www.samajalive.in
Monday, December 8, 2025
14.1 C
Bhubaneswar

ନଗ୍ନ ଚଳଚ୍ଚିତ୍ର ମାମଲା; ଗଣମାଧ୍ୟମ ବିରୁଦ୍ଧରେ ଶିଳ୍ପାଙ୍କ ମାନହାନି ମକଦ୍ଦମା

ମୁମ୍ବଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟି କିଛି ଗଣମାଧ୍ୟମ ସଂସ୍ଥା ଓ ସାମ୍ବାଦିକଙ୍କ ବିରୁଦ୍ଧରେ ବମ୍ବେ ହାଇକୋର୍ଟରେ ମାନହାନି ମକଦ୍ଦମା ଦାଏର କରିଛନ୍ତି। ଦେଶରେ ନୂତନ ସୂଚନା ପ୍ରଯୁକ୍ତି ଆଇନ କାର୍ଯ୍ୟକାରୀ ହେବାପରେ ସାମାଜିକ ଗଣମାଧ୍ୟମଗୁଡିକ ସେଗୁଡିକର ପ୍ଲାଟଫର୍ମରେ ବିଭିନ୍ନ ବିଷୟ ଅପଲୋଡ କରିବା ପୂର୍ବରୁ ସେଗୁଡିକର ସତ୍ୟାସତ୍ୟ ଯାଞ୍ଚ କରିବା ଏବଂ ଏକ ଅଭିଯୋଗ ସମାଧାନ ବ୍ୟବସ୍ଥା କରିବା ଆବଶ୍ୟକ ଥିବାରୁ ଶିଳ୍ପା ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମକୁ ମଧ୍ୟ ଏହି ମକଦ୍ଦମାରେ ପକ୍ଷଭୁକ୍ତ କରିଛନ୍ତି।

ଶିଳ୍ପା ତାଙ୍କ ଆବେଦନରେ କହିଛନ୍ତି ଯେ, ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହେବା ଦିନଠାରୁ ଏହି ଗଣମାଧ୍ୟମ ସଂସ୍ଥା ଏବଂ ସାମ୍ବାଦିକମାନେ ସାମାଜିକ ଗଣମାଧ୍ୟମ, ଇଲେକଟ୍ରୋନିକ ଗଣମାଧ୍ୟମ, ବିଭିନ୍ନ ଲେଖା, ୱେବସାଇଟ ଆଦି ଜରିଆରେ ତାଙ୍କ ବିରୁଦ୍ଧରେ ଏବଂ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ସମ୍ମାନହାନି କଲାଭଳି ଖବରଗୁଡିକ ପ୍ରସାରଣ କରୁଛନ୍ତି, ଯାହା ଠିକ୍‍ ନୁହେଁ, ମିଥ୍ୟା, କପୋଳକଳ୍ପିତ ଏବଂ ସମ୍ମାନହାନି କଲାଭଳି ଅଟେ। ଏହି ପ୍ରତିବାଦୀମାନେ ସତ୍ୟ ଓ ସଠିକ ତଥ ପ୍ରକାଶ କରିବା ପରିବର୍ତ୍ତେ ଦିନକୁ ଦିନ ଓ ସପ୍ତାହ ପରେ ସପ୍ତାହ ତାଙ୍କ ଖ୍ୟାତି ନଷ୍ଟ କରିଚାଲିଛନ୍ତି। ଖବରଗୁଡିକୁ ଅଧିକ ଉତ୍ତେଜକ କରିବା ଏବଂ ସେମାନଙ୍କର ପାଠକ / ଦଶକ ସଂଖ୍ୟା ବୃଦ୍ଧି କରିବା ତଥା ତାଙ୍କ ବିରୁଦ୍ଧରେ ଏବଂ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଜନମାନସକୁ ଭ୍ରମିତ କରିବା ଉଦ୍ଦେଶ୍ୟରେ ସେମାନେ ଏଭଳି କରୁଛନ୍ତି।

- Advertisement -

ଆବେଦନରେ ଆଉ ମଧ୍ୟ କୁହାଯାଇଛି ଯେ ମାନହାନି କଲାଭଳି ଲେଖା ଏବଂ ମାନହାନିମୂଳକ ଭିଡିଓଗୁଡିକ ଜନସାଧାରଣ, ପ୍ରଶଂସକ, ଶୁଭେଚ୍ଛୁ ଏବଂ ବିଜ୍ଞାପନ ସଂସ୍ଥା, ବ୍ୟବସାୟ ସହଯୋଗୀଙ୍କ ଆଖିରେ ତାଙ୍କୁ ନିନ୍ଦିତ କରିଛି। ଏବେ ସେମାନେ ପ୍ରତିବାଦୀମାନଙ୍କ ଦ୍ୱାରା ପ୍ରକାଶ କରାଯାଉଥିବା ରିପୋର୍ଟକୁ ବିଶ୍ୱାସ କରିବା ଆରମ୍ଭ କରିଛନ୍ତି। ଏଭଳି ମିଥ୍ୟା ରିପୋର୍ଟ ତାଙ୍କୁ ଏବଂ ତାଙ୍କ ସ୍ୱାମୀଙ୍କ ପାଇଁ ଆର୍ଥିକ କ୍ଷତି ପହଞ୍ଚାଉଛି। ସେଥିପାଇଁ ଶିଳ୍ପ ଏହି ସମସ୍ତ ଗଣମାଧ୍ୟମ ସଂସ୍ଥା, ସାମ୍ବାଦିକଙ୍କ ନିକଟରୁ ନିଃସର୍ତ୍ତ କ୍ଷମାପ୍ରାର୍ଥନା ଲୋଡିବା ସହିତ ସେମାନେ ଏ ସମ୍ପର୍କରେ ସ୍ପଷ୍ଟିକରଣ ଦେବାକୁ ଶିଳ୍ପା ତାଙ୍କ ଆବେଦନରେ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories