www.samajalive.in
Sunday, December 14, 2025
23.1 C
Bhubaneswar

ପାଟଣା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଚାରା ରୋପଣ

ପାଟଣା: ପାଟଣା ବ୍ଲକ ସମ୍ବାଦ ସାହିତ୍ୟିଘର ପକ୍ଷରୁ ପାଟଣା ବ୍ଲକ ଅନ୍ତର୍ଗତ ଗୁଳୁଦୀପଶି ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାରା ରୋପଣ କରାଯାଇଛି। ପାଟଣା ବିଧାୟକ ଜଗନ୍ନାଥ ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଚାରା ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିଥିଭାବେ ସମ୍ବାଦ ସାହିତ୍ୟ ଘରର ସଭାପତି ରାହାସ ବିହାରି ପୃଷ୍ଟି, ଉପସଭାପତି ବିଜୟ ରତ୍ନ ପତି, ବରିଷ୍ଠ ସଦସ୍ୟ ବିଦ୍ୟାଧର ମହାନ୍ତ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଭଞ୍ଜ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରମୋଦ କୁମାର ମହାନ୍ତ, ପ୍ରଧାନ ଶିକ୍ଷକ ଦୀନବନ୍ଧୁ ମହାନ୍ତ, ଉପ ବନ୍ୟାଞ୍ଚଳ ଅଧିକାରୀ ଖଗେଶ୍ବର ବାରିକ, ବନପାଳ ତ୍ରିନାଥ ଜେନା, ରଞ୍ଜନ କୁମାର ବାରିକ, କାମିନୀକାନ୍ତ ଦ୍ବିବେଦୀ, ଚିରଞ୍ଜୀବି ଦାଶ ପ୍ରମୁଖ ଯୋଗଦେଇ ଚାରା ରୋପଣ କରିଥିଲେ।

ଏଥିରେ ଆମ୍ବ, ପଣସ, ବଉଳ, ଅମୃତଭଣ୍ଡା ଆଦି ଶତାଧିକ ସଂଖ୍ୟକ ଚାରା ରୋପଣ କରାଯାଇଥିଲା। ପାଟଣା ସମ୍ବାଦ ସାହିତ୍ୟ ଘର ଆବାହକ ମହେଶ୍ବର ପୃଷ୍ଟି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories