www.samajalive.in
Monday, December 15, 2025
16.1 C
Bhubaneswar

ବିପଦସଙ୍କୁଳ ଗୃହରେ ଚାଲିଛି ପାଢପଠା

ବ୍ରହ୍ମପୁର: ସଭିଏ ପଢ଼ିବେ ସଭିଁଏ ବଢ଼ିବେ । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଆଜିର ସନ୍ତାନ କାଲିର ଭବିଷ୍ୟତ । ଏଥିପାଇଁ ପିଲାମାନଙ୍କୁ ଉଚିତ ଶିକ୍ଷାଦେଇ ମଣିଷ ପରି ମଣିଷଟିଏ ଗଢ଼ିବା ଉଦ୍ଦ୍ୟେଶରେ ସରକାର ଏବେ ତୃଣମୂଳ ସ୍ତରରୁ ବିଦ୍ୟାଳୟ ଶିକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି । ଶିକ୍ଷାପ୍ରତି ପିଲାମାନଙ୍କୁ ଆକୃଷ୍ଟ କରିବା ପାଇଁ ମାଗଣା ପାଠ୍ୟପୁସ୍ତକ ,ସ୍କୁଲ ପୋଷାକ ଓ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି । ତେବେ ଏମିତି କିଛି ବିଦ୍ୟାଳୟ ରହିଛି ଯେଉଁଠାରେ ଏହି ସୁବ ଯୋଜନା କାର୍ୟ୍ୟକାରୀ ହେଉଥିଲେ ମଧ୍ୟ ଭିତିଭୂମିର ଅଭାବ ହେତୁ ଛାତ୍ରଛାତ୍ରୀ ମାନେ ଭଙ୍ଗା କୋଠାଘରର ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି ।

ଗଜନ୍ନାଥପ୍ରସାଦ ବ୍ଲକ୍ କ୍ଷେତମୁଣ୍ଡୁଳି ପଂଚାୟତର କନ୍ଧବନ୍ତା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।  ମନେହେଉଛି ସତେ ଯେପରି ଏଠାରେ ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ସୁବିଧା ଓ ଯୋଜନା ବାଟବଣା ହୋଇଯାଇଛି । କୋଠା ନିର୍ମାଣ ପାଇଁ ଅର୍ଥ ମଂଜୁର ହୋଇଥିଲେ ବି କିଛି କାରଣ ଯୋଗୁଁ ନିର୍ମାଣ କାମ ଆଗକୁ ବଢ଼ିପାରୁନାହିଁ । ଏଣୁ ଏକ ବିପର୍ୟ୍ୟସ୍ତ ପରିବେଶ ମଧ୍ୟରେ ପିଲାମାନଙ୍କ ପାଠପଢ଼ା ହେଉଛି । ଗ୍ରାମଟି ବିକାଶ ମାନଚିତ୍ରରେ ହଯିଯାଇଥିବା ବେଳେ ଗ୍ରାମରେ ବିପର୍ୟ୍ୟସ୍ତ ଶିକ୍ଷା,ଗମନାଗମନ ଓ ବିଦ୍ୟୁତ୍ ସମସ୍ୟା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ଗ୍ରାମବାସୀ ଡ଼ିବିରି ଆଲୁଅରେ ଜୀବନ କାଟୁଥିବା  ବେଳେ ଏଭଳି ଶିକ୍ଷା ବ୍ୟବସ୍ଥାକୁ ଦେଖି ଅସହାୟ ମନେ କରୁଛନ୍ତି ଗ୍ରାମବାସୀ । ଏହି ଗ୍ରାମରେ ପ୍ରାୟ ୪୦ ରୁ ଅଧିକ ପରିବାର ବସବାସ କରୁଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଓ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ରହିଛି । ତେବେ ପଢ଼ିବା ପାଇଁ ବିଦ୍ୟାଳୟ ଗୃହ ନଥିବା କାରଣରୁ ୧୯୯୪ ମସିହାରେ ଆନନ୍ଦମୟ ଶିକ୍ଷାକେନ୍ଦ୍ର ଗଢ଼ାଯାଇଥିଲା । କିନ୍ତୁ ଏବେବି ବାହାର ବାରଣ୍ଡାରେ ବସି ପିଲାମାନେ ପାଠ ପଢ଼ୁଛନ୍ତି । ସେହିଭଳି ବିଦ୍ୟାଳୟରେ ମାତ୍ର ୨ ଜଣ ଶିକ୍ଷକ ରହିଥିବା ବେଳେ ବିଦ୍ୟାଳୟଟି ଅପହଂଚ ଇଲାକାରେ ରହିଥିବା ଯୋଗୁଁ ବିଦ୍ୟାଳୟର ଶିକ୍ଷକମାନେ ନିୟମିତ ଭାବେ ବିଦ୍ୟାଳୟକୁ ଆସନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଏପରି ଅଭିଯୋଗକୁ ପ୍ରଧାନଶିକ୍ଷକ ଖଣ୍ଡନ କରିଥିବା ବେଳେ କୋଠା ନିର୍ମାଣ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଅଭଗତ କରାଯାଇଛି ବୋଲି ସେ କହିଛନ୍ତି । ଅନ୍ୟପଟେ କୋଠା ନିର୍ମାଣ କାମ ତୁରନ୍ତ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ବାଧ୍ୟହେବୁ ବୋଲି ଗ୍ରାମବାସୀ କହିଛନ୍ତି ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories