www.samajalive.in
Friday, December 12, 2025
27.1 C
Bhubaneswar

ଆଳୁ ଖୋଳୁ ଖୋଳୁ ମହାଦେବ, ପାଣିଟାଙ୍କି ଛୁରା ମାଡ ଘଟଣାରେ ଆଉ ଜଣେ ଗିରଫ

୧୦ ବର୍ଷ ପୂର୍ବେ ହତ୍ୟାକାଣ୍ଡରେ ସାମିଲ

ସମ୍ବଲପୁର: ସମ୍ବଲପୁରର ଅତ୍ୟନ୍ତ ବ୍ୟସ୍ତବହୁଳ ମୋଦିପଡା ପାଣିଟାଙ୍କି ଛକରେ ବୁଧବାର ସ୍ପଷ୍ଟ ଦିବାଲୋକରେ ସଂଘବଦ୍ଧ ଭାବରେ ଛୁରା ମାଡ ଘଟଣାରେ ଟାଉନ ପୁଲିସ ପୁର୍ବରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏହି ମାମଲାରେ ସଂପୃକ୍ତ ଅନ୍ୟତମ ପ୍ରମୁଖ ଅଭିଯୁକ୍ତ ପିଣ୍ଟୁ ବେହେରା ନାମକ ଜଣେ ପୁରୁଣା ଅପରାଧିକୁ ଗିରଫ କରିଛି। ଟାଉନ ପୁଲିସର ସୂଚନାନୁଯାୟୀ, ପାଣିଟାଙ୍କି ଛୁରା ମାଡ ଘଟଣାରେ ଫେରାର ଚାଲୁଥିବା ଅନ୍ୟତମ ପ୍ରମୁଖ ପିଣ୍ଟୁ ବେହେରାକୁ ଶୁକ୍ରବାର ଗିରଫ କରାଯାଇଛି। ଗିରଫ ହୋଇଥିବା ବେହେରାଙ୍କ ନାମରେ ଏକ ହତ୍ୟା ଅଭିଯୋଗ ରହିଛି। ବେହେରା ଓ ସାଥି ମାନେ ୨୦୧୧ ମସିହାରେ ବରେଇପାଲିର ସୁରଜ ଧରୁଆଙ୍କୁ ସଂଘବଦ୍ଧ ଭାବରେ ହୀରାକୁଦ ଠାରେ ହତ୍ୟା କରିଥିଲେ। ଏଣୁ ସେ ସମୟରେ ହୀରାକୁଦ ଥାନାରେ ୧୧୦/୨୦୧୧ ରୁଜୁ କରାଯାଇ ଉକ୍ତ ହତ୍ୟାକାଣ୍ଡରେ ସଂପୃକ୍ତ ୮ ଜଣଙ୍କ ମଧ୍ୟରୁ ୬ ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ବେହେରାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଚାଲୁଥିଲେ।

- Advertisement -

ଉକ୍ତ ହତ୍ୟାକାଣ୍ଡ ମାମଲାରେ ୬ ଜଣଙ୍କୁ ଅଦାଲତ ଆଜୀବନ କାରାଦଣ୍ଡ ଦେଇଥିବାରୁ ସେମାନେ ଏବେ କାରାଗାରରେ ସଜା କାଟୁଛନ୍ତି। ଉକ୍ତ ହତ୍ୟାକାଣ୍ଡ ପରେ ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ବାହାରେ ଲୁଚି ରହିବା ପରେ କିଛି ଦିନ ପୂର୍ବେ ଅଭିଯୁକ୍ତ ବେହେରା ସମ୍ବଲପୁର ଆସିଥିବା ବେଳେ ପାଣିଟାଙ୍କି ଛକରେ ହୋଇଥିବା ଛୁରା ମାଡ ଘଟଣାରେ ସାମିଲ ରହିଥିଲେ ବୋଲି ଥାନାଧିକାରୀ କହିଛନ୍ତି। ୧୦ ବର୍ଷ ପରେ ବେହେରା ପୁଲିସ ହାତରେ ଧରା ପଡିଥିବାରୁ ଲୋକେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଘଟଣା ହୋଇଥିବା ଚର୍ଚ୍ଚା କରୁଛନ୍ତି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories