www.samajalive.in
Sunday, December 14, 2025
16.1 C
Bhubaneswar

ମନ୍ଦିର ପରିସରରେ ବିନା ଭକ୍ତରେ ପାଳିତ ହେଲା ଶ୍ରୀଜିଉଙ୍କ ସୁନାବେଶ

ନବରଙ୍ଗପୁର: ସରକାରଙ୍କ କୋଭିଡ ୧୯ ନିର୍ଦ୍ଦେଶନାମା ପ୍ରକାରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଏବଂ ଦେବୋତ୍ତର ବିଭାଗ ନିର୍ଦ୍ଦେଶ ଅନୁଯାୟୀ ନବରଙ୍ଗପୁର ଠାରେ ଚଳିତ ବର୍ଷ ବିନା ଭକ୍ତରେ ୨୦୨୧ର ଶ୍ରୀ ଜିଉଙ୍କ ସୁନାବେଶ ନୀତି ଏବଂ ଅଧର ପଣା ନୀତି ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପରିସର ମଧ୍ୟରେ ଏହି ସୁନାବେଶ ଅନୁଷ୍ଠିତ ହୋଇଛି। ଶ୍ରୀଜୀଉଙ୍କ ସନ୍ଧ୍ୟା ଆରତୀ ପରେ ଏହି ନୀତି ହୋଇଥିଲା। ମନ୍ଦିର ପରିସର ଭିତରେ ଏକ ଛୋଟ ରଥ ଉପରେ ଏହି ସୁନାବେଶ ନୀତି ଏବଂ ଅଧର ପଣା ନୀତି ସମ୍ପନ୍ନ କରାଯାଇଥିଲା। ଚଳିତ ବର୍ଷ କେବଳ ସୀମିତ ସେବାୟତଙ୍କ ଦ୍ୱାରା ନିର୍ମାଣ କମିଟି ଏବଂ ଶ୍ରୀ ଜଗନ୍ନାଥ ନୀତି ପରିଚାଳନା ନିଯୋଗ କମିଟି ଏବଂ ମାଁ ଭଣ୍ଡାର ଘରଣୀ କର୍ମକାଣ୍ଡ ବିଦ୍ୟାଳୟର ପରିଚାଳନାରେ ଏହି ନୀତି ସମ୍ପନ୍ନ ହୋଇଥିଲା।

ଶ୍ରୀଜୀଉଙ୍କ ଏହି ସମସ୍ତ ସୁନାବେଶ ନୀତି ନବରଙ୍ଗପୁର ଜିଲ୍ଲା ରାଜ ପୁରୋହିତ ନରସିଂହ ନାଥ ତ୍ରିପାଠୀଙ୍କ ତତ୍ୱବାଧାନରେ ହୋଇଥିବା ବେଳେ ଦେବୋତ୍ତର ବିଭାଗ ନିର୍ବାହି ଅଧିକାରୀ ରବିନ୍ଦ୍ର ରାଉତ, ଦେବୋତ୍ତର ସଭାପତି ସୁବାଷ ଚନ୍ଦ୍ର ସୁର, କର୍ମଚାରୀ ଗଗନ ସୌରା, ନିର୍ମାଣ କମିଟି ସଭାପତି ନରସିଂହ ତ୍ରିପାଠୀ, ସମ୍ପାଦକ ସତ୍ୟବାଦୀ ଷଡଙ୍ଗୀ, ମନ୍ଦିର ପୂଜକ ଶେଷ ବ୍ରହ୍ମା, ଜଗନ୍ନାଥ ବ୍ରହ୍ମା, ଦେବୀ ନାୟକ, ପୂଜକ ରବିନ୍ଦ୍ର ଶତପଥୀ, ସୁଧାକର ପାଢ଼ୀ, ବାବୁଲା ତ୍ରିପାଠୀ, ତ୍ରୟ ନାଥ ତ୍ରିପାଠୀ, ସୁମିତ ହଡପ, ପପୁ ତ୍ରିପାଠୀ, ସୁମିତ ପାଳଙ୍କ ସମେତ ଶ୍ରୀ ଜଗନ୍ନାଥ ନୀତି ପରିଚାଳନା ନିଯୋଗ ସଭାପତି ନରେଶ କୁମାର ତ୍ରିପାଠୀ, ଉପ ସଭାପତି ଭବାନୀ ଶଙ୍କର ଶତପଥୀ, ସମ୍ପାଦକ କୁନା ପାତ୍ର, ପ୍ରୋମିଶ ତ୍ରିପାଠୀ, ଦୁର୍ଗା ତ୍ରିପାଠୀ, ମିଟୁ ଶତପଥୀ, ମଣ୍ଟୁ ଆଚାର୍ଯ୍ୟ, ଜଗା ଦାସ, ଚିନା ନାଇଡୁ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories