www.samajalive.in
Friday, December 12, 2025
23.1 C
Bhubaneswar

ଗୁଣ୍ଟୁରୁ ଚିଙ୍ଗୁଡି ପ୍ରକ୍ରିୟାକରଣ ସଂସ୍ଥାରେ ଅଘଟଣ ପ୍ରସଙ୍ଗ, ତଥାପି ନିଦରେ ଶ୍ରମ ବିଭାଗ

ଆନ୍ଧ୍ରର ଗୁଣ୍ଟୁରୁ ଜିଲା ନିକଟ ଲାଙ୍କାଭାନିଦିବାର ଏକ ଚିଙ୍ଗୁଡି ବନ୍ଧ ଓ ଚିଙ୍ଗୁଡି ପ୍ରକ୍ରିୟାକରଣ ସଂସ୍ଥାରେ ଅଘଟଣା ପରେ ଏବେବି ନିଦ ଭାଙ୍ଗିନି ଶ୍ରମ ବିଭାଗର। ପରିବାରର ଆର୍ଥିକ ପରିସ୍ଥିତି ହେଉ କିମ୍ବା ଅନଲାଇନ ପାଠ ପଢା ପାଇଁ ଆବଶ୍ୟକ ମୋବାଇଲ ଟିଏ ପାଇଁ କାମଧନ୍ଧା ଆଶାରେ ପଡୋଶୀ ଆନ୍ଧ୍ର, ତେଲେଙ୍ଗାନା, ରାୟପୁର, କେରଳ, ତାମିଲନାଡୁ ଓ ସୁରତ ଅଭିମୁଖେ ଚାଲିଯାଉଛନ୍ତି ଶ୍ରମିକ। ହେଲେ ପ୍ରତି ମାସ ରାୟଗଡା ଜିଲ୍ଲାରୁ କେତେ ଶ୍ରମିକ ବାହାର ରାଜ୍ୟକୁ ଗଲେ ଏବଂ କେତେ ଶ୍ରମିକ ବାହାର ରାଜ୍ୟରୁ ଆମ ଜିଲ୍ଲାକୁ ଆସିଲେ ତାର ତଥ୍ୟ ଶ୍ରମ ବିଭାଗ ପାଖରେ ନାହିଁ।

ଗତ ବର୍ଷ ପ୍ରଥମ ପର୍ଯ୍ୟାୟ ଲକଡାଉନ ସମୟରେ ରାଜ୍ୟ ୧୬୦୦ ହଜାର ଦଦାନ ଶ୍ରମିକ ଜିଲ୍ଲାକୁ ଫେରିଥିବା ରେକର୍ଡ କରାଯାଇଥିବା ବେଳେ ପରବର୍ତୀ ମୁହୂର୍ତରେ ଜିଲ୍ଲର ଦାଦନ ଶ୍ରମିକଙ୍କ ପରିସଂଖ୍ୟାନ କରିବାକୁ ଭୁଲି ଗଲା ଜିଲ୍ଲା ପ୍ରଶାସନ। ଫଳରେ କାମ କରିବାକୁ ଯାଇ ଗତ ଗୁରୁବାର ରାତ୍ର ୬ଜଣ ପ୍ରବାସୀ ଓଡିଆ ଶ୍ରମିକଙ୍କ ଜୀବନ ଚାଲିଯାଇଛି। ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଥିବା କହିଛନ୍ତି ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର। ଦେଖନ୍ତୁ ଭିଡିଓ…

- Advertisement -

Hot this week

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

Related Articles

Popular Categories