www.samajalive.in
Sunday, December 14, 2025
26.1 C
Bhubaneswar

ନୂଆପଡ଼ା ଜିଲାରେ ମାଓ କ୍ୟାମ୍ପ ଠାବ, ବିପୁଳ ପରିମାଣର ବିସ୍ଫୋରକ ଜବତ

ନୂଆପଡ଼ା: ନୂଆପଡ଼ା ଜିଲାରେ ମାଓ ଗତିବିଧି ଉପରେ ନଜର ରଖିଥିବା ଅର୍ଦ୍ଧସାମରିକ ବଳକୁ ଏକ ବଡ଼ ସଫଲତା ମିଳିଛି। ଆଜି ନୂଆପଡ଼ାରେ କାର୍ୟ୍ୟରତ ୨୧୬ ବାଟାଲିୟନ ଆର୍ଦ୍ଧସାମରିକ ବଳର ଯବାନମାନେ ନୂଆପଡ଼ା ଜିଲା ବୋଡ଼େନ ବ୍ଲକ ପାଟଧରା ସଂରକ୍ଷିତ ଜଙ୍ଗଲରେ କମ୍ବିଂ କରୁଥିଲାବେଳେ ଖଡୁପାଣି ନିକଟବର୍ତ୍ତି ଜଙ୍ଗଲରେ ଏକ ମାଓ କ୍ୟାମ୍ପ ଠାବ କରିଥିବା ସୂଚନା ମିଳିଛି। ତେବେ ଅର୍ଦ୍ଧସାମରିକ ବାହିନୀ ସେଠାରେ ପହଞ୍ଚିବା ବେଳକୁ ମାଓବଦୀମାନେ କ୍ୟାମ୍ପ ଛାଡ଼ି ପଳାଇ ଯାଇଥିଲେ।

ସେହି କ୍ୟାମ୍ପରୁ ଯବାନମାନେ ମାଓ ସାମଗ୍ରୀ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ପାଇଥିବା ସୂଚନା ମିଳିଛି। ଜବତ ହୋଇ ଥିବା ସାମଗ୍ରୀ ମଧ୍ୟରେ ୩ଟିି ପ୍ରେସରକୁକର, ୫ଟି ୧୦ କିଲୋଗ୍ରାମର କଣ୍ଟେନର, ୧୦ କିଲୋଗ୍ରାମର ଏଏନଏଫଓ, ଗୋଟିଏ ଦେଶୀ ବନ୍ଧୁକ, ୩ଟି ଗନ ଭର୍ମାର, ଗୋଟିଏ ବମ୍ବ ଗନ୍‌, ହସ୍ତଚାଳିତ ମେସିନ ୫ଟି, ୨୫ଟି ଜିଲେଟିନ ଷ୍ଟିକ୍‌, ୩୬ଟି ଇଲେକ୍ଟ୍ରିକ୍‌ ଡିଟୋନେଟର ସହ ଅନେକ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories