www.samajalive.in
Saturday, December 6, 2025
26.1 C
Bhubaneswar

ନବରଙ୍ଗପୁରରେ ରଙ୍ଗୀନ ମାଛଚାଷ ଶୁଭାରମ୍ଭ

ନବରଙ୍ଗପୁର: ନବରଙ୍ଗପୁର:କେନ୍ଦ୍ରୀୟ ମଧୁର ଜଳ ଜୀବ ପରିପାଳନ ସଂସ୍ଥାନ ଭୁବନେଶ୍ଵର ପକ୍ଷରୁ ରଙ୍ଗୀନ୍ ମାଛଚାଷ ଆଜି ତାରାଗାଁ ଠାରେ ଜିଲାପାଳ ଡ ଅଜିତ୍ କୁମାର ମିଶ୍ର ଓ ସିଫାର ନିର୍ଦ୍ଦେଶକ ଡ ସରୋଜ୍ କୁମାର ସ୍ବାଇଁ ମିଳିତ ଭାବେ ଶୁଭାରମ୍ଭ କରିଛନ୍ତି। ଜିଲାପାଳ ଶ୍ରୀ ମିଶ୍ର ଯୋଗ ଦେଇ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପ ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାରେ ୫ଟି ଜାଆଁଳା ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯାଇଥିବା, ଏହା ବ୍ୟତୀତ ଜିଲ୍ଲାରେ ଜନଜାତି ଉନ୍ନତୀ ପ୍ରକଳ୍ପ ମାଧ୍ୟମରେ ଆନୁଷଙ୍ଗିକ ଉପକରଣ ମାଛଚାଷୀଙ୍କୁ ଯୋଗାଇ ଦିଆଯାଉଛି ବୋଲି କହିଥିଲେ। ରଙ୍ଗୀନ ମାଛ ଚାଷ ଦ୍ଵାରା ମହିଳା ସ୍ଵଂୟ ଦଳ ଓ ଉଦ୍ୟୋଗୀ ଆର୍ଥିକ ଉନ୍ନତି ହୋଇପାରିବ ବୋଲି ସିଫାର ନିର୍ଦେଶକ ଡ ସରୋଜ କୁମାର ସ୍ବାଇଁ ମତବ୍ୟତ କରିଛନ୍ତି।ଖୁବଶୀଘ୍ର ୩୦ ଜଣ ଚାଷୀମାନଙ୍କୁ ସିଫାରେ ୩ଦିନ ତାଲିମ ପ୍ରଦାନ କରାଯିବା ସହ ଆନୁସାଙ୍ଗିକ ବ୍ୟବସ୍ଥା କରାଯିବ ବୋଲି ସିଫାର ନିର୍ଦେଶକ କହିଛନ୍ତି।

ନବରଙ୍ଗପୂର ଅଞ୍ଚଳରୁ ୧୫ ଜଣ ଓ ଉମରକୋଟ ଅଞ୍ଚଳର ୧୫ଜଣ ଚାଷୀ ଓ ଉଦ୍ୟୋଗୀଙ୍କୁ ତାଲିମ ପ୍ରଦାନ ପ୍ରଥମ ପର୍ଯ୍ୟାୟରେ ଦିଆଯିବ। ଏହି କାର୍ଯ୍ୟକ୍ରମରେ କୁସୁମ୍ ଝୋରୀ, କର୍ଚାମାଲ, କପୂର୍, ତାରାଗାଁର ଆଦିବାସୀ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀଙ୍କୁ ଅନେକ ଆନୁସାଙ୍ଗିକ ସହାୟତା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଉପଜିଲ୍ଲାପାଲ୍ ଅଗରୱାଲ ଅକ୍ଷୟ ସୁନିଲ, ସିଫାର ପ୍ରଧାନ ବୈଜ୍ଞାନିକ ଡଃ ପଦ୍ମନାଭ ରାଉତରାୟ, କୃଷ୍ଣଚନ୍ଦ୍ର ଦାସ, ବରିଷ୍ଟ ବୈଜ୍ଞାନିକ ଡଃ ନଗେଶ ବାରିକ୍, ଜିଲ୍ଲା ମସ୍ତ୍ୟ ଅଧିକାରୀ କୁନ୍ୱର୍ ମାରଣ୍ଡି, ଜିଲ୍ଲା କୃଷି ଅଧିକାରୀ ଏ ମିଶ୍ର, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରକଳ୍ପର କ୍ରିୟାନ୍ୱୟନ କମିଟିର ସଦସ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି, ଉଦ୍ୟୋଗୀ ସୁଜିତ୍ ଦାସ, ଇରଫାନ ଖାଁ ସମେତ ୫୦ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଓ ଚାଷୀମାନେ ଉପସ୍ଥିତ ଥିଲେ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories