www.samajalive.in
Friday, December 12, 2025
27.1 C
Bhubaneswar

ସମ୍ବଲପୁର ପୁଲିସର ନିଶା ବିରୋଧି ଅଭିଯାନ, ସମ୍ବଲପୁରରୁ ଗୋଡାଇ ବରଗଡ ଜିଲାରେ ଧରିଲେ ୩ ଅଭିଯୁକ୍ତ

ସମ୍ବଲପୁର: ସମ୍ବଲପୁର ପୁଲିସ ବେଆଇନ ନିଶା କାରବାର ଉପରେ ଅଙ୍କୁଶ ଲଗାଇବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରତିଷେଧକ ପଦକ୍ଷେପ ନେଉଥିବା ବେଳେ ଗୁରୁବାର ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ପ୍ରାପ୍ତସୂଚନାନୁଯାୟୀ, ସମ୍ବଲପୁର ଜିଲାକୁ ବରଗଡ ଜିଲା ଏବଂ ସୁନ୍ଦରଗଡ ଜିଲା ପଟରୁ ସାଧାରଣତଃ ନିଶା କାଶ ଔଷଧ ଚୋରାରେ ଯୋଗାଣ ହୋଇଥାଏ। ଏହି ବେଆଇନ କାରବାରକୁ ଲଗାମ ଲଗାଇବା ପାଇଁ ପୁଲିସର ସ୍ୱତନ୍ତ୍ର ଦଳକୁ ବିଶେଷ ଦାୟିତ୍ୱ ଜିଲା ଆରକ୍ଷୀ ଅଧିକ୍ଷକ ପ୍ରଦାନ କରିଛନ୍ତି।

ଏଣୁ ସ୍ୱତନ୍ତ୍ର ଦଳ ନିୟମିତ ନିଶା କାରବାରୀ ମାନଙ୍କ ଉପରେ ନଜର ରଖୁଥିବା ବେଳେ ଗୁରୁବାର ଅପରାହ୍ନରେ ବିଶ୍ୱସ୍ତସୂତ୍ରରୁ ଖବର ପାଇଁ ଏକ ମାରୁତି ଏସ ପ୍ରେସୋ (ଓଡି – ୧୭ – ଏସ – ୯୪୭୫) କୁ ପୁଲିସ ସମ୍ବଲପୁର ପାଖରେ ଅଟକାଇ ଥିଲା। ତେବେ ଉକ୍ତ ଗାଡିରେ ବସିଥିବା ୪ ଜଣ ବ୍ୟକ୍ତି ପୁଲିସକୁ ଖୋଲାଖୋଲି ଭାବରେ ଚ୍ୟାଲେଞ୍ଜ କରି ବରଗଡ ପଟକୁ ଫେରାର ମାରିବାକୁ ଉଦ୍ୟମ କରିଥିଲେ। ଏଣୁ ସମ୍ବଲପୁର ପୁଲିସ ଓ ନିଶା କାରବାରୀଙ୍କ ମଧ୍ୟରେ ଫିଲ୍ମୀ ଷ୍ଟାଇଲରେ ଗୋଡା ଗୋଡି ହେବା ପରେ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ବରଗଡ ଜିଲା ଭେଡେନ ଥାନା ଅର୍ନ୍ତଗତ ଥୁଆପାଲି ନିକଟରେ ପୁଲିସ ଦଳ କାରକୁ ଘେରିବାରେ ସମର୍ଥ ହୋଇଥିଲା। ତେବେ ଉକ୍ତ ଗାଡିର ଚାଳକ ପୁଲିସ ଗାଡିକୁ ଧକ୍କା ଦେଇ ଫେରାର ଉଦ୍ୟମ କରିଥିବା ବେଳେ ତାହା ବିଫଳ ହୋଇଥିଲା। ଇତି ମଧ୍ୟରେ ପୁଲିସ ଓ ଅଭିଯୁକ୍ତଙ୍କ ମଧ୍ୟରେ ଛକ୍କାପଞ୍ଜା ଚାଲିଥିବା ବେଳେ ଏହାର ସୁଯୋଗ ନେଇ ଜଣେ ଅଭିଯୁକ୍ତ କେନାଲ ପାରି କରି ଫେରାର ମାରିଥିବା ବେଳେ କାରରେ ଥିବା ଅନ୍ୟ ୩ ଅଭିଯୁକ୍ତଙ୍କୁ ପୁଲିସ ଧରିବାରେ ସଫଳ ହୋଇଥିଲା। ଏହା ପରେ ପୁଲିସ ଅଭିଯୁକ୍ତ ମାନଙ୍କ ସମେତ କାରକୁ ସମ୍ବଲପୁର ପଟକୁ ନେଇ ଚାଲି ଆସିଥିଲା।

- Advertisement -

ଏ ସର୍ମ୍ପକରେ ବରଗଡ ପୁଲିସକୁ ଖବର ଦିଆଯାଇଥିଲା କି ନାହିଁ ତାହାର ଆଧିକାରିକ ପୃଷ୍ଟି ହୋଇ ନ ଥିବା ବେଳେ ଜବତ ହୋଇଥିବା କାର ପଛରେ ଏକ ପ୍ରମୁଖ ରାଜନୈତିକ ଦଳର ନିର୍ବାଚନୀ ଚିହ୍ନ ଥିବାରୁ ବେଆଇନ କାରବାରରେ ଲିପ୍ତ ବ୍ୟକ୍ତି ମାନଙ୍କର ରାଜନୈତିକ ଲିଙ୍କ ଥିବାର ଚର୍ଚ୍ଚା ଜୋର ଧରିଛି। ଅପରପକ୍ଷରେ ଏ ସର୍ମ୍ପକରେ ସମ୍ବଲପୁର ପୁଲିସ ୨ ଦିନ ହେବ ସମ୍ପୁର୍ଣ୍ଣ ନୀରବତା ଅବଲମ୍ବନ କରିଥିବା ବେଳେ ଧରା ପଡିଥିବା ବ୍ୟକ୍ତି ମାନଙ୍କୁ ପୁଲିସ ସମ୍ବଲପୁର ଆଣି ଅଜଣା ସ୍ଥାନରେ ପଚରାଉଚୁରା ଚଳାଇଥିବାର ଜଣାପଡିଛି। ତେବେ ବାରମ୍ବାର ଏ ସର୍ମ୍ପକରେ ପଚରିାବ ସତ୍ୱେ ସମ୍ବଲପୁର ପୁଲିସର କୌଣସି ଅଧିକାରୀ ମୁହଁ ନ ଖୋଲିବା ଘଟଣା ଭିତରେ କିଛି ଗୁଢ଼ ରହସ୍ୟ ରହିଥିବାର ଅନୁମାନ କରାଯାଉଛି। ଘଟଣାରେ ଧରା ପଡିଥିବା ବ୍ୟକ୍ତିଙ୍କ ଠାରୁ ବିପୁଳ ମାତ୍ରାରେ ନିଶା ସାମଗ୍ରୀ ଜବତ ହୋଇଥିବାର କୁହାଯାଉଛି।

Hot this week

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

Related Articles

Popular Categories