www.samajalive.in
Friday, December 12, 2025
14.1 C
Bhubaneswar

ନିଜ ନିର୍ବାଚନ ମଣ୍ଡଳୀର ସମସ୍ତ ଛାତ୍ରଛାତ୍ରୀଙ୍କୁ ପୋଷାକ, ସ୍କୁଲ ବ୍ୟାଗ ବଣ୍ଟନ କାର୍ଯ୍ୟକ୍ରମ ହାତକୁ ନେଲେ ଡାବୁଗାଁ ବିଧାୟକ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀ ବିଧାୟକ ମନୋହର ରନ୍ଧାରୀ ସବୁବେଳେ କିଛିନା କିଛି ଜନହିତକର କାର୍ଯ୍ୟ କରିଥାନ୍ତି ଏବଂ ସବୁବେଳେ ଚର୍ଚ୍ଚାରେ ରହିବାକୁ ବି ପସନ୍ଦ କରୁଥିବା ବିଧାୟକ ଏବେ ଆଉ ଏକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏବେ ତ ବର୍ଷା ଋତୁରେ ଅଧିକାଂଶ ମହିଳାମାନେ ବିଲରେ ଯାଇ କାମ କରୁଥିବା ସମୟରେ ନିଜ ନିର୍ବାଚନ ମଣ୍ଡଳୀର ସମସ୍ତ ଅଂଚଳକୁ ଯାଇ ବିଲରେ କାମ କରୁଥିବା ମହିଳା ମାନଙ୍କୁ ବର୍ଷକୋଟ, ଚାହା, ବିସ୍କୁଟ ବଣ୍ଟନ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଆଜିଠୁ ଆଉ ଏକ ପ୍ରୟାସ କରି ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ଥିବା ପ୍ରତ୍ୟେକ ଗ୍ରାମକୁ ଯାଇ ସେହି ଗ୍ରାମର ପାଠ ପଡୁଥିବା କୁନି କୁନି ପିଲାମାନଙ୍କୁ ଭେଟି ସେମାନଙ୍କୁ ସ୍କୁଲ ବ୍ୟାଗ, ପେନ ଏବଂ ଡ୍ରେସ ବଣ୍ଟନ କରିବା ପାଇଁ ନିଷ୍ପତି ନେଇଥିବା ବେଳେ ବୃଦ୍ଧ ଓ ଵୃଦ୍ଧା ଯେଉଁମାନେ ପେନସନ ପାଉଛନ୍ତି ସେମାନଂକୁ ମଧ୍ୟ ବର୍ଷା ଦିନପାଇଁ ଛତା ବାଣ୍ଟିବାର କାର୍ଯ୍ୟକ୍ରମ ଆରମ୍ବ କରିଛନ୍ତି।

ରବିବାର ପ୍ରଥମ ଦିନରେ ପାପଡାହାଣ୍ଡି ଶିବ ମନ୍ଦିର ପ୍ରାଙ୍ଗଣରେ ବିଧାୟକ ଶ୍ରୀ ରନ୍ଧାରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ପାପଡାହାଣ୍ଡି ନୂଆ ସାହି, ମେନ ରୋଡ଼ ଓ ଭିତର ସାହିର ପାଠ ପଡୁଥିବା ପ୍ରାୟ ୫୦ରୁ ଉର୍ଦ୍ଧ କୁନି କୁନି ପିଲାଙ୍କୁ ସ୍କୁଲ ବ୍ୟାଗ, ପେନ ଏବଂ ଡ୍ରେସ ବଣ୍ଟନ କରିବା ସହ ବୃଦ୍ଧ ଓ ଵୃଦ୍ଧାମାନଙ୍କୁ ଛତା ବଣ୍ଟନ କରିଛନ୍ତି। ବିଧାୟକଙ୍କ ଏହି କାର୍ଯ୍ୟକ୍ରମରେ କୁନି କୁନି ପିଲାମାନେ ବେଶ ଖୁସି ଆଉ ଉତ୍ସାହରେ ଗ୍ରହଣ କରିଥିବା ବେଳେ ବିଧାୟକଙ୍କ ଏଭଳି କାର୍ଯ୍ୟ ପାଇଁ ପ୍ରଶଂସାର ସୁଅ ଛୁଟୁଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories