www.samajalive.in
Sunday, December 14, 2025
26.1 C
Bhubaneswar

ଆମ୍ବଗାଁ ଓ ଘଣ୍ଟାପଡା ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଆମ୍ବଗାଁ ପରିସରରେ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ “ମୋ ସ୍କୁଲ ଅଭିଯାନ” ବିଦ୍ୟାଳୟ ପ୍ରଧାନଶିକ୍ଷକ ଶୁକଦେବ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁରୁ ଓ ମୂଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ଯୋଗ ଦେଇଥିବା ବେଳେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦେବରାଜ ସାହୁ, ଆଲୁମିନି ସଭାପତି ଦେବେନ୍ଦ୍ର ରଣା ଆଦି ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତିରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମର ଭୂମିକା, ଶିକ୍ଷା ଅଧିକାର ଆଇନରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସୁବିଧା ସୁଯୋଗ ସମେତ ବିଦ୍ୟାଳୟର ସମସ୍ତ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ବିଦ୍ୟାଳୟ ପରିଚାଳନା କମିଟି ଗଠନ ଆଦି ସଂପର୍କରେ ବିଷଦ ଭାବେ ଆଲୋଚନା ହୋଇଥିଲା। ଏଥିରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ଅଂଚଳର ଶିକ୍ଷାବିତ, ସ୍ୱେଚ୍ଛାସେବୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିବା ସହ ନିଜର ସ୍ୱକୀୟ ମତାମତ ପ୍ରଦାନ କରି ମୋ ସ୍କୁଲ ଅଭିଯାନ କୁ ସଫଳ କରିବା ଦିଗରେ ଉଚିତ ପଦକ୍ଷେପ ନେବାକୁ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଶିକ୍ଷକ ଲକ୍ଷ୍ମଣ ଭୋଇ, ବୈକୁଣ୍ଠ ବିହାରୀ ରଣା, ମହେନ୍ଦ୍ର ସାହୁ, ନନ୍ଦ କିଶୋର ନାଉରୀ, ମୁନା ଖିଲାର, ଅନନ୍ତ ରାଉତ, କର୍ମଚାରୀ ବୃହଷ୍ପତି କାଲସେ ,ମନୋଜ ବନଚ୍ଛୋର ସହ ବିଦ୍ୟାଳୟର ୩୦ଜଣ ଆଲୁମିନି ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମକୁ ବିଜ୍ଞାନ ଶିକ୍ଷକ ରମେଶ ସାମଲ ପରିଚାଳନା କରିଥିବା ବେଳେ ଗଣିତ ଶିକ୍ଷକ ସତ୍ୟନାରାୟଣ ସ୍ୱାଇଁ ଧନ୍ୟବାଦ ଦେଇଥିଲେ। ସେହିପରି ଘଣ୍ଟାପଡା ସମଲେଶ୍ୱରୀ ହାଇ ସ୍କୁଲରେ ମଧ୍ୟ ମୋ ସ୍କୁଲ ଅଭିଯାନ ବୈଠକ ପ୍ରଧାନ ଶିକ୍ଷକ ପୀତବାସ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁରୁ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ଓ ପୁରାତନ ଛାତ୍ର ମାନ ଅଂଶ ଗ୍ରହଣ ଥିଲେ। ଏହି ଅବସରରେ ପୁରାତନ ଛାତ୍ର ମାନଙ୍କ ଠାରୁ ମୋଟ ୬୬ ହଜାର ଏକ ଶତ ଟଙ୍କା ସଂଗୃହୀତ ହୋଇଥିଲା। ଶେଷରେ ବୈଠକର ସଫଳତା କାମନା କରି ହେମନ୍ତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories