www.samajalive.in
Friday, December 12, 2025
27.1 C
Bhubaneswar

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ବଲାଙ୍ଗୀର ଗସ୍ତ: ଶୁଭାରମ୍ଭ କଲେ ଅନେକ ଜନକଲ୍ୟାଣକାରୀ ପ୍ରକଳ୍ପ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ୍‌ ତ୍ରିପାଠୀ ଏବଂ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ଆଜି ଟିଟିଲାଗଡ଼ ଉପଖଣ୍ଡରେ ଅନେକ ବିକାଶମୂଳକ କାର୍ଯ୍ୟର ଶୁଭଉଦ୍‌ଘାଟନ କରିଛନ୍ତି। ଟିଟିଲାଗଡ଼ଠାରେ ଆଧୁନିକ ଶ୍ମଶାନ ‘ମୁକ୍ତିଧାମ’, ଡିଏଭି ମହାବିଦ୍ୟାଳୟଠାରେ ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୪୦ ଶଯ୍ୟାବିଶିଷ୍ଟ ଛାତ୍ରୀନିବସର ଶୁଭ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ‘ମୁକ୍ତିଧାମ’ ପରିସରରେ ସେ ବୃକ୍ଷରୋପଣ କରି ଏହାର ଯତ୍ନ ପାଇଁ ସ୍ଥାନୀୟ ଲୋକ ଦାୟିତ୍ୱ ନେବାକୁ ପରାମର୍ଶ ଦେଇଥିଲେ। ସେହିପରି ଟିଟିଲାଗଡ଼ ସହରରେ ଫ୍ଲାଏଓଭର ନେଇ ସ୍ଥାନୀୟ ଲୋକେ ଯିବାଆସିବାରେ ସମସ୍ୟା ରହିଥିବା ଯୋଗୁଁ ସେଠାରେ ଏକ ଅଣ୍ଡରପାସ୍‌ ନିମନ୍ତେ ସେ ପ୍ରସ୍ତାବ ରହିଥିବା ସାମ୍ବାଦିକମାନଙ୍କୁ କହିଥିଲେ। ଏଥି ସହିତ ସହରର ଆବଶ୍ୟକତାକୁ ନଜରରେ ରଖି ଆଗାମୀ ଦିନରେ ଏକ ଅତ୍ୟାଧୁନିକ କଲ୍ୟାଣମଣ୍ଡପ ଓ ଅଡିଟୋରିୟମ୍‌ ନିର୍ମାଣର ପରିକଳ୍ପନା କରାଯାଇଥିବା ଏବଂ ସ୍ଥାନୀୟ ବାଳକ ଉଚ୍ଚବିଦ୍ୟାଳୟର ଉନ୍ନୟନ ନିମନ୍ତେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ୯୦ ଲକ୍ଷ ଟଙ୍କା ମଂଜୁର କରିଥିବା ସେ ପ୍ରକାଶ କରିଥିଲେ।

ସେ ସଇଁତଳା ବ୍ଲକ୍‌ ଅନ୍ତର୍ଗତ କରମତାଲାଠାରେ ଏକ ୩୩/୧୧ କେଭିର ଗ୍ରୀଡ଼୍‌ ସବ୍‌ଷ୍ଟେସନ୍‌ ଉଦ୍‌ଘାଟନ କରିଛନ୍ତି। ଏହି ଗ୍ରୀଡ଼ ସବ୍‌ଷ୍ଟେସନ୍‌ ସ୍ଥାପନ ଯୋଗୁଁ ଦୀର୍ଘଦିନ ଧରି ରହିଆସୁଥିବା ଲୋ-ଭୋଲଟେଜ୍‌ ସମସ୍ୟା ଦୂର ହେବା ସହ ଏହି ଅଞ୍ଚଳର ୭ ହଜାର ଉପଭୋକ୍ତା ଉନ୍ନତ ବିଦୁ୍ୟତ ସେବା ପାଇପାରିବେ ଏବଂ ଏହା କମରତାଲା ସମେତ କୁମ୍ଭାରୀ, ତଲବାହାଲ, ଗଣ୍ଡା ପତ୍ରାପାଲି, କୁଇକେଡ଼ା ଓ ଧରପଗଡ଼ ପରି ୬ଟି ଗ୍ରାମପଞ୍ଚାୟତକୁ ବିଦୁ୍ୟତ ଯୋଗାଇପାରିବ। ଏହି ଗ୍ରୀଡ଼ ଯୋଗୁଁ ନୂତନ ଶିଳ୍ପାୟନ ସମ୍ଭବ ହୋଇପାରିବ ବୋଲି ଆଶା କରାଯାଇଛି। ଏଥିରୁ ପାଟମରା, ତଲବାହାଲ ଓ ଫପ୍‌ସି ପରି ତିନୋଟି ୧୧ କେଭି ଫିଡରକୁ ଅତିରିକ୍ତ ଭାବେ ବିଦ୍ୟୁତଯୋଗାଣ ସମ୍ଭବ ହେବ। ଏହିପରି ଟ୍ରିକାପଡ଼ାଠାରେ ନିର୍ମାଣାଧୀନ ଫିଡର ଗ୍ରୀଡ଼ କାର୍ଯ୍ୟାରମ୍ଭ କଲେ ଅତିରିକ୍ତ ୩ ହଜାର ଉପଭୋକ୍ତା ବିଦ୍ୟୁତ ସେବା ପାଇପାରିବେ ଏବଂ ଉନ୍ନତମାନର ବିଦ୍ୟୁତ ଯୋଗାଇ ଦିଆଯାଇପାରିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ପରେ ଶ୍ରୀ ତ୍ରିପାଠୀ ବଲାଙ୍ଗୀରଠାରେ ନିର୍ମାଣାଧୀନ ଥିବା ନୂତନ ବସ୍‌-ଟର୍ମିନାଲ ବୁଲି ଦେଖିଥିଲେ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories