିୟମ ସହ ଖେଳିବ। ​କ୍ବାର୍ଟରଫାଇନାଲରେ ସ୍ପେନକୁ ବେଲ୍‌ଜିୟମ ପରାସ୍ତକରି ସେମିଫାଇନାଲରେ ପହଞ୍ଚିଛି।

କ୍ବାର୍ଟରଫାଇନାଲରେ ଭାରତୀୟ ଦଳ ପ୍ରାରମ୍ଭରୁ ଶେଷ ପର୍ୟ୍ୟନ୍ତ ରକ୍ଷଣାତ୍ମକ ଖେଳ ଆପଣାଇଥିଲା। ଖେଳର ୩ ମିନିଟ୍‌ରେ ଗ୍ରେଟ୍‌ ବ୍ରିଟେନକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଦଳ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲା। ୭ ମିନିଟ୍‌ରେ ଦୁର୍ବଳ ରକ୍ଷଣଭାଗର ଫାଇଦା ଉଠାଇ ଭାରତ ଗୋଲ ଦେବାରେ ସକ୍ଷମ ହୋଇଥିଲା। ସିମ୍ରନଜିତ୍‌ଙ୍କ ଚମତ୍କାର ପାସ୍‌କୁ ଦିଲପ୍ରୀତ ସିଂହ ଗୋଲ ଦେଇ ଭାରତକୁ ୧-୦ରେ ଆଗୁଆ କରିଥିଲେ। ପ୍ରଥମ କ୍ବାର୍ଟର ଖେଳ ଭାରତ ସପକ୍ଷରେ ଯାଇଥିଲା। ୨ୟ କ୍ବାର୍ଟର ଆରମ୍ଭର ପ୍ରଥମ ମିନିଟ୍‌ରୁ ହିଁ ଭାରତକୁ ଆଉ ଏକ ସଫଳତା ମିଳିଥିଲା। ୧୬ ମିନିଟ୍‌ରେ ଗୁରୁଜାନ୍ତ ସିଂହ ଗୋଲ ଦେଇ ଭାରତକୁ ୨-୦ରେ ଆଗୁଆ କରିଥିଲେ। ଗ୍ରେଟ୍‌ ବ୍ରିଟେନ ଗୋଲ ଦେବା ନେଇ ଏକାଧିକ ସୁଯୋଗ ପରେ ସୁଯୋଗ ସୃଷ୍ଟି କରି ଚାଲିଥିଲେ ମଧ୍ୟ ଭାରତୀୟ ରକ୍ଷଣାଭାଗ କୌଣସି ତ୍ରୁଟି କରିନଥିଲେ। ପ୍ରଥମାର୍ଦ୍ଧ ଶେଷରେ ଭାରତ ୨-୦ ଗୋଲରେ ଆଗୁଆ ରହିଥିଲା। ୩ୟ କ୍ବାର୍ଟରରେ ମ୍ୟାଚ ଅଧିକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୪୫ ମିନିଟ୍‌ରେ ଗ୍ରେଟ୍‌ ବ୍ରିଟେନ ପକ୍ଷରୁ ସାମ୍‌ ୱାର୍ଡ ପେନାଲ୍‌ଟି କର୍ଣ୍ଣରରୁ ଗୋଟିଏ ଗୋଲ ଦେଇ ମ୍ୟାଚ୍‌କୁ ୧-୨ ସ୍ତରକୁ ଆଣିଥିଲେ।

- Advertisement -

୩ୟ କ୍ବାର୍ଟର ଖେଳ ଶେଷ ହେବାକୁ ଆଉ ମାତ୍ର ୩୦ ସେକେଣ୍ଡ ବାକି ରହିଥିବାବେଳେ ଗ୍ରେଟ୍‌ ବ୍ରିଟେନକୁ କ୍ରମାଗତ ୪ଟି ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ପ୍ରଥମ ୩ଟି ପେନାଲ୍‌ଟି କର୍ଣ୍ଣରକୁ ଭାରତ ରୋକିବାରେ ସକ୍ଷମ ​ହୋଇଥିବା ବେଳେ ୪ର୍ଥ କ୍ବାର୍ଟରରେ ଗୋଲ ବରଣ କରିଥିଲା। ଅନ୍ତିମ କ୍ବାର୍ଟରରେ ଗ୍ରେଟ୍‌ ବ୍ରିଟେନ ଆକ୍ରମଣାତ୍ମକ ହକି ଖେଳିଥିବା ବେଳେ ଭାରତ ସମ୍ପୂର୍ଣ୍ଣ ରକ୍ଷଣାତ୍ମକ ପନ୍ଥା ଆପଣାଇଥିଲା। ଗ୍ରେଟ୍‌ ବ୍ରିଟେନର ଆକ୍ରମଣ ଯୋଜନାର ଫାଇଦା ଉଠାଇ ଭାରତ ଆଉ ଏକ ଗୋଲ ଦେବାରେ ସକ୍ଷମ ହୋଇଥିଲା। ୫୭ ମିନିଟ୍‌ରେ ହାର୍ଦିକ ସିଂହ ୩ୟ ଗୋଲ ଦେଇ ଭାରତକୁ ୩-୧ରେ ଆଗୁଆ କରିଥିଲେ। ଅନ୍ତିମ ସମୟ ପର୍ଯ୍ୟନ୍ତ ଇଂଲଣ୍ଡ ଗୋଲ ଦେବା ନେଇ ଉଦ୍ୟମ କରି ବିଫଳ ହୋଇଥିଲା। ମ୍ୟାଚ​ରେ ଇଂଲଣ୍ଡ ୮ଟି ପେନାଲ୍‌ଟି କର୍ଣ୍ଣର ପାଇଥିବା ବେଳେ ଭାରତକୁ ଗୋଟିଏ ହେଲେ ମିଳିନଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories