www.samajalive.in
Saturday, December 6, 2025
14.1 C
Bhubaneswar

ରାଜ୍ୟ ସରକାର କୋଭିଡ ମୃତ୍ୟୁର ଅଡିଟ୍‍ କରନ୍ତୁ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ : ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନେ ସେମାନଙ୍କର ଡାକ୍ତରଖାନା ଗୁଡ଼ିକରେ କୋଭିଡ ମୃତ୍ୟୁ ଅଡିଟ୍‍ କରନ୍ତୁ ଏବଂ ଯଦି କୌଣସି ମୃତ୍ୟୁକୁ ହିସାବକୁ ନିଆଯାଇ ନାହିଁ, ସେ ବିଷୟରେ ମଧ୍ୟ ଜଣାଇବା ପାଇଁ କେନ୍ଦ୍ର ସରକାର କହିଛନ୍ତି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ମହାମାରୀ ସମୟରେ ପ୍ରାଣ ହରାଇଥିବା ଅନେକ ଲୋକଙ୍କୁ ହିସାବକୁ ନିଆଯାଇ ନାହିଁ ଏବଂ ପ୍ରକୃତରେ ଯେତେ ସଂଖ୍ୟାରେ ଲୋକ ମରିଛନ୍ତି, ସରକାରଙ୍କ ପକ୍ଷରୁ ପ୍ରକାଶିତ ଖବର ତୁଳନାରେ ତାହା ବହୁତ କମ୍‍ ବୋଲି ଗଣ ମାଧ୍ୟମଗୁଡ଼ିକରେ ସମ୍ପ୍ରତି ପ୍ରକାଶ ପାଇଛି।
ମନ୍ତ୍ରଣାଳୟ କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରିଶ ଆଧାରରେ ଏବଂ ଭାରତୀୟ ଭେଷଜ ଗବେଷଣା ପରିଷଦର ମାର୍ଗଦର୍ଶନ ଅନୁଯାୟୀ କୋଭିଡ ମୃତ୍ୟୁ ରେକର୍ଡ କରାଯାଇଛି। ଦୈନନ୍ଦିନ ନୂଆ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ମୂଳସ୍ତଳରୁ ହିସାବ କରାଯାଉଛି ଏବଂ ଜିଲ୍ଲାସ୍ତରୀୟ ମୃତ୍ୟୁ ଓ ସଂକ୍ରମଣ ସଂଖ୍ୟାଗୁଡ଼ିକ ରାଜ୍ୟସରକାରଙ୍କ ପାଖକୁ ଆସୁଛି ଓ ରାଜ୍ୟ ସରକାରମାନେ ସେହି ହିସାବ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଉଛନ୍ତି।

ରାଜ୍ୟସଭାରେ ଏକ ବିବୃତ୍ତିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ କହିଛନ୍ତି, ଗଣମାଧ୍ୟମରେ ପ୍ରକାଶିତ ଖବର ସଂପୂର୍ଣ୍ଣ ମିଥ୍ୟା। କାରଣ କୌଣସି ମୃତ୍ୟୁ ସଂଖ୍ୟା ଲୁଚାଇବା କେନ୍ଦ୍ର ସରକାରଙ୍କର ଆଦୌ ଅଭିପ୍ରାୟ ନାହିଁ।  କେନ୍ଦ୍ର ସରକାର କେବଳ ମିଳୁଥିବା ରାଜ୍ୟ ରିପୋର୍ଟ ଗୁଡ଼ିକୁ ପ୍ରକାଶ କରୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories