www.samajalive.in
Friday, December 12, 2025
27.1 C
Bhubaneswar

ନୀଳଚକ୍ର ପକ୍ଷରୁ ସବୁଜିମା ସୃଷ୍ଟି ପାଇଁ ପଥ ପ୍ରାନ୍ତ ସଚେତନତା

ସମ୍ବଲପୁର: ସମ୍ବଲପୁରର ଧନକଉଡା ବ୍ଲକ ଅର୍ନ୍ତଗତ ନୂଆ ଖୁରୀଗାଁ ଠାରେ ପରିବେଶ ସୁରକ୍ଷା ସବୁଜିମା ସୃଷ୍ଟି ନିମନ୍ତେ ଭାଷା ଓ ସଂସ୍କୃତି ସୁରକ୍ଷା ସଂସ୍ଥା ‘ନୀଳଚକ୍ର’ ଦ୍ୱାରା ପଥପ୍ରାନ୍ତ ସଚେତନତା ସଭା ଆୟୋଜିତ ହୋଇଯାଇଛି। ସୋମବାର ସମ୍ବଲପୁର ଶାଖା ସଭାପତି କଳାରତ୍ନ ବଂଶୀଧର କରଙ୍କ ସଭାପତିତ୍ୱରେ ଆୟୋଜିତ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା – ଜୀବନ ରକ୍ଷା, ଜଙ୍ଗଲ ସୁରକ୍ଷା ଆଦି ବିଭନ୍ନ ସଚେତନତା ଧର୍ମୀ ସ୍ଲୋଗାନ ଲିଖିତ ପ୍ଲାକାର୍ଡ ଓ ପୋଷ୍ଟର ପ୍ରଦର୍ଶିତ କରାଯାଇ ଜନତାଙ୍କୁ ସଚେତନତା କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଡ. ଗିରିଜା ଶଙ୍କର ଶର୍ମା ଓ ସମ୍ମାନୀତ ଅତିଥି ରୂପେ ଧନକଉଡା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବସନ୍ତ ହାତୀ ଯୋଗ ଦେଇଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ପ୍ରଦୂଷିତ ପରିବେଶ ପାଇଁ ଜୀବ ଜଗତ ସଙ୍କଟମୟ ସ୍ଥିତି ମଧ୍ୟରେ ଚାଲୁଥିବା ବେଳେ ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ ଜଙ୍ଗଲ ସୃଷ୍ଟି ଓ ସୁରକ୍ଷା ହିଁ ନିତାନ୍ତ ଆବଶ୍ୟକ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ।

 

- Advertisement -

ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ବନ ଅଧିକାରୀ ଭକ୍ତ ପ୍ରସାଦ ପଣ୍ଡା, ରବିନାରାୟଣ ପଣ୍ଡା, ସଚ୍ଚିଦାନନ୍ଦ ପ୍ରଧାନ, ଶରତ ଚନ୍ଦ୍ର ରଥ, ଗୋପାଳ ରାଉତ, ଦେବାଶିଷ ସାହୁ, ସରୋଜ କୁମାର ସାମନ୍ତରାୟ, ଅମୀନ କୁମାର ବେହେରା, କାର୍ତ୍ତିକେଶ୍ୱର ଷଣ୍ଢ, ଜୟରାମ ପ୍ରଧାନ, ତ୍ରିବିକ୍ରମ ପୋଢ଼, ଦୟାନିଧି ଲାକଡା, ସୁରୁବୁଇ ରାଉତ, ସ୍ୱର୍ଣ୍ଣରେଖା ସାମନ୍ତରାୟ, ନିରଞ୍ଜନ ସ୍ୱାଇଁ, ସୁଶୀଲ ବେହେରା, ଘନଶ୍ୟାମ ରତାୱା, ପ୍ରତୀକ ରତୱା, ଚେତନ ଅଗ୍ରୱାଲ, ଟୁନଟୁନ ରତାୱା, ଯଜ୍ଞସେନୀ ଧୁରୁଆ, ଚର୍ତୁଭୁଜ ଗର୍ଡିଆ, ଶ୍ରୀକାନ୍ତ ମେହେର, ସଦାଶିବ ଦାଶ, ସନାତନ ରାଉତ, ମନୋଜ କୁମାର ଦଧିଚି, ତପନ ନାଏକ ପ୍ରମୁଖ ଯୋଗ ଦେଇଥିଲେ। ଜନ ସଚେତନତା ସହିତ ଆମ୍ବା, ପଣସ, ପିଜୁଳି, ଜାମୁ, ବଉଳ ଓ ଅନ୍ୟାନ୍ୟ ଚାରାରୋପଣ କରାଯାଇଥିଲା।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories