www.samajalive.in
Friday, December 12, 2025
15.1 C
Bhubaneswar

ବିଶ୍ଵ  ବନ୍ଧୁତ୍ୱ ଦିବସରେ ପରିବେଶ ସହ ବନ୍ଧୁତ୍ୱ  ବାନ୍ଧିଲା ନେହେରୁ ଯୁବ କେନ୍ଦ୍ର 

ରେଙ୍ଗାଲିକେମ୍ପ :ଆଜି ଅତାବିରା ବ୍ଲକ  ବାଟିମୁଣ୍ଡା ରେ ନେହେରୁ ଯୁବ କେନ୍ଦ୍ର ଓ କ୍ରୀଡା ଓ ଯୁବ ବ୍ୟାପାର  ମନ୍ତ୍ରଣାଳୟ  ଅଧୀନରେ ଥିବା ନେହେରୁ ଯୁବକେନ୍ଦ୍ର  ବରଗଡ଼ର ମିଳିତ ଆନୁକୁଲ୍ୟରେ  ସ୍ବଚ୍ଛତା ପକ୍ଷ ପାଳନ କରି  ବିଶ୍ଵ ବନ୍ଧୁତ୍ୱ ଦିବସରେ ପରିବେଶ  ସହ ଏକ ସ୍ୱଚ୍ଛ ଓ ସୁସ୍ଥ ବନ୍ଧୁତ୍ୱ ସ୍ଥାପନ କରିଛନ୍ତି ସମାଜକୁ ଏକ ବାର୍ତ୍ତା ଦେଇଛନ୍ତି ଯେ ପରିବେଶ ହେଉଛି ଆମର ବନ୍ଧୁ। ଏହି ପରିବେଶରେ ଆମେ ହସି ଖେଳି ବଡ ହୋଇ ଭବିଷ୍ୟତରେ ଜଣେ ନାଗରିକ ବୋଲାଉ।ପରିବେଶ ଯେତେ ସ୍ୱଚ୍ଛ , ସୁନ୍ଦର୍ ଓ ସୁସ୍ଥ ରହିବ ଆମେ ସେତିକି ସ୍ୱାସ୍ଥ୍ୟବାନ୍ ହେବା।କୁହାଯାଏ ସ୍ବାସ୍ଥ୍ୟ ହିଁ ସମ୍ପଦ।ଆଜି ପରିବେଶ ର ଅବକ୍ଷୟ ଯୋଗୁଁ ବିଭିନ୍ନ ପ୍ରକାରର ରୋଗ ରେ ଆମେ ଆକ୍ରାନ୍ତ ହେଇଛେ।ଆମେ ଯେତେ କ୍ଷତି କଲେ ମଧ୍ୟ ଏଇ ପରିବେଶ ପୁଣି ଆମକୁ ଜଳ, ବାୟୁ  ପରି ଅମୃତ ଜୀବନ ଆମକୁ ଦେଇଥାଏ ତେଣୁ ନିହାତି ଭାବରେ ଆମର ପ୍ରକୃତ ବନ୍ଧୁ।
ତେଣୁ ଏହି ଯୁବକ ସଂଘର ଯୁବକ ମାନେ ଆଜି ସ୍ବଚ୍ଛତା ପକ୍ଷର ପ୍ରଥମ ଦିବସରେ ବାଟିମୁଣ୍ଡା ଗ୍ରାମର ସ୍କୁଲ୍,ରାସ୍ତା,ପୋଖରୀ ହୁଡ଼ା,ଅଙ୍ଗନୱାଡି କେନ୍ଦ୍ର ଆଦି ସଫା କରିଥିଲେ।ସଫେଇ ପରେ ଏକ  ପୁରାତନ ଶିକ୍ଷକ ଜୟଲାଲ ଭୋଇ ଙ୍କ ସଂଯୋଜନାରେ ଏକ ସାଧାରଣ ସଭା ହୋଇଥିଲା ।ଏଥିରେ ସମାଜ ସେବି ଅର୍ଜୁନ ଦାଶ,ଚତୁର୍ଭୁଜ ସାହୁ, ଯ୍ୟୋଟିକୁମାର ବେହେରା,ମୁନା ନାଏକ,ପଙ୍କଜ ମିର୍ଦ୍ଧା,ଯୁବ ସଂଘ ତରଫରୁ କୁଷ ଭୁଏ, ଆକାଶ ଭୁଏ,ଅଜିତ ଖଡିଆ,ତ୍ରିନାଥ କାଲୋ, ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।ଏହି ଅବସରରେ ଆଜି ପରିବେଶ ଆମର ବନ୍ଧୁ ଓ ଏହାର ସ୍ବଚ୍ଛତା ରକ୍ଷା କରିବା  ସହିତ ଯୁବ ସ୍ବଚ୍ଛତା ପରିବଦ୍ଧତ ପାଇଁ ଏକ ଶପଥ ପାଠ କରାଯାଇଥିଲା। ଯୁବ ସଂଘର ଜିତୁ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories