www.samajalive.in
Monday, December 15, 2025
16.1 C
Bhubaneswar

ସେତୁ ସମୁଦ୍ରମ ପ୍ରକଳ୍ପ ଦ୍ୱାରା ରାମ ସେତୁର କ୍ଷତି ହେବନାହିଁ : କେନ୍ଦ୍ର

ନୂଆଦିଲ୍ଲୀ : ସେତୁ ସମୁଦ୍ରମ ପ୍ରକଳ୍ପ ଦ୍ୱାରା ପୌରାଣିକ ରାମ ସେତୁର କୌଣସି କ୍ଷତି ହେବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ନିକଟରେ ଶୁକ୍ରବାର ଦାଖଲ ସତ୍ୟପାଠରେ ଏହା ଉଲ୍ଲେଖ କରାଯାଇଛି । ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ସେତୁ ସମୁଦ୍ରମ ପ୍ରକଳ୍ପ ବିରୋଧରେ ଅପିଲ କରିଥିଲେ । ଏହି ପ୍ରକଳ୍ପ ଦ୍ୱାରା ଯେପରି ପୌରାଣିକ ରାମ ସେତୁର କ୍ଷତି ନଘେଟେ ତାହା ସୁନିଶ୍ଚିତ କରିବା ସେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡିଥିଲେ । ଏନେଇ କେନ୍ଦ୍ରକୁ ନିର୍ଦେଶ ଦେବାକୁ ସେ ସୁପ୍ରିମକୋର୍ଟଙ୍କୁ କହିଥିଲେ । କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଅତିରିକ୍ତ ସୋଲିସିଟର ଜେନରାଲ ପିଙ୍କି ଆନନ୍ଦ କହିଛନ୍ତି ଯେ ସେତୁ ସମୁଦ୍ରମ ଜାହାଜ ମାର୍ଗ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ବିକଳ୍ପ ମାର୍ଗ ରେଖା ଖୋଜୁଛନ୍ତି । ସେତୁ ସମୁଦ୍ରମ ପ୍ରକଳ୍ପ ଦ୍ୱାରା ରାମ ସେତୁର କୌଣସି କ୍ଷତି ହେବ ନାହିଁ । ତେଣୁ ଏହି ମାମଲାକୁ ଏଠାରେ ଅନ୍ତ କରିବାକୁ ନିବେଦନ କରାଯାଇଛି ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories