www.samajalive.in
Sunday, December 7, 2025
14.1 C
Bhubaneswar

ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ଟଳିଲେ ୨ ଆତଙ୍କୀ, ୩ ଯବାନ ଆହତ

ଜମ୍ମୁ: ଜମ୍ମୁ-କଶ୍ମୀରରେ ଶନିବାର ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ସୁରକ୍ଷା ବାହିନୀର ଏକ ମିଳିତ ଦଳ ଏହି ଅପରେସନ୍‍ କରୁଛନ୍ତି। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ତେବେ ଏପର୍ଯ୍ୟନ୍ତ ଉଭୟଙ୍କୁ ଚିହ୍ନଟ କରାଯାଇ ନାହିଁ। ଗୁଳି ବିନିମୟରେ ୩ ଜଣ ଯବାନ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପରେସନ୍‍ ଜାରି ରହିଛି।

ସୂତ୍ରରୁ ପ୍ରକାଶ ଯେ, ବାନ୍ଦିପୋରାର ସୋକବାବା ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ବିଶେଷ ସୂଚନା ମିଳିବା ପରେ ବାନ୍ଦିପୋରା ପୁଲିସ, ସେନାର ୧୩ ଏବଂ ୧୪ ଆରଆର(ରାଷ୍ଟ୍ରୀୟ ରାଇଫଲ୍ସ) ଓ ସିଆରପିଏଫର ମିଳିତ ଟିମ୍‍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। କଡ଼ା କର୍ଡ଼ନ ଦେଖି ଆତଙ୍କବାଦୀମାନେ ଅତର୍କିତ ଗୁଳି ଚାଳନା କରିଥିଲେ। ଏହାପରେ ଯବାନମାନେ ନେତୃତ୍ୱ ନେଇ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ସୁଯୋଗ ଦେଇଥିଲେ। କିନ୍ତୁ ଆତଙ୍କୀ ଅନବରତ ଗୁଳି ଚଳାଇ ଚାଲିଥିଲେ। ଫଳସ୍ୱରୂପ ସୁରକ୍ଷାବାହିନୀଙ୍କ ଦ୍ୱାରା ଦୁଇ ଆତଙ୍କୀ ନିହତ ହୋଇଥିଲେ। ତେବେ ଏହି ଏନକାଉଣ୍ଟରରେ ତିନି ଜଣ ଯବାନ ଆହତ ହୋଇଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ, ଆଜି ସକାଳେ ସୁରକ୍ଷା ବାହିନୀ ସନ୍ଦିଗ୍ଧ ସ୍ଥାନ ଆଡକୁ ଯାଉଥିବାବେଳେ ଲୁଚି ରହିଥିବା ମାଓବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ ଓ ଏହାପରେ ଉଭୟ ପକ୍ଷରୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories