www.samajalive.in
Sunday, December 14, 2025
26.1 C
Bhubaneswar

ଶତାଧିକ ଚାରା ରୋପଣ

ବ୍ରହ୍ମପୁର: ବ୍ରହ୍ମପୁର ସବୁଜ ବାହିନୀ ଓ ବ୍ରହ୍ମପୁର ଭଜୋରାମ ବିହାର ଉନ୍ନୟନ ପରିଷଦ ତରଫରୁ ୭୨ତମ ବନ ମହୋତ୍ସବ ରବିବାର ପାଳନ କରାଯାଇଛି । ଭଜୋରାମ ବିହାର ରାସ୍ତା ପାଶ୍ବରେ ଶତାଧିକ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ବାଦାମ, ପିଜୁଳି, ଜାମୁ କୋଳି, ଅଁଳା, କଦମ୍ବ, ଛତିୟାନା ଆଦି ଅନେକ ଉପାଦେୟ ଶହେ ଗୋଟି ବୃକ୍ଷ ଚାରା ରୋପଣ କରାଯାଇଛି । ସାରା ବିଶ୍ବ ବର୍ତ୍ତମାନ ଗ୍ଲୋବାଲ ୱର୍ମିଂଗ୍ ଓ ମହାମାରୀ କରୋନା ପ୍ରଭାବରେ କବଳିତ, ସବୁର ମୁଖ୍ୟ ହେଉଛି ଜୀବ ଜଗତର ଅସନ୍ତୁଳ, ଜୀବ ଜଗତ ତିଷ୍ଠି ରହିବାକୁ ହେଲେ ଏକମାତ୍ର ବିକଳ୍ପ ହେଲା ବୃକ୍ଷ ରୋପଣ ତେଣୁ ଆସନ୍ତୁ ସମସ୍ତେ ନିଜ କାର୍ୟ୍ୟାଳୟ, ବାସଗୃହ ଆଦି ଖୋଲା ସ୍ଥାନରେ ଜନ୍ମ ଦିବସ, ବିବାହ, ବିବାହ ବାର୍ଷିକୀ ଆଦି ସାମାଜିକ କାର୍ୟ୍ୟକ୍ରମରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା। କାର୍ୟ୍ୟକ୍ରମରେ ସ୍ଥାନୀୟ ବାସିନ୍ଦା ପ୍ରମୋଦ ଚୌଧୁରୀ, ହରେଷ ପଟନାୟକ, ନୀଳ ମାଧବ ପଟ୍ଟନାୟକ, ସନ୍ତୋଷ ପାତ୍ର, ଶଚିଦାନନ୍ଦ ପଟନାୟକ, ମହେଶ ପଟନାୟକ, ବସନ୍ତ ସାହୁ ଓ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ବନମାଳୀ ପ୍ରଧାନ, ଏସ. ରବି କୁମାର, ଗଣେଷ ପାଣିଗ୍ରାହୀ, ଏ. ପ୍ରକାଶ, ପି. ବିନୋଦ, ଶିବରାମ ପାଣିଗ୍ରାହୀ ଅନ୍ୟମାନେ ଉପସ୍ଥିତ ରହି ବିଭିନ୍ନ ପ୍ରକାରର ବୃକ୍ଷ ଚାରାରୋପଣ କରିଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories