www.samajalive.in
Sunday, December 7, 2025
26.1 C
Bhubaneswar

ତ୍ୱଚା ପାଇଁ ବେଶ ଉପକାରୀ ଅମୃତଭଣ୍ଡା , ଲେମ୍ବୁ, ମହୁ

ପାଚିଲା ଅମୃତଭଣ୍ଡା ଛୋଟ ଖଣ୍ଡରେ ଏକ ଚାମଚ ମହୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ୩୦ ମିନିଟ ପର୍ୟ୍ୟନ୍ତ ରଖନ୍ତୁ। ପେଷ୍ଟଟି ମୁହଁରେ ଶୁଖିଗଲା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।
ଗୋରା ତ୍ୱଚା: ଅଧା ଚାମଚ ଅମୃତଭଣ୍ଡା ରସରେ ଏକ ଚାମଚ ମହୁ ଓ ଅଧା ଚାମଚ ଲେମ୍ବୁ ରସକୁ ଭଲ ଭାବରେ ମିଶାନ୍ତୁ। ଏହାକୁ ତ୍ୱଚାରେ ପ୍ରଲୋପ କରନ୍ତୁ। ୧୫-୨୦ ମିନିଟ ପରେ ନଖ ଉଷୁମ ପାଣିକୁ ହାତରେ ନେଇ ଧୀରେ ଧୀରେ ମସାଜ କରନ୍ତୁ। ପ୍ରଲେପଟି ଛାଡିଗଲା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ଥରେ। ବ୍ୟବହାର କରନ୍ତୁ ଫରକ ଜାଣିପାରିବେ।
ପାଚିଲା ଅମୃତଭଣ୍ଡା ଚୋପା ମୁହଁ ଭାଙ୍ଗ ଦୂର କରିବାରେ ସହାୟକ ହୋଇଥାଏ। ମୃତ କୋଷିକାକୁ ଦୂର କରିବା ସହ ମୁହଁରୁ ଭାଙ୍ଗ ଓ ଦାଗ ଦୂର କରିଥାଏ।
ଆଖିତଳ କଳା ଦାଗ ଦୂର କରିବାକୁ: କଞ୍ଚା ଅମୃତଭଣ୍ଡାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଆଖି ତଳେ ଚାରି କଡରେ ଳଗାଇ ୧୦ ମିନିଟ ଛାଡି ଦିଅନ୍ତୁ। ପରେ ପାପୁଲିରେ ଧୀରେ ଧୀରେ ଘସି ଉଷୁମ ପାଣିରେ ଏକ ତୁଳାକୁ ଭିଜାଇ, ସେଥିରେ ସଫା କରି ପୋଛି ଦିଅନ୍ତୁ।
ଟ୍ୟାନ ରିମୁଭ: ଏକ କପ ପାଚିଲା ଅମୃତଭଣ୍ଡାର ପେଷ୍ଟ ନିଅନ୍ତୁ, ସେଥିରେ ଏକ ଚାମଚ ମହୁ ଓ ହଳଦୀ ଗୁଣ୍ଡ ମିଶାଇ ଏକ ପ୍ରଲେପ କରି ମୁହଁରେ ଲଗାଇ ୨୦-୩୦ ମିନିଟ ପର୍ୟ୍ୟନ୍ତ ରଖନ୍ତୁ। ଶୁଖିଗଲା ପରେ ଉଷୁମ ପାଣିରେ ଘସି କାଢି ଦିଅନ୍ତୁ ପରେ ଥଣ୍ଡା ପାଣିରେ ଭଲ ଭାବରେ ମୁହଁ ଧୋଇ ଦିଅନ୍ତୁ।
ବ୍ରଣ: ମୁହଁରୁ ବ୍ରଣ ଦୂର କରିବା ପାଇଁ ପାଚିଲା ଅମୃତଭଣ୍ଡାକୁ ଗ୍ରାଇଣ୍ଡ କରି ଏକ ପେଷ୍ଟ ତିଆରି କରନ୍ତୁ । ଏହାକୁ ମୁହଁରେ ମାକ୍ସ ଭଳି ଲଗାଇ ୧୫-୨୦ ମିନିଟ ରଖି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। କିଛି ଦିନ ପରେ ଏହାର ଫରକ ଜାଣିପାରିବେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories