www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ପ୍ରଧାନମନ୍ତ୍ରୀଙ୍କ ୭୯ ତମ ମନ କି ବାତ୍‍ : ଜୁଲାଇ ୨୬ କାର୍ଗିଲ ବିଜୟ ଦିବସକୁ ଅମୃତ ମହୋତ୍ସବ ଭାବେ ହେବ ପାଳନ

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ୍‍ ର ୭୯ ତମ ସଂସ୍କରଣ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଟୋକିଓ ଅଲିମ୍ପିକ୍ସ ପାଇଁ ଯାଇଥିବା ଖେଳାଳୀଙ୍କୁ ଭୂୟସୀ ପ୍ରଶଂସା କରିବା ସହ ଅଲିମ୍ପିକ୍ସରେ ଯୋଗ ଦେଉଥିବା ଭାରତୀୟ ଖେଳାଳୀଙ୍କୁ ଉତ୍ସାହ ଦେବା ଲାଗି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି।
କୋରାପୁଟର ଇଷାକ ମୁଣ୍ଡାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। କହିଛନ୍ତି ଇଷାକ ମୁଣ୍ଡା ଆମ ପାଇଁ ପ୍ରେରଣା ।
ତାଲାବନ୍ଦରେ ଜୀବିକା ହରାଇ ଆରମ୍ଭ କରିଥିଲେ ଗୋଟିଏ ୟୁଟ୍ୟୁବ ଚ୍ୟାନେଲ। ଏହାପରେ ପାରମ୍ପରିକ ଆଦିବାସୀ ଜୀବନଶୈଳୀ ଓ ଖାଦ୍ୟପେୟକୁ ନେଇ ଗୋଟିଏ ପରେ ଗୋଟିଏ ଭିଡିଓ ପ୍ରସ୍ତୁତ କରି ୟୁଟ୍ୟୁବରେ ଅପଲୋଡ କରି ଥିଲେ କୋରାପୁଟର ଆଦିବାସୀ ଅଞ୍ଚଳର ଇଷାକ୍‍ । ତାଙ୍କର ସମସ୍ତ ଭିଡିଓ ଖୁବ ଲୋକପ୍ରିୟତା ହାସଲ କରିଛି। ତାଙ୍କ ବିଷୟରେ ଚାରିଆଡ଼େ ଚର୍ଚ୍ଚା କରାଯାଉଛି। ପ୍ରଧାନମନ୍ତ୍ରୀ ଇଷାକ୍‍ ଙ୍କୁ ପ୍ରଶଂସା କରିବା ସହ ଇଷାକ୍‍ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି। ଇଷାକ୍‍ ମାର୍ଚ୍ଚ ୨୦୨୦ରେ ୟୁଟ୍ୟୁରେ ଏକ ଚ୍ୟାନେଲ ଖୋଲିଥିବା ବେଳେ ଏଥିରେ ନିଜ ଗାଁ, ପରିବାରର ଚଳଣି, ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟପେୟ ଆଦି ଅପଲୋଡ କରିଥିଲେ।
ସେହିପରି କାଲିର କାର୍ଗିଲ ବିଜୟ ଦିବସ ପାଳନ ନେଇ ମନେ ପକାଇଲେ ମୋଦୀ ଜୁଲାଇ ୨୬ କାର୍ଗିଲ ବିଜୟ ଦିବସକୁ ଅମୃତ ମହୋତ୍ସବ ଭାବେ ପାଳନ ହେବ ବୋଲି ମଧ୍ୟ କହିଛନ୍ତି। କାର୍ଗିଲ ଯୁଦ୍ଧ ଆମ ସଶସ୍ତ୍ର ବଳ ଶୌର୍ଯ୍ୟର ସଙ୍କେତ ବୋଲି ଆଜିର ମାସିକ ବେତାର କାର୍ଯ୍ୟକ୍ରମରେ କହିଛନ୍ତି। ଆସନ୍ତାକାଲି ପାଳନ ହେବ କାର୍ଗିଲ ବିଜୟ ଦିବସ। ୧୯୯୯ରେ ଆମ ଦେଶକୁ ଗୌରବାନ୍ୱିତ କରିଥିବା ବ୍ୟକ୍ତି ବିଶେଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା। ଏ ବର୍ଷ କାର୍ଗିଲ ଦିବସ ଅମୃତ ମହୋତ୍ସବ ସହ ପାଳନ କରାଯିବ। କାର୍ଗିଲ ଯୁଦ୍ଧ ବିଷୟରେ ପଢି ଯୋଦ୍ଧାମାନଙ୍କୁ ସ୍ମରଣ କରିବା ଲାଗି ଜନତାଙ୍କୁ ଅନୁମରୋଧ କରିଛନ୍ତି ମୋଦୀ। ଦେଶ ପାଇଁ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିବା ବ୍ୟକ୍ତିମାନଙ୍କ ନିମନ୍ତେ ସମ୍ମାନର ଆବେଗ ଆସିବା ସ୍ୱଭାବିକ କଥା ବୋଲି ମଧ୍ୟ କହିଛନ୍ତି। ଏହି ଦେଶାତ୍ମବୋଧ ଭାବ ଆମ ସଭିଁଙ୍କୁ ଏକତ୍ର କରି ରଖିଛି।
ଏହାସହ ଚଳିତ ବର୍ଷ ଅଗଷ୍ଟ ୧୫ ମଧ୍ୟ ଦେଶ ପାଇଁ ତାତ୍ପର୍ଯ୍ୟପୂର୍ଣ୍ଣ। ଏ ବର୍ଷ ସ୍ୱାଧୀନତାକୁ ୭୫ ବର୍ଷ ପୂରଣ ହେବ। ଅମୃତ ମହୋତ୍ସବ ସରକାରଙ୍କର କଥା ନୁହେଁ, ୧୩୦ କୋଟି ଭାରତୀୟଙ୍କର ଆବେଗର କଥା। ମାର୍ଚ୍ଚ ୧୨ ତାରିଖରୁ ବାପୁଙ୍କ ସାବରମତୀ ଆଶ୍ରମରୁ ଅମୃତ ମହୋତ୍ସବ ଆରମ୍ଭ ହୋଇଥିଲା।
ଜାତୀୟ ପ୍ରଗତି ନିମନ୍ତେ ଏକତ୍ର ହୋଇ କାର୍ଯ୍ୟ କରିବା ଭାରତ ପାଇଁ ଆବଶ୍ୟକ। ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଭୋକାଲ ଫର ଲୋକାଲ୍‍’ଭଳି ଦୈନନ୍ଦିନ କାର୍ଯ୍ୟ ସହ ମଧ୍ୟ ଆମେ ଦେଶ ଗଠନ କରିପାରିବା। ଆମ ଦେଶର ଆଞ୍ଚଳିକ ଉଦ୍ୟୋଗୀ, ଶିଳ୍ପୀ, କାରିଗର ଏବଂ ବୁଣାକାରମାନଙ୍କୁ ସହାୟତା କରିବା ଲାଗି ଆମର ଆନ୍ତରିକତା ରହିବା ଉଚିତ।
ଦିନ ଥିଲା ଛୋଟ ଛୋଟ କାର୍ଯ୍ୟ ପାଇଁ ବର୍ଷ ବର୍ଷ ଲାଗୁଥିଲା। ଆଜିକାଲି ପ୍ରଯୁକ୍ତିବିଦ୍ୟା ଯୋଗୁଁ ଭାରତରେ ସ୍ଥିତି ବଦଳିଛି। ଉତ୍ତର-ପୂର୍ବ ରାଜ୍ୟର ଅଭିନବ କୃଷିକୁ ମଧ୍ୟ ପ୍ରଶଂସା କରିଛନ୍ତି। ମଣିପୁରର ଉଖରୁଲରେ ସେଓ ଚାଷ କରାଗଲାଣି। ଏବେ କୃଷକ ମାନେ ଫଳ ବଗିଚାରେ ସେଓ ଉତ୍ପାଦନ କଲେଣି। ଉପଯୁକ୍ତ ତାଲିମ ପାଇଁ ସେମାନେ ହିମାଚଳ ପ୍ରଦୋଶ ଯାଇଥିଲେ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି କହିଛନ୍ତି ଆପଣ ମାନଙ୍କ ନିକଟରୁ ମିଳୁଥିବା ପରାମର୍ଶ ହିଁ ମନ୍‍ କି ବାତ୍‍ ର ପ୍ରକୃତ ଶକ୍ତି। ସଭିଁଙ୍କ ପରାମର୍ଶ ମାଧ୍ୟମରେ ହିଁ ଭାରତ ବିବିଧତା ପ୍ରକାଶ କରିଥାଏ।
କରୋନାର ବିପଦ ଟଳିନଥିବାରୁ ପର୍ବପର୍ବାଣି ହେଉ ଅଥବା ସମସ୍ତ ସମୟରେ କରୋନା ନିୟମର ପାଳନ କରିବା ସହ ସତର୍କତା ଅବଲମ୍ବନ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି।

 

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories