www.samajalive.in
Sunday, December 7, 2025
23.1 C
Bhubaneswar

ଆତଙ୍କବାଦୀଙ୍କ ଆକ୍ରମଣରେ ୪ ପୁଲିସ୍‍ କର୍ମୀ ସହିଦ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ସୋପିଆନା ଜିଲା ଅରହାମାଠାରେ ବୁଧବାର ଆତଙ୍କବାଦୀଙ୍କ ଆକ୍ରମଣରେ ୪ ପୁଲିସ୍‍ କର୍ମୀ ସହିଦ ହୋଇଛନ୍ତି। ସହିଦ୍‍ ପୁଲିସ୍‍ କର୍ମୀ ହେଲେ କନେଷ୍ଟବଳ ଜାଭେଦ ଅହମଦ ଭଟ୍ଟ, କନଷ୍ଟେବଳ ମୋହମ୍ମଦ ଇକବାଲ ମୀର, କନଷ୍ଟେବଳ ଅସଫାକ୍‍ ଅହମଦ ମୀର ଏବଂ ଏସ୍‍ପିଓ ଅଦିଲ ମଞ୍ଜୁର ଭଟ୍ଟ। ଆତଙ୍କବାଦୀମାନେ ସେଠାରୁ ପୁଲିସ୍ କର୍ମୀଙ୍କ ବନ୍ଧୁକ ଓ ଅନ୍ୟ ଅସ୍ତ୍ର ନେଇଯାଇଛନ୍ତି। ସୁରକ୍ଷା ବାହିନୀ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଚଳାଇଛି। ଜାମ୍ମୁ କାଶ୍ମୀର ବରିଷ୍ଠ ପୁଲିସ୍‍ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ବୁଧବାର ଅପରାହ୍ଣରେ ଅରହାମାରେ ପାଟ୍ରୋଲିଂ କରୁଥିବା ପୁଲିସ୍‍ କର୍ମୀଙ୍କ ଉପରକୁ ଆତଙ୍କବାଦୀମାନେ ଆଖିବୁଜା ଗୁଳି ମାଡ଼ କରିଥିଲେ। ଏଥିରେ ୪ ପୁଲିସ୍‍ କର୍ମୀ ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‍ ଘଟଣାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏହା ପୂର୍ବରୁ ଅନନ୍ତନାଗଠାରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ହିଜବୁଲ ମୁଜାହିଦ୍ଦିନର ୨ ବରିଷ୍ଠ ଆତଙ୍କବାଦୀ ନିହତ ହୋଇଥିଲେ। ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ହିଜବୁଲ କମାଣ୍ଡର ଉଲ୍‍ତାଫ ଅହମଦ ଡାର ଏବଂ ଅନ୍ୟ ଜଣେ ତାର ସହଯୋଗୀ ଉମର ରାସିଦ ବୋଲି ଚିହ୍ନଟ କରାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories